ସୋଆ ଫ୍ୟାକଲ୍ଟି ଓ ଛାତ୍ରଙ୍କୁ ଏନ୍‌ଏସ୍‌ଏସ୍ ରାଜ୍ୟସ୍ତରୀୟ ପୁରସ୍କାର

Published By : Prameya-News7 Bureau | December 09, 2023 IST

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ୟୁନିଭର୍ସିଟି (ସୋଆ)ର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ପ୍ରୋଗାମ୍ ଅଫିସର ମଧୁସ୍ମିତା ନାୟକ ଏବଂ ଉଦିତ୍ ଦାସଙ୍କୁ ୨୦୨୨- ୨୩ର ଶ୍ରେଷ୍ଠ ପ୍ରୋଗାମ୍ ଅଫିସର ତଥା ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବରେ ଶୁକ୍ରବାର ରାଜ୍ୟ ସ୍ତରୀୟ ଏନ୍‌ଏସ୍‌ଏସ୍ ପୁରସ୍କାର ପ୍ରଦାନ ପୁରସ୍କୃତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଓ ‘ମୋ କଲେଜ’ ଅଭିଯାନର ଅଧ୍ୟକ୍ଷ ଆକାଶ ଦାଶ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ ।

ଆହୁରି ପଢ଼ନ୍ତୁ: ସୋଆ ସାହିତ୍ୟ ଉତ୍ସବ-୨୦୨୩, ମହାପ୍ରଭୁଙ୍କ ଭାବଧାରା- ଚେତନା-ନୀତିକାନ୍ତି ଆଦି ଉପରେ ସବିଶେଷ ଆଲୋଚନା

ସମାଜର କଲ୍ୟାଣ ନିମନ୍ତେ କାର୍ଯ୍ୟ କରିଥିବାରୁ ଏନ୍‌ଏସଏସ୍ ପ୍ରୋଗ୍ରାମ ଅଫିସର ଓ ସ୍ୱେଚ୍ଛାସେବୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଶ୍ରୀମତି ନାୟକ ସୋଆ ପରିଚାଳିତ ସମ୍ ନର୍ସିଂ କଲେଜର ଫ୍ୟାକଲ୍ଟି ହୋଇଥିବାବେଳେ ଶ୍ରୀ ଦାସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଛାତ୍ର ।

ଏହି ଉତ୍ସବରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ଅଗ୍ରୱାଲ, ଏନଏସଏ ର ଆଂଚଳିକ ନିର୍ଦ୍ଦେଶକ ସୁଶ୍ରୀ ସରିତା ପଟେଲ ଓ ରାଜ୍ୟ ଏନଏସଏସ ଅଫିସର ତଥା ଡେପୁଟି ସେକ୍ରେଟାରୀ ରମେଶ ଚନ୍ଦ୍ର ବେହେରା ଅତିଥି ଭାବେ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.