ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା ; ଯାଞ୍ଚ ପାଇଁ ପହଞ୍ଚିଲେ ଏନଏସଜିର ୩ ଜଣିଆ ପ୍ରତିନିଧି ଦଳ
24/09/2018 at 10:54 AM

ପୁରୀ ୨୪|୯: ପୁରୀ ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା । ଶ୍ରୀମନ୍ଦିର ସୁରକ୍ଷା ଯାଞ୍ଚ ପାଇଁ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ଏନଏସଜିର ୩ ଜଣିଆ ପ୍ରତିନିଧି ଦଳ ପୁରୀରେ ପହଞ୍ଚିଛନ୍ତି । ଆଜି ଏନଏସଜିର ୩ ଜଣିଆ ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ । ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅନୀଲ କୁମାର ସିଂହ, କିରଣ ଭୋସେଲ, ସୁନୀଲ କୁମାର ସିଂ ଏହି ଯାଞ୍ଚ କରିବେ । ପରେ କୋଣାର୍କ ଯାଇ ସୂର୍ଯ୍ୟ ମନ୍ଦିରର ମଧ୍ୟ ଯାଞ୍ଚ କରିବେ । ଗତ ୨୦୧୭ରେ ମଧ୍ୟ ଏନଏସଜିର ଏକ ପ୍ରତିନିଧି ଦଳ ଯାଞ୍ଚ କରିଥିଲେ । ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ଥିବାରୁ ଏନଏସଜି ପକ୍ଷରୁ ଏହି ଯାଞ୍ଚ କରାଯାଉଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023