suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପତଞ୍ଜଳୀ ଉପରେ NSE ଓ BSEର କାର୍ଯ୍ୟାନୁଷ୍ଠାନ, ସେବି ମାନଦଣ୍ଡ ପୂରଣ ନହେବାରୁ ଆକାଉଣ୍ଟ ଫ୍ରିଜ୍

16/03/2023 at 2:38 PM

ମୁମ୍ବାଇ: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ ଉପରେ ଆକ୍ସନ । ପତଞ୍ଜଳୀ ପ୍ରମୋଟରସ୍ ସେୟାର ହୋଲ୍ଡରଙ୍କ ବିରୋଧରେ ଷ୍ଟକ୍ ଏକ୍ସଚେଞ୍ଜ କର୍ଯ୍ୟାନୁଷ୍ଠାନ ନେଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ପତଞ୍ଜଳୀ ଫୁଡ୍ସ୍ ସେୟାରକୁ ଫ୍ରିଜ୍ କରିଛି । ସେପଟେ ସେୟାର ଫ୍ରିଜ୍ ହୋଇଥିଲେ ବି ଏହାର ପ୍ରଭାବ କମ୍ପାନୀ ଉପରେ ପଡ଼ିବ ନାହିଁ ବୋଲି ପତଞ୍ଜଳୀ ପକ୍ଷରୁ କୁହାଯାଇଛି ।

ଦି ଇକୋନୋମିକ୍ସ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଷ୍ଟକ୍ ଏକ୍ସଚେଞ୍ଜ ପତଞ୍ଜଳୀ ଫୁଡ୍ସର ପ୍ରମୋଟର ସଂସ୍ଥାର ୨୯.୨୬ କୋଟି ଟଙ୍କାର ସେୟାର ଉପରେ ରୋକ୍ ଲଗାଇଛି । ନିର୍ଦ୍ଧାରିତ ସମୟ ସୀମା ଭିତରେ ନିମ୍ନତମ ସାର୍ବଜନିକ ସେୟାର ହୋଲ୍ଡର ମାନଦଣ୍ଡ ପୂରଣ ହୋଇନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଲଗାଇଛି ବିଏସଇ ଓ ଏନଏସଇ ଷ୍ଟକ ଏକ୍ସଚେଞ୍ଜ ।

ଡିସେମ୍ବର ମାସ ଶେଷ ବେଳକୁ ପତଞ୍ଜଳୀ ଫୁଡ୍ସ ସେୟାର ହୋଲ୍ଡରଙ୍କ ସେୟାର ୧୯.୧୮ ପ୍ରତିଶତ ଭାଗୀଦାରି ଥିଲା । ସେବି ମାନଦଣ୍ଡ ଅନୁଯାୟୀ, ହୋଲ୍ଡରଙ୍କ ନିକଟରେ ୨୫ ପ୍ରତିଶତ ଭାଗିଦାରୀ ରହିବା ଦରକାର । ଏହା ପୂର୍ବରୁ ୨୦୧୭ ଡିସେମ୍ବରରେ ନ୍ୟାସନାଲ କମ୍ପାନୀ ଲ’ ଟ୍ରିବୁନାଲ ପତଞ୍ଜଳୀର ଫୁଡ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା । ସେହିପରି ସମୟରେ କମ୍ପାନୀ ରୁଚିସ ସୋୟା ଇଣ୍ଡଷ୍ଟ୍ରୀ ନାମରେ ପରିଚିତ ଥିଲା ।

୨୦୧୯ ଜୁଲାଇ ମାସରେ ରୁଚି ଓ ସୋୟାକୁ ଅଧିଗ୍ରହଣ ପାଇଁ ପତାଞ୍ଜଳୀ ଆୟୁରଦେବିକ୍ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିଲା । ସେବି ମାନଦଣ୍ଡ ଅନୁଯାୟୀ, କମ୍ପାନୀ ୩ ବର୍ଷ ମଧ୍ୟରେ ସାର୍ବଜନିକ ସେୟାରକୁ ୨୫ ପ୍ରତିଶତକୁ ବୃଦ୍ଧି କରିବାରଥିଲା । ହେଲେ ପର୍ଯ୍ୟନ୍ତ ୧୯.୧୮ ପ୍ରତିଶତ ସେୟାର ରହିଥିବାରୁ ବେଳେ ମାନଦଣ୍ଡ ପୂରଣ ହୋଇନଥିବାରୁ ପତଞ୍ଜଳୀ ପ୍ରମୋଟରଙ୍କ ସେୟାରକୁ ଫ୍ରିଜ୍ କରିଛି ଷ୍ଟକ୍ ଏକ୍ସଚେଞ୍ଜ ।   

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନେବା ପରେ ପତଞ୍ଜଳୀ ଗ୍ରୁପର ୨୧ଟି ପ୍ରମୋଟର ସଂସ୍ଥାର ସେୟାର ଫ୍ରିଜ୍ ହେବା ପରେ ୨୯,୨୫,୭୬,୨୯୯ ଇକ୍ୟୁଟି ପ୍ରଭାବିତ ହୋଇଛି ।

   Related Posts