ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ ଏନଏସଏ ଲାଗୁ, ଆଜି ଏସ୍‌ଡିଜେଏମ୍ କୋର୍ଟରୁ ମିଳିଥିଲା ଜାମିନ

18/12/2020 at 6:09 PM

ଭୁବନେଶ୍ଵର ୧୮।୧୨: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ ଲାଗୁ  ହେଲା ଏନଏସଏ ବା ଜାତୀୟ ନିରାପତ୍ତା ଆଇନ। ଦାଦାବଟି ଆଦାୟ ଓ ସାଧାରଣରେ ଆତଙ୍କ ସୃଷ୍ଟି ପାଇଁ ଲାଗିଲା ଏନଏସଏ। ଏନଏସଏ ଲାଗୁ ପାଇଁ ନିର୍ଦ୍ଦେଶ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏସଡିଜେମ କୋର୍ଟରୁ ଶୁକ୍ରବାର ଜାମିନ ପାଇବାର କିଛି ଘଣ୍ଟା ନଯାଉଣୁ ଗ୍ୟାଙ୍ଗଷ୍ଟାର ରାଜା ଉପରେ ଲାଗିଲା ଏନଏସଏ।

ସୂଚନା ଅନୁଯାୟୀ ଦାଦା ବଟି ଆଦାୟ ମାମଲାରେ ଗିରଫ ଗ୍ୟାଙ୍ଗଷ୍ଟର ରାଜାକୁ ୧୧୦ରେ ବୁକ୍ କରିଛି କମିଶନରେଟ୍ ପୋଲିସ । ଗ୍ୟାଙ୍ଗଷ୍ଟାର ରାଜା ନାଁରେ ଆହୁରି ଅନେକ ସଙ୍ଗୀନ ଅଭିଯୋଗ ରହିଛି । ଗତ ୧୭ ତାରିଖରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ଗିରଫ କରିଥିଲା ପୋଲିସ । ୨୦ହଜାର ଟଙ୍କା ଦାଦାବାଟି ମାଗିବା ଅଭିଯୋଗରେ ଗିରଫ କରିଥିଲା ପୋଲିସ । ଏହା ପୂର୍ବରୁ ମଧ୍ୟ ଅନେକ ଥର ଦାଦାବଟି ଓ ଅନେକ ଅପରାଧିକ ମାମଲାରେ ରାଜା ଆଚାର୍ଯ୍ୟକୁ ଗିରଫ କରିସାରିଛି ପୋଲିସ ।

ଏହା ପୂର୍ବରୁ ଆଜି ରାଜା ଆଚାର୍ଯ୍ୟଙ୍କୁ ଏସଡିଏଜେମଏ କୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ଠିକ ସମୟରେ ଚାର୍ଜସିଟ ଦାଖଲ ନ କରିବାରୁ  କୋର୍ଟ ଜାମିନ ପ୍ରଦାନ କରିଥିଲେ।  ୨୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ଜାମିନ ମିଳିଥିଲା। ଦାଦାବଟି ନେବା ଅଭିଯୋଗ ରେ ରାଜାକୁ ଗିରଫ କରିଥିଲା କ୍ୟାପିଟାଲ ଥାନା ପୋଲିସ।

୨୦୦୮ରୁ ବିଭିନ୍ନ ମାମଲାରେ ଛନ୍ଦିହୋଇ ଜେଲ୍‌ରେ ଥିଲେ ଗ୍ୟାଙ୍ଗଷ୍ଟାର ରାଜା । କିଛି ଦିନ ତଳେ ସେ ଜାମିନରେ ଆସିଥିଲେ । ତେବେ ଜାମିନରେ ଆସି ପୁଣି ଥରେ ନିଜର କଳାସାମ୍ରଜ୍ୟ ବଢାଇବାରେ ଲାଗିଥିଲା । ଯାହାକୁ ବ୍ରେକ୍‌ ଦେଇଛି କମିଶନରେଟ୍‌ ପୋଲିସ ।

   Related Posts