ବାରମ୍ୱାର ଦାବି ପରେ ଶୁଣୁନି NRL କମ୍ପାନୀ; କଳିଙ୍ଗ ମହିଳା ଶକ୍ତିର ଆମରଣ ଅନଶନ
14/12/2022 at 6:33 PM

ପାରାଦୀପ ୧୪/୧୨: ପାରାଦୀପ ଏନଆରଏଲ୍ କମ୍ପାନୀ ପ୍ରବେଶ ପଥରେ କଳିଙ୍ଗ ମହିଳା ଶକ୍ତିର ଆମରଣ ଅନଶନ। କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଏହି ସଙ୍ଗଠନ ୭ ଦଫା ଦାବି ପୂରଣ କରିବା ପାଇଁ ଦାବି କରିଥିଲା। କିନ୍ତୁ କର୍ତ୍ତୃପକ୍ଷ ଏହା ନ ଶୁଣିବାରୁ ମହିଳାମାନେ ଅନଶନରେ ବସିଛନ୍ତି। ଷଣ୍ଢକୁଦରେ ପ୍ରଦୂଷଣ ବନ୍ଦ କରିବା, ବସ୍ତିର ଡ୍ରେନ୍ ସମସ୍ୟା, ୧୩ ନମ୍ବର ୱାର୍ଡରେ ବାତ୍ୟା ଆଶ୍ରୟସ୍ଥଳୀ ତିଆରି, ମହିଳାମାନଙ୍କୁ ଆତ୍ମନିର୍ଭର କରିବାକୁ ମେସିନ୍ ଯୋଗାଇବା, ସ୍ଥାନୀୟ ବାସିନ୍ଦାଙ୍କ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ମିଳୁ ବୋଲି ଏହି ମହିଳା ସଂଗଠନ ଦାବି କରିଛି। ପୂର୍ବରୁ ଏହି କମ୍ପାନୀ କାର୍ଯ୍ୟାଳୟ ଆଗରେ ଅନେକ ସଂଗଠନ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ରାସ୍ତା ଅବରୋଧ କରିଛନ୍ତି। କିନ୍ତୁ ବୁଧବାର ମହିଳାମାନଙ୍କ ଆମରଣ ଅନଶନ କମ୍ପାନୀ ଓ ପ୍ରଶାସନକୁ ଦ୍ଵନ୍ଦରେ ପକାଇଛି।