ଫେସବୁକରୁ ଆରମ୍ଭ ହେଲା ବନ୍ଧୁତ୍ୱ ଓ ପରେ ପ୍ରେମ, ପ୍ରେମିକାଙ୍କୁ ଦେଖା କରିବାକୁ ଯାଇ ଶବ ହୋଇ ଫେରିଲେ ଯୁବକ

Published By : Prameya-News7 Bureau | June 04, 2019 IST

ଲୁଧିଆନା ୪/୬ : ଆଜିକାଲି ନୂଆ ଲୋକଙ୍କ ସହ ମିଶିବା କଥାବାର୍ତ୍ତା କରିବା ପାଇଁ ଫେସବୁକ ଏକ ସହଜ ମାଧ୍ୟମ । ଫେସବୁକ ମାଧ୍ୟମରେ ଅନେକ ଲୋକ ପରସ୍ପରକୁ ଚିହ୍ନୁଛନ୍ତି ଏବଂ କଥାବାର୍ତ୍ତା କରୁଛନ୍ତି । ବେଳେବେଳେ ଲୋକେ ଏହା ମାଧ୍ୟମରେ ଠକର ଶିକାର ମଧ୍ୟ ହେଉଛନ୍ତି । ଅଜଣା ଅଚିହ୍ନା ଲୋକଙ୍କ ସହ ସମ୍ପର୍କ ବେଳେବେଳେ ମହଙ୍ଗା ପଡିଥାଏ । ଆମେ ବାରମ୍ବାର ଲୋକଙ୍କୁ ସଚେତନ କରିଆସୁଛୁ ଯେ, ଅଜଣା ଅଚିହ୍ନା ଲୋକଙ୍କ ସହ ଦୂରତା ବଜାୟ ରଖୁନ୍ତୁ । ତଥାପି ଲୋକେ ଅନେକ ଠକର ଶିକାର ହେଉଛନ୍ତି ।

{"id":119716}

ଏହିଭଳି ଏକ ଘଟଣା ଘଟିଛି ସାଉଦି ଆରବରୁ ଆସିଥିବା ଜଣେ ଯୁବକଙ୍କ ସହ । ଫେସବୁକରେ ଚାଟିଙ୍ଗ କରିବା ବହୁତ ମହଙ୍ଗା ପଡିଥିଲା ଯୁବକଙ୍କୁ । ସାଉଦି ଆରବରୁ ଆସିଥିବା ଯୁବକ ୨ ମାସ ପୂର୍ବରୁ ଜଣେ ଯୁବତୀଙ୍କ ପ୍ରେମରେ ପଡିଯାଇଥିଲେ । ଯୁବକ ଜଣକ ହେଲେ ଗୁରପ୍ରିତ ସିଂହ । ତାଙ୍କ ଘର ଲୁଧିଆନା ଜଗରାମାରେ । ଯୁବତୀଙ୍କ ଘର ଶ୍ରୀମୁକ୍ତସର ଜିଲ୍ଲାର ବଲୋଚ ଗାଁରେ ।

{"id":119717}

ଯୁବତୀଙ୍କ ସହ ଫେସବୁକରେ ଚାଟିଙ୍ଗ କରି କରି ପ୍ରେମ ଏତେ ବଢିଗଲା ଯେ, ଗୁରପ୍ରିତ ପ୍ରେମିକାଙ୍କୁ ଦେଖା କରିବା ପାଇଁ ରାଙ୍କ ଗାଁରେ ପହଂଚିଗଲେ । ନିଜ ସାଙ୍ଗମାନଙ୍କ ସହ ବାଇକରେ ଆସି ଯୁବତୀଙ୍କ ଘର ବାହାରେ ତାଙ୍କୁ ଅପେକ୍ଷା କରିଥିଲେ ଗୁରପ୍ରିତ । କୌଣସି ପ୍ରକାରେ ଯୁବତୀଙ୍କ ପରିବାର ଲୋକେ ଏସବୁ ଘଟଣା ଜାଣିବାକୁ ପାଇଲେ । ତାପରେ ଯାହା ହେଲା ତାହା ନିହାତି ନିନ୍ଦନୀୟ ।

{"id":119718}

ଯୁବତୀଙ୍କ ଭାଇମାନେ ଗୁରପ୍ରିତଙ୍କୁ ଧରି ବହୁତ ମାଡ ମାରିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ମୁଖ୍ୟ ରାସ୍ତାରେ ଫୋପାଡ଼ି ଚାଲିଗଲେ । ଗୁରପ୍ରିତ ସିଂହଙ୍କ ସାଙ୍ଗ ତାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କଲେ । କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ବଡ ମେଡିକାଲକୁ ସ୍ଥାନାନ୍ତର କରିବାକୁ କହିଥିଲେ । ବଡ ମେଡିକାଲ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ମୃତକଙ୍କ ପରିବାରକୁ ସମସ୍ତ ଘଟଣା କହିଥିଲେ ଗୁରପ୍ରିତଙ୍କ ସାଙ୍ଗ ।

ଗୁରପ୍ରିତଙ୍କ ପରିବାରଲୋକଙ୍କ ଅଭିଯୋଗକ୍ରମେ ପୋଲିସ ଯୁବତୀଙ୍କ ୩ ଭାଇଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି । କିନ୍ତୁ ଏବେ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତକୁ ଗିରଫ କରାଯାଇନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।

{"id":119719}

ସୂଚନାଯୋଗ୍ୟ ଯେ, ଗୁରପ୍ରିତ ସାଉଦି ଆରବରେ ରହୁଥିଲେ । ୨ ମାସ ପୂର୍ବରୁ ସେ ଘରକୁ ଆସିଥିଲେ । ଯୁବତୀଙ୍କ ସହ ଫେସବୁକରେ ତାଙ୍କୁ ପ୍ରେମ ହୋଇଯାଇଥିଲେ । ତାଙ୍କ ପ୍ରେମ ମାତ୍ର ୨୦ ଦିନର ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.