ୱାସିଂଟନ: ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସୀ (ନାସା)ଙ୍କୁ ତାଙ୍କର ପ୍ରଥମ ମଙ୍ଗଳ ହେଲିକପ୍ଟର ଲାଗି ନାମ ମିଳିଯାଇଛି। ଏହାର ନାମକରଣ କରିଛନ୍ତି ଭାରତୀୟ ବଂଶୋଦଭବ ଆମେରିକୀୟ ଛାତ୍ରୀ ବନିଜା ରୂପାଣୀ।୧୭ ବର୍ଷ ବୟସ୍କା ବନିଜା ନର୍ଥପୋର୍ଟ ଆଲବାମାରେ ରୁହନ୍ତି। ଜୁନିୟର ହାଇସ୍କୁଲ ଛାତ୍ରୀ ନାସାଙ୍କ କାର୍ଯ୍ୟକ୍ରମ ‘ନେମ୍ ଦି ରୋଭର’ରେ ଅଂଶଗ୍ରହଣ କରି ନିଜର ନିବନ୍ଧ ଜମା କରିଥିଲେ। ଏଥିରେ ପ୍ରଥମ ମଙ୍ଗଳ ହେଲିକପ୍ଟର ନାମ କରଣ କରିଥିଲେ ‘ଇଞ୍ଜିନୁଇଟି’।
{"id":262681,"sizeSlug":"large"}ବନିଜାଙ୍କ ଏପରି ନାମକରଣକୁ ନାସା ସ୍ୱୀକାର କରିଛନ୍ତି ଓ ସେହି ଅନୁସାରେ ହେଲିକପ୍ଟରର ନାମକରଣ ମଧ୍ୟ କରିଛନ୍ତି। ସେହିପରି ନାସାଙ୍କ ଆଗାମୀ ରୋଭରର ନାମ ‘ପର୍ସୱିରନ୍ସ ’ ରଖାଯିବ ବୋଲି ଘୋଷଣା କରାଯାଇଛି। ସପ୍ତମ ଶ୍ରେଣୀ ଆମେରିକୀୟ ଛାତ୍ର ଆଲେକଜାଣ୍ଡାର ମେଥରଙ୍କ ନିବନ୍ଧ ଆଧାରରେ ଏହି ରୋଭରର ନାମକରଣ ହୋଇଛି।
{"id":262682,"sizeSlug":"large"}ନାସା ତାଙ୍କ ମଙ୍ଗଳ ହେଲିକପ୍ଟରର ନାମକରଣ ନେଇ ଟ୍ୱିଟ୍ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ଆମକୁ ମଙ୍ଗଳରେ ଉଡିବାକୁ ଥିବା ହେଲିକପ୍ଟରର ନାମ ମିଳିଯାଇଛି ବୋଲିସୂଚିତ କରିଛନ୍ତି। ଭିନ୍ନ ଦୁନିଆରେ ‘ଇଞ୍ଜିନୁଇଟି’ ପ୍ରଥମ ଯାନ୍ତ୍ରିକ ଶକ୍ତିଚାଳିତ ଯାନ ହେବ ଯାହା ରୋଭର ପର୍ସୱିରନ୍ସ ସହ ଲୋହିତ ଗ୍ରହକୁ ଯାତ୍ରା କରିବ ବୋଲି ନାସା ଘୋଷଣା କରିଛନ୍ତି। ନାସାଙ୍କ ସୂଚନା ଅନୁସାରେ ପ୍ରତିଯୋଗୀତାରେ ବନିଜାଙ୍କ ଏଣ୍ଟ୍ରି ସଂଖ୍ୟା ୨୮ ହଜାର ଥିଲା। ଏତେ ସଂଖ୍ୟକ ନିବନ୍ଧରୁ ବନିଜାଙ୍କ ଦ୍ୱାରା କରାଯାଇଥିବା ନାମକରଣକୁ ଚୟନକର୍ତ୍ତା ମନୋନୀତ କରିଛନ୍ତି।
wp:html/wp:htmlOur Mars helicopter has a new name! Meet: Ingenuity.
— NASA (@NASA) April 29, 2020
Student Vaneeza Rupani came up with the name during our “name the rover” contest. Ingenuity will ride to the Red Planet with @NASAPersevere to attempt the first powered flight on another world: https://t.co/4bGj3morKP pic.twitter.com/2ZyIm4sQRQ
ନାମକରଣ ଲାଗି ବନିଜା ଯେଉଁ ସନ୍ଦର୍ଭ ଲେଖିଥିଲେ ସେଥିରେ ଇଞ୍ଜନୁଇଟି ଏକ ଏପରି ଜିନିଷ ଯାହା ଅଦଭୁତ କାମ ସିଦ୍ଧ କରିବାରେ ଲୋକଙ୍କ ସହା.ତା କରେ। ଏହା ଆମର ହରାଇଜନକୁ ବ୍ରହ୍ମାଣ୍ଡର ପ୍ରତ୍ୟେକ କୋଣକୁ ବିସ୍ତାରିତ କରିବାରେ ସହାୟକ ହେବ। ଇଞ୍ଜିନୁଇଟି ଓ ପର୍ସୱିରନ୍ସକୁ ଆଗାମୀ ଜୁଲାଇ ମାସରେ ମଙ୍ଗଳ ପଠାଯିବାର କାର୍ଯ୍ୟକ୍ରମ ରହିଛି। ଯାହା ଆଗାମୀ ବର୍ଷ ଫେବୃଆରୀମାସରେ ଲୋହିତ ଗ୍ରହର ଜେଜେରୋ ଗର୍ତ୍ତରେ ଅବତରଣ କରିବ। ରୋଭର ସେଠାରେ ସାମ୍ପଲ ସଂଗ୍ରହ କାର୍ଯ୍ୟ କରିବାକୁ ଥିବା ବେଳେ ହେଲିକପ୍ଟର ଗ୍ରହରେ ଉଡିବାକୁ ଉଦ୍ୟମ କରିବ। ଯଦି ସବୁକିଛି ଠିକ୍ ଠାକ ରହିଲା ତେବେ ଭବିଷ୍ୟତରେ ଇଞ୍ଜିନୁଇଟି ମଙ୍ଗଳ ଅନୁସନ୍ଧାନ ଅଭିଯାନରେ ଆକାଶୀୟ କାର୍ଯ୍ୟକ୍ରମକୁ ମଧ୍ୟ ଯୋଡିବ।