NRC, CAA ପରେ ଏବେ NPRକୁ ବିରୋଧ, ରାଜ୍ୟରେ ଲୋକଙ୍କୁ ସଚେତନତା କରିବ ବିଜେପି

Published By : Prameya-News7 Bureau | December 25, 2019 IST

ଭୂବନେଶ୍ୱର ୨୫।୧୨: ଆସନ୍ତାବର୍ଷ ଜାତୀୟ ଜନସଂଖ୍ୟା ପଞ୍ଜିକା ବା ନ୍ୟାସନାଲ ପପୁଲେସନ୍‌ ରେଜିଷ୍ଟ୍ରାର (ଏନ୍‌ପିଆର) କାର୍ଯ୍ୟକାରୀ କରିବା ଲାଗି ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି। ସେହି ଅନୁସାରେ ଆସନ୍ତା ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ଏହି ପ୍ରକ୍ରିୟା ଆରମ୍ଭ କରାଯିବା ସହ ସମସ୍ତ ନାଗରିକଙ୍କୁ ସାମିଲ କରାଯିବ । କିନ୍ତୁ  ବିରୋଧୀଙ୍କ କହିବା କଥା, ବିବାଦୀୟ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆରସି) ଆଡ଼କୁ ଏହା ଆଉ ଗୋଟିଏ ପଦକ୍ପାଷେପ। ଏଣୁ ଏନ୍‌ପିଆରକୁ ବିରୋଧୀକେନ୍ଦ୍ର ସରକାରଙ୍କର ଆଉ ଏକ ଚାଲ୍‌ ବୋଲି କହୁଛନ୍ତି । 

{"id":202559,"sizeSlug":"large"}

୨୦୨୦ରେ ହେବାକୁ ଥିବା ଜାତୀୟ ଜନଗଣନା କାର୍ଯ୍ୟକ୍ରମରେ ଏନପିଆର୍ ଏକ ଗୁରୁତ୍ୱପୁର୍ଣ୍ଣ ଅଂଶ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଏହି  ତାଲିକାରେ ଦେଶର ଯେ କୌଣସି ଅଞ୍ଚଳରେ ବସବାସ କରୁଥିବା ସ୍ଥାୟୀ ବାସିନ୍ଦାଙ୍କ ସମେତ ସେହି ଅଞ୍ଚଳରେ ବିଗତ ୬ ମାସ କିମ୍ବା ତଦୁର୍ଦ୍ଧ୍ୱ ସମୟ ଧରି ରହୁଥିବା ବାସିନ୍ଦାଙ୍କୁ ଅନ୍ତର୍ଭୁକ୍ତ କରାଯିବ। ଏଥିରେ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କର ‘ବାୟୋମେଟ୍ରିକ’ ଓ ‘ଡେମୋଗ୍ରାଫିକ୍‌’ ସଂପର୍କିତ ସମସ୍ତ ତଥ୍ୟ ରଖାଯିବ। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାକୁ ଦେବେ ନାହିଁ ବୋଲି କେରଳ ଏବଂ ପଶ୍ଚିମବଙ୍ଗ ସରକାର ପ୍ରତିକ୍ରିୟା ରଖିଛନ୍ତି ।

{"id":202560,"sizeSlug":"large"}

ଓଡ଼ିଶାରେଏନ୍‌ପିଆର ପାଇଁ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ବସିଥିଲା, କିନ୍ତୁ ଏହା ଲାଗୁ କରାଯିବ କି ନା ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ହିଁ ଚୁଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଯୋଜନା ଏବଂ ସମନ୍ୱୟମନ୍ତ୍ରୀ ବୁଧବାର କହିଛନ୍ତି । ତେବେ ଏନଆରସି ଏବଂ  ସିଏଏ ପରେ ଏବେ  ଏନ୍‌ପିଆର କେନ୍ଦ୍ର ସରକାରଙ୍କର ଆଉ  ଏକ ଚାଲ୍‌ ବୋଲି ବିରୋଧୀ କହୁଛନ୍ତି । ଏହା ଲୋକଙ୍କୁ ଭାଗଭାଗ କରିବାକୁ ଏକ ପ୍ରୟାସ ବୋଲି ସେମାନେ ଆକ୍ଷେପ ବୋଲି କହୁଥିବା ବେଳେ କେନ୍ଦ୍ର ସରକାରଙ୍କ ପଦକ୍ଷେପ ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ କଂଗ୍ରେସ ଯୋଜନା କରୁଛି ।

{"id":202561,"sizeSlug":"large"}

ସେପଟେ,  ବିଜେପି ନେତାଏ ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି । ସିଏଏ, ଏନଆରସି ସମେତ ଏନପିଆର ନେଇ ରାଜ୍ୟବ୍ୟାପୀ ଲୋକଙ୍କୁ ସଚେତନ କରିବାକୁ ବିଜେପି ଯୋଜନା କରୁଛି। ୨୦୧୧ ଜନଗଣନା ପୂର୍ବରୁ ୨୦୧୦ରେ ମନମୋହନ ସିଂହ ସରକାରଙ୍କ ସମୟରେ ପ୍ରଥମେ ଏନ୍‌ପିଆର ଲାଗୁ ହୋଇଥିଲା ।  ତେବେ ଏଥର, ପଞ୍ଜୀକରଣ ହେବାକୁ ଥିବା ବ୍ୟକ୍ତିଙ୍କ ସମେତ ତାଙ୍କ ପିତାମାତାଙ୍କ ଜନ୍ମତାରିଖ, ଜନ୍ମସ୍ଥାନ ଏବଂ ପୂର୍ବରୁ ସେମାନେ କେଉଁଠି ଅବସ୍ଥାନ କରୁଥିଲେ, ସେ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ ।

{"id":202562,"sizeSlug":"large"}

ଏନ୍‌ଆରସି ଏବଂ ଏନ୍‌ପିଆର ମଧ୍ୟରେ ପ୍ରଭେଦ ହେଉଛି ସଂପୃକ୍ତ ବ୍ୟକ୍ତି ଭାରତର ଜଣେ ବାସିନ୍ଦା ବେଲି ଏନ୍‌ପିଆର ଏକ ପ୍ରମାଣ ପତ୍ର । ଆଉ ଏନ୍‌ଆରସି  ହେଉଛି ଭାରତର ଜଣେ ନାଗରିକ ବୋଲି ପ୍ରମାଣପତ୍ର । ଅବଶ୍ୟ, ଏନ୍‌ପିଆରକୁ ନେଇ ବିରୋଧୀ  ଆଗକୁ କି ଆଭିମୁଖ୍ୟ ରଖୁଛନ୍ତି ତାହା ଏବେଠାରୁ ଆକଳନ କରିବା କଷ୍ଟ ।

{"id":202564,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.