ଏବେ ୧ଟଙ୍କାରେ ମଧ୍ୟ କିଣି ପାରିବେ ସୁନା : ଜାଣନ୍ତୁ କିପରି

Published By : Prameya-News7 Bureau | April 17, 2019 IST

ନୂଆଦିଲ୍ଲୀ ୧୭/୪: ଭାରତରେ ସୁନା କିଣିବାର ଏବଂ ପିନ୍ଧିବାର ସଉକ ଆଜି ମଧ୍ୟ ବଜାୟ ରହିଛି କିନ୍ତୁ ସମସ୍ତେ ଏକା ସାଙ୍କରେ ଲକ୍ଷେ ଟଙ୍କା ଜମା କରି ପାରନ୍ତି ନାହିଁ। ଏଥିପାଇଁ ଡିଜିଟାଲ ଗୋଲ୍ଡ ବରଦାନ ହୋଇ ଆସିଛି। ଏଥିରେ ୧ଟଙ୍କା ମଧ୍ୟ ବିନିଯୋଗ ହୋଇ ପାରିବ ଏବଂ ଧୀରେ ଧୀରେ ଟଙ୍କା ଜମା କରି ସୁନା କିଣାଯାଇ ପାରିବ।

ଭାରତରେ ଅଧିକାଂଶ ପେମେଣ୍ଟ ଓ୍ବାଲେଟଗୁଡ଼ିକ ଆକାଉଣ୍ଟ ଖୋଲିବାର ସୁବିଧା ପ୍ରଦାନ କରିଛି ଯାହା ଦିନକୁ ଦିନ ଲୋକପ୍ରିୟ ହୋଇ ହୋଇ ଚାଲିଛି। ଯଦି ଆପଣ ଦୋକାନରୁ ସୁନା କିଣି ଲକରରେ ରଖୁଛନ୍ତି ତେବେ ଏହା ମଧ୍ୟ ଅତ୍ୟନ୍ତ ମହଙ୍ଗା ହୋଇଥାଏ। ଆପଣ ଦୋକାନରୁ ସୁନା କିଣିଲେ ଗହଣାର ମୂଲ୍ୟ ପଥରର ମୂଲ୍ୟ ମଧ୍ୟ ସୁନା ସହ ହିସାବ ହୋଇଥାଏ କିନ୍ତୁ ଡିଜିଟାଲ ଗୋଲ୍ଡରେ ସବୁ ଟଙ୍କା ୨୪କ୍ୟାରେଟ ସୁନା କିଣିଲେ ବିନିଯୋଗ ହୋଇଥାଏ।

୨୦୧୨ମସିହାରେ ଡିଜିଟାଲ ଗୋଲ୍ଟ ଆକାଉଣ୍ଟ ଆରମ୍ଭ ହେବା ପରେ ଗତ ୭ବର୍ଷ ମଧ୍ୟରେ ପାଖାପାଖି ୮କୋଟି ଖାତା ଖୋଲାଯାଇଛି। ପେଟିଏମ୍,ଗୁଗଲପେ,ଫୋନପେ ଭଳି ଓ୍ବାଲେଟ୍ ଏପରି ଆକାଉଣ୍ଟର ସୁବିଧା ଦେଇଥାଏ।

ଡିଜିଟାଲ ଗୋଲ୍ଡ ରଖିବା ଦ୍ବାରା କମ୍ପାନୀ ଦୁଇ ବର୍ଷ ପର୍ଯ୍ୟନ୍ତ କୈାଣସି ଶୁଳ୍କ ନେଇ ନଥାଏ। ପରେ ଲକର ତୁଳନାରେ ମାମୁଲି ଶୁଳ୍କ ଲାଗିଥାଏ। ଅଧିକାଂଶ ଓ୍ବାଲେଟ୍ ୫ବର୍ଷ ଯାଏଁ ଡିଜିଟାଲ ଗୋଲ୍ଟ ଜମା ରଖିଥାଆନ୍ତି।

କେତେକ କମ୍ପାନୀ ଏବେ ଡିଜିଟାଲ ଗୋଲ୍ଡକୁ ବିନା ଶୁଳ୍କରେ ଗହଣା କରିବାର ସୁବିଧା ପ୍ରଦାନ କରୁଛି। ଏଥିପାଇଁ କେତେକ କମ୍ପାନୀ ପ୍ରାୟତଃ ସବୁ ଜୁଏଲାରୀ ବ୍ରାଣ୍ଡ ସହ ଚୁକ୍ତି କରିଛନ୍ତି।

ଡିଜିଟାଲ ଗୋଲ୍ଡ ହେଉଛି ୨୪କ୍ୟାରେଟ ସୁନାକୁ ଅନଲାଇନରେ କିଣିବାର ମାଧ୍ୟମ। ଏଥିରେ ଆପଣ ଯେତେ ଟଙ୍କା ବିନିଯୋଗ କରିବେ ସେତିକି ମାତ୍ରାରେ ସୁନା ସୁରକ୍ଷିତ ରଖାଯାଏ।

ଡିଜିଟାଲ ଗୋଲ୍ଡରେ ୨୪କ୍ୟାରେଟର ଶୁଦ୍ଧତା ଥିବା ସୁନାର ଗ୍ୟାରେଣ୍ଟି ମଧ୍ୟ ମିଳିଥାଏ। ବଜାରରେ ଥିବା ମୂଲ୍ୟରେ ଆପଣ କିଣାବିକା ମଧ୍ୟ କରିପାରିବେ।

ଡିଜିଟାଲ ଗୋଲ୍ଡ ଆପଣଙ୍କ ଆକାଉଣ୍ଟରେ ଜମା ଟଙ୍କା ଭଳି ହୋଇଥାଏ। ସୁନା କିଣିବା ପରେ ଏହାକୁ ଲକରରେ ରଖିଲେ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ।

ଡିଜିଟାଲ ଗୋଲ୍ଡ ଆକାଉଣ୍ଟରୁ ସୁନା କିଣିବା କିମ୍ବା ବିକିବା ଦ୍ବାରା ଅଧିକ ସମୟ ଲାଗିନଥାଏ। ଆପଣ ଯେକୈାଣସି ସମୟ ଏହାକୁ ବ୍ୟବହାର କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.