ଜିଓ ଓ ଏୟାରଟେଲ ଗ୍ରାହକ ବିନା ନେଟଓ୍ବାର୍କରେ କରି ପାରିବେ କଲ, ଏହି ସୁବିଧାର ଫାଇଦା ଆପଣ ବି ନେଇ ପାରିବେ

Published By : Prameya-News7 Bureau | November 29, 2019 IST

ନୂଆଦିଲ୍ଲୀ୨୯/୧୧: ବର୍ତ୍ତମାନ ସମୟରେ ଭାରତ ବଡ଼ ବଡ଼ ଟେଲିକମ୍‌ କମ୍ପାନୀ ନିଜ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେବାକୁ ପ୍ରୟାସ ଜାରି ରଖିଛନ୍ତି। ଏୟାରଟେଲ ଓ ଜିଓ ୟୁଜର୍ସଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଖବର ରହିଛି। ଜିଓ ଓ ଏୟାରଟେଲ ଗ୍ରାହକମାନେ ବିନା ନେଟଓ୍ବାର୍କରେ କଲ କରି କରି ପାରିବେ। ବର୍ତ୍ତମାନ ସମୟରେ ଏୟାରଟେଲ ଏବଂ ଜିଓ ଭଏସ୍ ଓଭର ଓ୍ବାଇଫାଇ(VoWiFi) ସେବା ଆରମ୍ଭ କରି ସାରିଛି।

ଏୟାରଟେଲ ଓ ଜିଓ ଉଭୟ ଗ୍ରାହକ VoWiFi ମାଧ୍ୟମରେ ବିନା ନେଟଓ୍ବାର୍କରେ ଅନ୍ୟ ନେଟଓ୍ବାର୍କକୁ କଲ କରି ପାରିବେ। VoWiFi ମାଧ୍ୟମରେ ଉଭୟ ଗ୍ରାହକ ହୋମ୍ ଓ୍ବାଇଫାଇ, ପବ୍ଲିକ୍ ଓ୍ବାଇଫାଇ ଏବଂ ଓ୍ବାଇଫାଇ ହଟ୍‌ସ୍ପଟ୍ ସାହାଯ୍ୟରେ କଲିଂ କରିପାରିବେ। ଯଦି ଆପଣଙ୍କ ମୋବାଇଲରେ ନେଟଓ୍ବାର୍କ ନାହିଁ ତେବେ କୌଣସି ଓ୍ବାଇଫାଇ କିମ୍ବା ଅନ୍ୟ ୟୁଜର୍ସଙ୍କଠାରୁ ହଟ୍‌ସ୍ପଟ ନେଇ କଲ କରି ପାରିବେ। ଏହା ମଧ୍ୟମରେ ୟୁଜର୍ସ ମାଗଣାରେ କଥା ହୋଇପାରିବେ।

ସୂଚନା ଅନୁସାରେ ଗ୍ରାହକମାନେ VoWiFi କଲିଂ  କରିବା ପାଇଁ ସ୍ମାର୍ଟଫୋନ WiFi କଲିଂକୁ ସପୋର୍ଟ କରୁଥିବା ଏବଂ ଏଥିସହ ଟେଲିକମ୍ ଅପରେଟର ବି VoWiFiର ସୁବିଧା ଦେଉଥିବ। ଫୋନ ସେଟିଙ୍ଗସ୍‌ରେ ନେଟଓ୍ବାର୍କରେ ଚେକ୍ କରିପାରିବେ। ଯଦି ଆପଣଙ୍କ ଫୋନ ନେଟଓ୍ବାର୍କ ସେଟିଙ୍ଗରେ ଓ୍ବାଇଫାଇ କଲିଂର ଅପ୍ସନ ଦେଖାଯାଉଛି ତେବେ ଏହାକୁ VoWiFi କଲିଂ କରିପାରିବେ।  ବର୍ତ୍ତମାନ Samsung Galaxy Note 10 Plus, OnePlus 7T ଭଳି ସ୍ମାର୍ଟଫୋନରେ ହିଁ VoWiFi କଲିଂ ସୁବିଧା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.