oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ଏବେ ମହଙ୍ଗା ହେବ ୟୁବରରେ ଯାତ୍ରା କରିବା, ଗଣିବାକୁ ପଡିବ ୧୨ ପ୍ରତିଶତ ଅଧିକ ଭଡା

11/04/2022 at 9:58 PM

ନୂଆଦିଲ୍ଲୀ ୧୧।୦୪: ଦେଶରେ ପେଟ୍ରୋଲ-ଡିଜେଲ୍ ଏବଂ ସିଏନଜି ଦାମ ହୁ ହୁ ହୋଇ ବଢିବାରେ ଲାଗିଛି। ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ତେଲ ଦର। ଫଳରେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢିବାରେ ଲାଗିଛି। ଏହି ଦର ବୃଦ୍ଧିରେ ଜନତା ବେହାଲ। ଯାହାର ପ୍ରଭାବ ସବୁସ୍ତରର ଲୋକଙ୍କ ଉପରେ ପଡୁଛି। ଏହି ପରିପ୍ରେକ୍ଷୀରେ କ୍ୟାବ୍ ଦାମ ବଢାଇବାକୁ ଦାବି କରି ଆସୁଛନ୍ତି ୟୁବର ଏବଂ ଓଲାର ଡ୍ରାଇଭର।  ଆଉ ୟୁବର କମ୍ପାନୀ ଏହି ଦାବିକୁ ସ୍ଵୀକାର କରି କରିବା  ସହ  ଦାମ ୧୨ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାର ପ୍ରଭାବ ଏବେ ଯାତ୍ରୀଙ୍କ ଉପରେ ପଡିବାକୁ ଯାଉଛି।  

ଜାରି ପ୍ରେସ ବିଜ୍ଞପ୍ତିରେ ଦକ୍ଷିଣ ଏସିଆ ଏବଂ ଭାରତର ୟୁବର  ମୁଖ୍ୟ ନୀତିଶ ଭୁଷଣ କହିଛନ୍ତି, ତେଲ ଦର ବଢିବା ନେଇ ଆମେ ଆମ ଡ୍ରାଇଭରଙ୍କ କଥା ବୁଝି ପାରୁଛୁ। ତେଲ ଦର ଅପ୍ରତ୍ୟାଶିତ ଏମିତି ବଢିବା ନେଇ ସେମାନେ ବହୁତ ଚିନ୍ତିତ। ତେଣୁ ଏହି ଡ୍ରାଇଭରଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଦିଲ୍ଲୀ-ଏନସିଆରରେ କ୍ୟାବ୍ ଦାମ ୧୨ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ। ଆଗାମୀ ସମୟରେ ମଧ୍ୟ ଆମେ ତେଲ ଦାମ ଉପରେ ନଜର ରଖିବୁ। ଆବଶ୍ୟକ ପଡିଲେ ଏହା ଉପରେ ନିଷ୍ପତ୍ତି ନେବୁ।

ସୂଚନାଯୋଗ୍ୟ, କମ୍ପାନୀ କୌଣସି ନିଷ୍ପତ୍ତି ନନେବାରୁ ଓଲା ଏବଂ ୟୁବର ଡ୍ରାଇଭର ହଡତାଳ କରିଥିଲେ। ଏହା ପରେ ୟୁବର ନିଜ ତରଫରୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ଦାମ ବଢାଇ ଦେଇଛି। ତେଣୁ ଏବେ ଯାତ୍ରୀଙ୍କୁ ୟୁବରରେ ଯାତ୍ରା କରିବା ସମୟରେ ୧୨ ପ୍ରତିଶତ ଅଧିକ ଭଡା ଦେବାକୁ ପଡିବ। ଅନ୍ୟପଟେ କମ୍ପାନୀର ଏହି ନିଷ୍ପତ୍ତିରେ ଡ୍ରାଇଭରମାନଙ୍କୁ କିଛି ମାତ୍ରାରେ ଆଶ୍ଵସ୍ତି ମିଳିବ ବୋଲି ଆଶା କରାଯାଉଛି। ୟୁବରର ଏହି ନିଷ୍ପତ୍ତି ଏବେ ଓଲା ଉପରେ ମଧ୍ୟ ପଡିବ। କମ୍ପାନୀ ମଧ୍ୟ ଡ୍ରାଇଭରଙ୍କ ଦାବିକୁ ଆଖି ଆଗରେ ରଖି କ୍ୟାବ ଭଡା ବଢାଇବ।

   Related Posts