ଦିଲ୍ଲୀରେ ଡିଜେଲ ଗାଡ଼ି ଓ ଟ୍ରକ୍ ଚାଲିବାକୁ ମିଳିଲା ଅନୁମତି, ୩ ଦିନ ପୂର୍ବରୁ କଟକଣା ଲଗାଇଥିଲେ ସରକାର

Published By : Prameya-News7 Bureau | November 06, 2022 IST

ନୂଆଦିଲ୍ଲୀ ୬।୧୧: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବଢିବା ଯୋଗୁ ସରକାର ୩ ଦିନ ତଳେ ଜାରି କରିଥିବା କଟକଣାକୁ ପରିସ୍ଥିତି ସ୍ୱଭାବିକ ହେବା ପରେ ରବିବାର ପ୍ରତ୍ୟାହାର କରିଛନ୍ତି। ଦିଲ୍ଲୀରେ ପ୍ରଦୂଷଣ ମୁକାବିଲା ଲାଗି କାର୍ଯ୍ୟାନୁଷ୍ଠାନ ସୁପାରିଶ କରୁଥିବା ଅନୁଷ୍ଠାନ ବାୟୁ ମାନରେ ସାମାନ୍ୟ ଉନ୍ନତି ପରେ କିଛି କଟକଣା ହଟାଇଛନ୍ତି। ଏହି କଟକଣା ହଟିବା ପରେ ଦିଲ୍ଲୀରେ ଏବେ ଟ୍ରକ ଏଣ୍ଟ୍ରି କରିପାରିବେ।

{"id":705775,"sizeSlug":"full","linkDestination":"none"}

କେବଳ ଏତିକି ନୁହେଁ ଅଣ ବିଏସ-୬ଡିଜେଲ ବାହନ ଉପରେ ଜାରି କଟକଣା ମଧ୍ୟ ପ୍ରତ୍ୟାହୃତ ହୋଇଛି। ଦିଲ୍ଲୀରେ ସବୁ ଉଦ୍ୟୋଗ ବନ୍ଦ ଲାଗି କରାଯାଇଥିବା ସୁପାରିଶ ମଧ୍ୟ ପ୍ରତ୍ୟାହାର ହୋଇଛି। ଦିଲ୍ଲୀରେ ବାୟୁ ମାନ ହ୍ରାସ ଲାଗି ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ(ଜିଆରଏପି)-୪ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।  ଜିଆରଏପି-୪ ବାୟୁର ମାନ ଖରାପ ହେଲେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୁପାରିଶ କରିଥାନ୍ତି।

{"id":705776,"width":724,"height":407,"sizeSlug":"full","linkDestination":"none"}

ତେବେ ବାୟୁ ମାନରେ ସାମାନ୍ୟ ସୁଧାର ପରେ ଜିଆରଏପି-୪କୁ ହଟାଇ ୩୩୯ କରି ଦିଆଯାଇଛି। ଦିଲ୍ଲୀରେ ଏବେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୧୧୧ ଅଛି। ଅର୍ଥା ଏକ୍ୟୁଆଇ ଉପରେ ଲାଗୁ ଜିଆରଏପି-୪ ହଟାଇ ଦିଆଯାଇଛି। ଯଦିଓ କଟକଣା ହଟିଛି ତେବେ ଅନାବଶ୍ୟକ ନିର୍ମାଣ ଗତିବିଧି ଯେପରିକି ଇଟା ଭାଟି ଉପରେ ଏବେବି କଟକଣା ବଳବତ୍ତର ରହିଛି। ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି। ଏହି ସମୟରେ କୌଣସି ସ୍କୁଲ ଆଉଟଡୋର ଗତିବିଧି ସଞ୍ଚାଳିତ କରିପାରିବେନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.