ବୃହଷ୍ପତିଙ୍କ ରାଶି ପରିବର୍ତ୍ତନ : ଏବେ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ କନ୍ୟା ସହିତ ଏହି ରାଶିରେ ଖୋଲିବ ସଫଳତାର ମାର୍ଗ, ମିଳିବ ଉନ୍ନତି
20/05/2022 at 12:00 AM

ଗ୍ରହମାନଙ୍କ ଭିତରେ ବୃହଷ୍ପତିଙ୍କୁ ରାଜା ବୋଲି କୁହାଯାଏ। ବୃହଷ୍ପତି ମୀନ ଓ ଧନୁ ରାଶିର ସ୍ୱାମୀ ଅଟନ୍ତି। ବୃହଷ୍ପତିଙ୍କର କର୍କଟ ରାଶିକୁ ଉଚ୍ଚ ରାଶି ଓ ମକରକୁ ନିଚ୍ଚ ରାଶି ବୋଲି କୁହଯାଏ। ଯଦି କୌଣସି ରାଶିରେ ବୃହଷ୍ପତି ଓ ଚନ୍ଦ୍ରଙ୍କର ମିଳନ ହୁଏ ସେହି ରାଶି ବହୁତ ସୁଦୃଢ଼ ହୋଇଥାଏ। ଏହା ଛଡ଼ା ଯଦି ବୃହଷ୍ପତି ମଙ୍ଗଳଙ୍କ ସହିତ ମିଶିଯାଆନ୍ତି ତାହେଲେ ତାଙ୍କ ଶକ୍ତି ଦ୍ୱିଗୁଣିତ ହୋଇଥାଏ। ଦେବଗୁରୁ ବୃହଷ୍ପତି ଏପ୍ରିଲ ୨୩ରେ ରାଶି ପରବିର୍ତ୍ତନ କରିଛନ୍ତି। ସେ ଏପ୍ରିଲ ୨୦୨୩ ରାଶି ପରିବର୍ତ୍ତନ କରିବେ। ଏହି ସମୟ କିଛି ରାଶି ପାଇଁ କ୍ୟାରିଅରରୁ ଆରମ୍ଭ କରି ବ୍ୟବସାୟ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ବହୁତ ଶୁଭ ଫଳ ପ୍ରଦାନ କରିବ। ତାହେଲେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ ରାଶି ଅଧିକ ଲାଭବାନ ହେବେ।
ବୃଷ :~ ବୃହଷ୍ପତି ବୃଷ ରାଶି ପାଇଁ କ୍ୟାରିଅରରେ ବହୁତ ଅଧିକ ଲାଭ ଦେବେ। ଯଦି ଛାତ୍ରଛାତ୍ରୀ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାଆନ୍ତି ତାହେଲେ ସଫଳତା ଅର୍ଜନ କରିବେ।
ମିଥୁନ :~ ଏହି ରାଶିର ବ୍ୟକ୍ତିମାନଙ୍କୁ ବୃହଷ୍ପତି ବହୁତ ଭଲ ସଙ୍କେତ ଦେଉଛନ୍ତି । ଏହି ରାଶିର ବ୍ୟକ୍ତିମାନଙ୍କର ବ୍ୟବସାୟରେ ସୁଧାର ଆସିବ। ଅଧିକ ଧନ ଲାଭ ହେବ। ନିବେଶ କରିବା ପାଇଁ ଯୋଜନା କରିବେ।
କନ୍ୟା :~ କନ୍ୟା ରାଶି ପାଇଁ ବୃହଷ୍ପତି ଏଥର ଅପେକ୍ଷିତ ଫଳ ପ୍ରଦାନ କରିବେ। ଲଗାତାର ଗୋଟିଏ ବର୍ଷ ପାଇଁ ତାଙ୍କୁ ଶୁଭ ସମାଚାର ମିଳିବ।
କୁମ୍ଭ ଓ ବିଛା :~ ବିଛା ଓ କୁମ୍ଭ ରାଶିର ବ୍ୟକ୍ତି ଙ୍କ ପାଇଁ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ସମୟ ବହୁତ ଭଲ ରହିବ। ଏହି ରାଶିର ବ୍ୟକ୍ତିମାନେ ଉନ୍ନତିର ଶିଖରରେ ପହଞ୍ଚିବେ। ବୃହଷ୍ପତିଙ୍କ କୃପାରୁ ବନ୍ଦ ହୋଇଥିବା ସମସ୍ତ କାମ ହୋଇଯିବ।