‘ଆଧାର’ ପରେ ଏବେ ପିଲାଙ୍କ ପାଇଁ କରନ୍ତୁ Apaar କାର୍ଡ, ଆଗକୁ ଆସିବ କାମରେ

Published By : Prameya-News7 Bureau | December 05, 2023 IST

ନୂଆଦିଲ୍ଲୀ ୫।୧୨: ଆଧାରକାର୍ଡ ଏବେ ଆମ ଜୀବନର ଏକ ଅଂଶ ହୋଇଯାଇଛି। ରାସନ ଦୋକାନରୁ ଆରମ୍ଭ କରି ସିମ୍‌ କାର୍ଡକିଣିବା ପର୍ଯ୍ୟନ୍ତ ସବୁଠି ଦରକାର ପଡୁଛି ଆଧାର। ଏବେ ସରକାର ଏହିପରି ଆଉ ଏକ କାର୍ଡ ଆପଣଙ୍କ ପିଲାମାନଙ୍କ ପାଇଁ କରିବାକୁ ଯାଉଛନ୍ତି। ଯାହା ଆଗାମୀ ସମୟରେ ସେମାନଙ୍କ ସ୍କୁଲ ପାଠପଢା ସହ କଲେଜରେ ଆଡମିସନ ଓ ଚାକିରୀ ଖୋଜିବାରେ ସହାୟତା କରିବ। ସରକାର ଏହାର ନାମ ‘ଅପାର ଆଇଡି କାର୍ଡ’ ରଖିଛନ୍ତି। ଏହାକୁ କରିବେ କିପରି, ଏହାର ଲାଭ କଣ ଏ ସବୁର ସୂଚନା ଦେଖନ୍ତୁ ଏଠାରେ।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ‘ଅପାର ଆଇଡି କାର୍ଡ’ କରିବା କାମ ଆରମ୍ଭ କରିଛନ୍ତି। ଏହା ସାରା ଦେଶରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଆଇଡେଣ୍ଟିଟି କାର୍ଡ ହେବ। ଏହାକୁ ଗୋଟିଏ ରାଷ୍ଟ୍ର, ଗୋଟିଏ ବିଦ୍ୟାର୍ଥୀ କାର୍ଡ ମଧ୍ୟ କୁହାଯାଉଛି। ସରକାର ଯେଉଁ ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ଆଣିଛନ୍ତି ସେହି ହିସାବରେ ଅପାର କାର୍ଡ ତିଆରି କରାଯାଉଛି। ଅପାର କାର୍ଡର ଫୁଲ ଫର୍ମ ‘ଅଟୋମେଟେଡ ପର୍ମାନେଣ୍ଟ ଆକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି’। ଏହାର ଅର୍ଥ ସରକାର ଷ୍ଟୁଡେଣ୍ଟଙ୍କ ଏପରି ୧୨ ଅଙ୍କର ଏକ ଆଇଡି କାର୍ଡ କରିବେ ଯାହା ସେମାନଙ୍କ ପିଲାଦିନରୁ ଆରମ୍ଭ କରି ପାଠପଢା ଶେଷ ପର୍ଯ୍ୟନ୍ତ ସ୍ଥାୟୀ ରହିବ।

{"id":879084,"width":840,"height":440,"sizeSlug":"full","linkDestination":"none"}

ଛାତ୍ରଛାତ୍ରୀଙ୍କ ସ୍କୁଲ ବଦଳିଲେ ମଧ୍ୟ ଅପାର ଆଇଡି କାର୍ଡରେ କୌଣସି ପରିବର୍ତ୍ତନ ହେବନି। ଏହା ଆଧାରକାର୍ଡ ଠାରୁ ଅଲଗା ହେବ ଓ ପରସ୍ପର ସହ ଲିଙ୍କ ରହିବ। ଏଥିରେ ଛାତ୍ରଛାତ୍ରୀଙ୍କ ସମସ୍ତ ସୂଚନା ଅପଡେଟ୍ ହେଉଥିବ। ଏଥି ପାଇଁ ସରକାର ‘ଆକାଡେମିକ ବ୍ୟାଙ୍କ ଅଫ କ୍ରେଡିଟସ୍’ ଲଞ୍ଚ କରିଛନ୍ତି। ଏହା ଶୈକ୍ଷିକ ରେଜିଷ୍ଟ୍ରି ରୂପେ କାମ କରିବ, ଏହାକୁ ଆପଣ ଡିଜିଲକର  ଭଳି ଏଡୁଲକର ବୋଲି ମଧ୍ୟ ବୁଝିପାରନ୍ତି।  ଅସଲରେ ‘ଅପାର କାର୍ଡ’ ଜଣେ ଛାତ୍ର ବା ଛାତ୍ରୀର ସବୁ ପ୍ରକାର ସୂଚନା ଡିଜିଟାଲୀ ଷ୍ଟୋର ରଖିବ। ଏଥିରେ ସେମାନଙ୍କ ପାଠ ପଢାର ସବୁ ହିସାବ ରହିବ।

ଯେଉଁଥିରେ ପିଲା କେଉଁ ଶ୍ରେଣୀ ପର୍ଯ୍ୟନ୍ତ ପଢିଛି, ତାକୁ କେଉଁ ସବୁ ପୁରସ୍କାର ମିଳିଛି, ତାଙ୍କ ପାଖରେ କେଉଁ କେଉଁ ଡିଗ୍ରି ଅଛି, ତାଙ୍କୁ ସ୍କଲାରସିପ୍ ମିଳିଛି କି ନାହିଁ, ଯଦି ମିଳିଛି ତେବେ କେତେ ଓ କେବେଠାରୁ କେଉଁ ପର୍ଯ୍ୟନ୍ତ ସ୍କୋଲାରସିପ୍‌ ପାଇଛନ୍ତି, ତାଙ୍କୁ କେଉଁ ଶ୍ରେଣୀରେ କେତେ ମାର୍କ ମିଳିଥିଲା ଆଦି ସୂଚନା ଡିଜିଟାଲୀ ଏହି କାର୍ଡକୁ ଟ୍ରାନ୍ସଫର ହେବ। ଅପାର କାର୍ଡ କରିବା ପାଇଁ ଛାତ୍ର ବା ଛାତ୍ରୀଙ୍କର ଏକ ବୈଧ ଆଧାର କାର୍ଡ ଥିବା ଦରକାର, ସେହିପରି ଡିଜି ଲକରରେ ତାଙ୍କର ଆକାଉଣ୍ଟ ଥିବା ମଧ୍ୟ ଜରୁରି। ଏଥିରେ ଛାତ୍ରଛାତ୍ରୀଙ୍କ ଇ-କେୱାସି କରାଯିବ। ଛାତ୍ରଛାତ୍ରୀଙ୍କୁ ଅପାର କାର୍ଡ ତାଙ୍କ ସ୍କୁଲ ଅଥବା କଲେଜ ଜାରି କରିବେ। ଏଥି ପାଇଁ ରେଜିଷ୍ଟ୍ରେସନ ତାଙ୍କ ମାତାପିତାଙ୍କ ସହମତିରେ ହେବ।

ତୃତୀୟ ପର୍ଯ୍ୟାୟରେ ୧୫୦୦ କର୍ମଚାରୀଙ୍କୁ ଛଟେଇ କରିବ Spotify

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.