ସିଦ୍ଧାର୍ଥଙ୍କ ଅସମ୍ପୂର୍ଣ୍ଣ ଇଚ୍ଛାକୁ ପୁରଣ କରିବେ ପରିବାର, ଜନ୍ମ ବାର୍ଷିକୀରେ କରିବେ ଏହି କାମ

Published By : Prameya-News7 Bureau | November 27, 2021 IST

ନୂଆଦିଲ୍ଲୀ ୨୭/୧୧: ପ୍ରସିଦ୍ଧ ଟିଭି ଅଭିନେତା ତଥା ବିଗ୍ ବସ୍ ୧୩ ର ବିଜେତା ସିଦ୍ଧାର୍ଥ ଶୁକ୍ଲା ଏବେ ବି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ଜୀବିତ ଅଛନ୍ତି । ସିଦ୍ଧାର୍ଥଙ୍କ ସମ୍ପର୍କୀୟ ହୁଏତ ତାଙ୍କ ବିନା ବଞ୍ଚିବା ଶିଖିଥାଇ ପାରନ୍ତି, କିନ୍ତୁ ତାଙ୍କ ସ୍ମୃତିକୁ ଏବେ ଯାଏଁ ଭୁଲି ନାହାଁନ୍ତି। ଏବେ ଅଭିନେତାଙ୍କୁ ନେଇ ଏକ ବଡ ସୂଚନା ସାମ୍ନାକୁ ଆସିଛି। କୁହାଯାଉଛି ଯେ ଅଭିନେତାଙ୍କ ଜନ୍ମଦିନରେ ତାଙ୍କ ପରିବାର ତାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଉଛନ୍ତି।

{"width":704,"height":528}
PunjabKesari

ସୂଚନା ଅନୁଯାୟୀ, ତାଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ସିଦ୍ଧାର୍ଥ ତାଙ୍କର ଶେଷ ରାପ୍ କରିଥିଲେ, ଯାହା ଡିସେମ୍ବର ୧୨ ଅର୍ଥାତ୍ ସିଦ୍ଧାର୍ଥଙ୍କ ଜନ୍ମଦିନରେ ରିଲିଜ୍ ହେବ। କୁହାଯାଉଛି ଯେ ତାଙ୍କର ଏହି ଶେଷ ରାପ୍ ଜୀବନର ଉତ୍ସାହରେ ସଂପୂର୍ଣ୍ଣ ପରିପୂର୍ଣ୍ଣ। ଏଥିରେ ସିଦ୍ଧାର୍ଥଙ୍କ ଯାତ୍ରା ବିଷୟରେ କୁହାଯାଇଛି। ଏହି ଟ୍ରାକରେ ଶେହାନାଜ ଗିଲ ମଧ୍ୟ କାମ କରିଛନ୍ତି। ଏହି ଶୋଲୋ ଗୀତରେ କେବଳ ସିଦ୍ଧାର୍ଥଙ୍କ ଭଏସ୍ ଅଛି । ତେବେ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଜଳି ଦେବା ପାଇଁ ଶେହାନାଜ ଏହି ଟ୍ରାକରେ କାମ କରୁଛନ୍ତି।

{"width":705,"height":529}
PunjabKesari

ସିଦ୍ଧାର୍ଥଜଣେ ମଡେଲ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଟେଲିଭିଜନ୍ ଶୋ "ବାବୁଲ୍ କା ଆଙ୍ଗନ୍ ଛୁଟେ ନା" ରେ ମୁଖ୍ୟ ଭୂମିକାରେ ଅଭିନୟ ଆରମ୍ଭ କରିଥିଲେ। ସେ 'ଝଲକ ଦିଖଲା ଜା ୬', 'ଫିୟର୍ ଫ୍ୟାକ୍ଟର: ଖତ୍ରୋଁ କେ ଖିଲାଡି ୭' ଏବଂ 'ବିଗ୍ ବସ୍ ୧୩' ସମେତ ରିଅଲିଟି ଶୋ’ରେ ମଧ୍ୟ ଅଭିନୟ କରିଥିଲେ। ସେ ବିଗ୍ ବସ୍ ର ବିଜେତା ହୋଇଥିଲେ। ଏହା ବ୍ୟତୀତ ସେ ଖତ୍ରୋଁ କେ ଖିଲାଡିର ସପ୍ତମ ସିଜନର ମଧ୍ୟ ବିଜେତା ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.