ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଏହି ଚଡ଼େଇର ଅଣ୍ଡାଦାନରୁ ଜଣାପଡିବ ରାଜସ୍ଥାନରେ କେବେ ଆସବ ମୌସୁମୀ

31/05/2022 at 7:54 PM

ଜୟପୁର ୩୧।୫: ସାରା ଦେଶରେ ଏବେ ଅସହ୍ୟ ଗ୍ରୀଷ୍ମ ଜାରି ରହିଛି। ବିଭିନ୍ନ ସ୍ଥାନର ତାପମାତ୍ରା ଦୈନିକ ନୂଆ ନୂଆ ରେକର୍ଡ କରୁଛି। ଏବେ ସମସ୍ତଙ୍କ ଅପେକ୍ଷା ମୌସୁମୀ ଆଗମନକୁ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଚଳିତବର୍ଷ ସଅଳ ମୌସୁମୀର ପୂର୍ବାନୁମାନ କରିଥିଲେ। ତାହା ଏବେ ପ୍ରମାଣିତ ମଧ୍ୟ ହୋଇଛି। କେରଳକୁ ନିୟମିତ ସମୟର ୪ ଦିନ ପୂର୍ବରୁ ମୌସୁମୀ ପହଞ୍ଚିସାରିଥିବା ବେଳେ ଦେଶର ବାକି ଅଞ୍ଚଳକୁ କ୍ରମଶଃ ପ୍ରସରିବ ବୋଲି ସମସ୍ତେ ଆଶାୟୀ ହୋଇଉଠିଛନ୍ତି।

ଭାରତ ଏକ କୃଷିପ୍ରଧାନ ଦେଶ। ଆଧୁନିକ ବିଜ୍ଞାନର ବିକାଶ ହୋଇନଥିବା ବେଳେ ଲୋକେ ପ୍ରକୃତି ଓ ପରିବେଶରୁ ମୌସୁମୀର ଆଗମନ ସୂଚନା ପାଇପାରୁଥିଲେ। ଏହି ପରି ଏକ ସୂଚନା ହେଉଛି ବାୟା ଚଡ଼େଇ। ଯିଏ ଚାଷୀଙ୍କୁ ମୌସୁମୀ ଆଗମନର ପୂର୍ବ ସୂଚନା ଦେଇଥାଏ। ଏହି ଛୋଟିଆ ଛୋଟିଆ ରଙ୍ଗୀନ ଚଡ଼େଇମାନେ ଉଚ୍ଚ ବୃକ୍ଷରେ ବସା ବନେଇବା ଆରମ୍ଭ କଲେ ରାଜସ୍ଥାନରେ ଚାଷୀଙ୍କୁ ମୌସୁମୀର ଆଭାସ ମିଳିଯାଏ। ଏଣୁ ବର୍ଷାଦିନିଆ ଫସଲ ଲାଗି ଜମିକୁ ପ୍ରସ୍ତୁତ କରିବାରେ ଲାଗିପଡନ୍ତି।

ବାୟା ଚଡ଼େଇମାନେ ପାଣି ପାଖ ଉଚ୍ଚ ଗଛରେ ସୁନ୍ଦରସୁନ୍ଦର ବସା ବନାନ୍ତି। ଏହି ବସାଗୁଡିକ କମଣ୍ଡଳୁ ଭଳି ହୋଇଥାଏ, ଯାହାର ଦୁଇଟି ମାର୍ଗ ଥାଏ।  ଚଢେଇମାନେ ଗୋଟିଏ ପଟେ ଉଡି କରି ପଶନ୍ତି ଓ ତଳ ପଟେ ଫୁରଫାର ହୋଇ ବାହାରିଯାଆନ୍ତି। ବାଇ ଚଢେଇମାନେ ମୌସୁମୀ ଆଗମନରେ ଅଣ୍ଡାଦାନ ଆରମ୍ଭ କରନ୍ତି। ମୌସୁମୀ ବର୍ଷା ଟୁପୁର ଟାପୁର ହେବା ବେଳକୁ ବାୟା ତା ବସାରେ ଝୁଲୁଥାଏ।

ସେହି ଅନୁସାରେ ଚାଷୀ ବାପୁଡା ତା କାମ ଆଗୁଆ ସାରିଦେଇଥିଲେ ମୌ ସୁମୀ ଆଗମନରେ ତା କିଆରି ପ୍ରସ୍ତୁତ ହୋଇଯାଇଥାଏ। ଚଳିତବର୍ଷ ରାଜସ୍ଥାନରେ ବାୟବସା ବେଶ ବିଳମ୍ବରେ ଦେଖିବାକୁ ମିଳିଛି। କେତେକ ସ୍ଥାନରେ ବାୟା ଚଡ଼େଇ ବସା କରିସାରିଥିବା ବେଳେ ଆଉ କେତେକ ସ୍ଥାନରେ ଚଡ଼େଇଙ୍କ ବସାବନ୍ଧା କାମ ଜାରି ରହିଛି। ଅଣ୍ଡିରା ବାୟା ଚଡ଼େଇ ବସାବାନ୍ଧେ। କୁନି ଥଣ୍ଡରେ ଶହଶହ ଥର ଉଡି ବସା ପାଇଁ ଶୁଖିଲା ତୃଣ ସଂଗ୍ରହ କରି ଆଣିବା ସହ ବୃକ୍ଷର ସେପରି ଡାଳରେ ବସା ବାନ୍ଧେ ଯେପରି ବାଆ ପାଣିରେ ଝୁଲୁଥିବ ।

ବାୟା ଚଡେଇ ଅଣ୍ଡା ଫୁଟାଇବା ପର୍ଯ୍ୟନ୍ତ ବସାକୁ ବ୍ୟବହାର କରିଥାଏ। ଛୁଆଫୁଟି ଉଡିଗଲେ ବାୟା ମଧ୍ୟ ତା ବସା ଛାଡି ଉଡି ଯାଏ। ପରେ ଅନ୍ୟ ଚଡ଼େଇ ବାୟା ବସାକୁ ନିଜର ଘର କରି ନିଅନ୍ତି। ତେବେ ମୌସୁମୀ ଆଗମନ ସହ ବାୟା ଚଡ଼େଇର ବସା ବନ୍ଧା କାମ ସରେ। ବସାକୁ ବେଶ ସୁରକ୍ଷିତ ଓ ନିଖୁଣ ଭାବେ ବୁଣି ବୁଣି ବାୟା  ତିଆରିଥାଏ। ଏଣୁ ଏହାକୁ ଇଂରାଜୀରେ ଟେଲର ବାର୍ଡ ବୋଲି  ମଧ୍ୟ କୁହାଯାଏ।   

   Related Posts