ନୂଆଦିଲ୍ଲୀ: ଦୁର୍ଘଟଣା ବଢ଼ିବା ସହ ଦିନକୁ ଦିନ ଟ୍ରାଫିକ୍ ନିୟମ କଡ଼ାକଡ଼ି ହେଉଛି। ଏବେ ଏମିତି ନିୟମ ହୋଇଛି ଯେ ଅମାନିଆଙ୍କ ଟ୍ରାଫିକ୍ କବଳରୁ ଖସିଯିବା ମୁସ୍କିଲ୍। ନୂଆ ନିୟମ ଅନୁସାରେ, ଆପଣଙ୍କ ପାଖରେ ଗାଡ଼ିର ସବୁ କାଗଜପତ୍ର ଥିଲେ ବି କଟିପାରେ ଚାଲାଣ। ତାହା କେମିତି ଆସନ୍ତୁ ଜାଣିବା।
ପ୍ରକୃତରେ ମଟର ଭେଇକଲ ଆକ୍ଟ(ଏମ୍.ଭି.ଏ)ରେ ନିୟମ ରହିଛି ଯେ ଯଦି ଆପଣ ଚେକିଂ ବେଳେ ଟ୍ରାଫିକ୍ ପୁଲିସକୁ କୌଣସି ପ୍ରକାରର ଦୁର୍ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ନାଁରେ ଚାଲାଣ କଟିବ। ୧୭୯ ଏମ୍ଭିଏ ଆକ୍ଟରେ ଆପଣଙ୍କର ଚାଲାଣ କାଟିବାକୁ ଟ୍ରାଫିକ୍ ପୁଲିସଙ୍କୁ ଅଧିକାର ଦିଆଯାଇଛି। ଏଣୁ ସାବଧାନ ହୋଇଯାଆନ୍ତୁ। ଏଣିକୁ ଦୁର୍ବ୍ୟବାହର କଲେ ଆପଣଙ୍କୁ ମହଙ୍ଗା ପଡ଼ିପାରେ।
ଅନେକ ସମୟରେ ଚେକିଂ ପଏଣ୍ଟରେ ଲୋକମାନେ ଟ୍ରାଫିକ୍ ପୁଲିସ ସହ ଯୁକ୍ତି ତର୍କ କରିଥାନ୍ତି। କେହି ନିଜକୁ ଠିକ୍ ଦର୍ଶାଇବା ପାଇଁ ତର୍କ କରିବା ସହ ଦୁର୍ବ୍ୟବାହାର ମଧ୍ୟ କରିଥାନ୍ତି। ଯଦି ଆପଣ ଏମିତି କରୁଛନ୍ତି ତେବେ ଆପଣ ନିଜ ବିରୋଧରେ ଆଇନ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଟ ଖୋଲିଦେଇଛନ୍ତି। ଏପରି କଲେ ଆପଣଙ୍କ କୋର୍ଟକୁ ଟାଣି ହୋଇଯାଇପାରନ୍ତି।
ନୂଆ ଟ୍ରାଫିକ୍ ନିୟ ଅନୁସାରେ, ଯଦି ଆପଣ ହେଲ୍ମେଟ୍ ପିନ୍ଧିଛନ୍ତି ଆଉ ଟ୍ରାଫିକ୍ ପୁଲିସକୁ ଦୁର୍ବ୍ୟବହାର କରୁଛନ୍ତି ତେବେ ବି ଆପଣଙ୍କ ବିରୋଧରେ ଚାଲାଣ କଟିପାରେ। କିନ୍ତୁ ଏମିତିରେ ୧୯୪ ଡିଏମ୍ଭିଏ ନିୟମ ଅନୁସାରେ, ହେଲ୍ ନପିନ୍ଧିଲେ ୧୦୦୦ ଟଙ୍କା ଫାଇନ ପଡ଼ୁଥିଲା। ହେଲେ ଏମିତି ପରିସ୍ଥିତିର କିନ୍ତୁ ହେଲ୍ମେଟ୍ ପିନ୍ଧିଲେ ବି ଫାଇନ୍ କଟିବ।
ଆପଣଙ୍କ ଚାଲାଣ କଟିଛି କି ନାହି କେମିତି ଜାଣିବେ ?
ଚାଲାଣ କଟିଛି କି ନାହିଁ ଜାଣିବା ପାଇଁ ଆପଣଙ୍କୁ https://echallan.parivahan.gov.in ୱେବ୍ସାଇଟ୍କୁ ଯିବାକୁ ହେବ। ପେଜ୍ ଖୋଲିବା ପରେ ଚେକ୍ ଚାଲାଣ ଷ୍ଟାଟସ ଅପସନ ଉପରେ କ୍ଲିକ୍ କରିବାକୁ ହେବ। ଏହାପରେ ଆପଣଙ୍କୁ ଚାଲାଣ ନମ୍ବର, ବେଇଖଲ ନମ୍ବର ଏବଂ ଡ୍ରାଇଭିଂ ଲାଇସେନ୍ସ ନମ୍ବର ଦିଆଯାଇଥିବ। ସେଥିମଧ୍ୟରୁ ଭେଇକଲ ନମ୍ବର ଉପରେ କରନ୍ତୁ। ଏହାପରେ ସେଠାରେ ମଗାଯାଇଥିବା ସମସ୍ତ ତଥ୍ୟ ଭରି ଗେଟ୍ ଡିଟେଲ୍ସ ଅପସନ ଉପରେ କ୍ଲିକ୍ କରନ୍ତୁ ଚାଲାଣ ବିଷୟରେ ଜାଣିପାରେ।
ଏବେ ଟ୍ରାଫିକ୍ ଚାଲାଣ କିପରି ଭରିବେ ଜାଣନ୍ତୁ
ଏଥିପାଇଁ ଆପଣଙ୍କୁ https://echallan.parivahan.gov.in/ ୱେବସାଇଟ୍କୁ ଯିବାକୁ ହେବ। ସେଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ଦେଇ କ୍ୟାପ୍ଚା କୋଡ ଭରନ୍ତୁ। ଫଳରେ ଯେଉଁ ନୂଆ ପେଜ୍ ଖୋଲିବ ସେଥିରେ ଚାଲାଣ ସମ୍ପର୍କରେ ସବୁବେଶ ତଥ୍ୟ ଦିଆଯାଇଥିବ। ଏହାପରେ ଅନ୍ଲାଇନ ଚାଲାଣ ଅପସନ ଉପରେ କ୍ଲିକ୍ କରନ୍ତୁ। ପେମେଣ୍ଟ ସୂଚନା ଭରିସାରିଲା ପରେ କନପ୍ରମ ପେମେଣ୍ଟ ଉପରେ କ୍ଲିକ୍ କରନ୍ତୁ। ପେମେଣ୍ଟ ହୋଇଯିବ।