oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଏବେ ଆହୁରି ବିଗିଡିବ ଘରର ବଜେଟ୍, ଚିନି ହେବ ମହଙ୍ଗା, ଜାଣନ୍ତୁ କାହିଁକି

2/01/2020 at 8:20 PM

ନୂଆଦିଲ୍ଲୀ ୨।୧:  ସାରା ଦେଶ ଏବେ ମହଙ୍ଗା ବୋଝ ତଳେ ଦବିଯାଇଛି। କିଛି ଦିନ ପୂର୍ବରୁ ଦୁଗ୍ଧ ସମବାୟ ସମିତିମାନେ ଖୀର ଲିଟର ପିଛା ଦର ବୃଦ୍ଧି କରିଥିବା ବେଳେ ଅତ୍ୟଧିକ ବର୍ଷା ଯୋଗୁ ଦେଶରେ ପିଆଜ ସଙ୍କଟ ଦେଖାଦେଇଥିଲା। ନିକଟରେ ଅଣ୍ଡା ଓ ତେଲ ଦର ବି ବଢିଛି। ଏବେ ଚିନିଦର ବି ବଢିବ।  କାରଣ ଗତ ସେପ୍ଟେମ୍ବର ମାସରେ ଶେଷ ହୋଇଥିବା ଜାରି ବିପଣନ ବର୍ଷରେ ଚିନି ଉତ୍ପାଦନ ହାର ହ୍ରାସ ହୋଇଛି। ତେବେ ଦେଶରେ ଏବେବି ଚିନି ମିଲ ଦରରେ ବିକ୍ରି ହେଉଥିବା ଭାରତୀୟ ଚିନି ମିଲ ସଂଘ ଇସମା କହିଛି। 

ଇସମା  ଅନୁସାରେ ୨୦୧୭-୧୮ ବର୍ଷରେ ଦେଶରେ ଚିନି ଉତ୍ପାଦନ ୧ କୋଟି ୧୧.୭ଲକ୍ଷ ଟନ ଥିଲା। ହେଲେ ୨୦୧୯ ବର୍ଷ ଶେଷ ବେଳକୁ ଏହି ହାର ୭୭.୯ଲକ୍ଷ ଟନ୍‌କୁ ଖସିଆସିଛି। ଏଥିରେ ଦେଶରୁ ୨୫ଲକ୍ଷ ଟନ୍ ଚିନି ରପ୍ତାନୀ ଲାଗି ଇସମା ଅନୁବନ୍ଧ କରିଛି। ଏବେ ଉତ୍ତର ଭାରତରେ ପ୍ରତି କ୍ୱିଣ୍ଟଲ ଚିନି ଦର ୩,୨୫୦ରୁ ୩ହଜାର ୩୫୦ ଦରରେ ସ୍ଥିର ରହିଛି। ସେହିପରି ଦକ୍ଷିଣ ଭାରତରେ ପ୍ରତି କ୍ୱିଣ୍ଟଲ ଏବେ ୩ହଜାର ୧୦୦ରୁ ୩ହଜାର ୨୫୦ ଦରରେ ସ୍ଥିର ରହିଛି।

ଦେଶର ଚିନି ଉତ୍ପାଦନରେ ପ୍ରମୁଖ ରାଜ୍ୟ ମହାରାଷ୍ଟ୍ରର ଚିନି ଉତ୍ପାଦନ ଗତ ଡିସେମ୍ବର ମାସରେ ହ୍ରାସ ହୋଇ ୧୬.୫ଲକ୍ଷ ଟନରେ ପହଞ୍ଚିଛି। ଗତ ବର୍ଷ ଏହି ସମୟରେ ରାଜ୍ୟର ଚିନି ଉତ୍ପାଦନ ୪୪.୫ଲକ୍ଷ ଟନରେ ପହଞ୍ଚିଥିଲା। ତେବେ ଉତ୍ପାଦନ ହ୍ରାସ ଲାଗି ଯାହା କାରଣ କୁହାଯାଉଛି ତାହା ହେଲା ମିଲ ସଂଖ୍ୟା ହ୍ରାସ ହେବା। ୨୦୧୮ ବର୍ଷରେ ଦେଶରେ ମୋଟ ୧୨୯ଟି ଚିନିମିଲ ଚାଲୁଥିଲା। ତେବେ ୨୦୧୯ ଶେଷ ବେଳକୁ ମାତ୍ର ୧୩୭ଟି ଚିନି ମିଲରୁ ଉତ୍ପାଦନ ହେଉଛି।  

   Related Posts