ୟୁପିଆଇ ପାଇଁ ବ୍ୟବହାର କରିହେବ କ୍ରେଡିଟ୍ କାର୍ଡ, ମିଳିଲା ଏନପିସିଆଇର ଅନୁମତି

Published By : Prameya-News7 Bureau | December 09, 2022 IST

ନୂଆଦିଲ୍ଳୀ, ୯/୧୨: ଏଣିକି ୟୁପିଆଇ ପାଇଁ ବ୍ୟବହାର କରିହେବ କ୍ରେଡିଟ୍ କାର୍ଡ। ଏଥିପାଇଁ ଫିନ୍‌ଟେକ୍ ପ୍ଲାଟଫର୍ମ ରେଜରପେ ନାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନପିସିଆଇ) ସହ କ୍ରେଡିଟ୍ କାର୍ଡ ମାଧ୍ୟମରେ ୟୁପିଆଇ ସେବା ପ୍ରଦାନ କରିବା ପାଇଁ ଏକ ସହଭାଗିତା କରିଛି।

ଏନପିସିଆଇ ଲଗାତାର ଭାବରେ ୟୁପିଆଇ ବ୍ୟବହାରକୁ ବଢ଼ାଇବା ପାଇଁ ପ୍ରୟାସ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଏନପିସିଆଇ ରୁପେ ସହ ସହଭାଗିତାରେ କ୍ରେଡିଟ୍ କାର୍ଡ ଦ୍ବାରା ୟୁପିଆଇ ପାଇଁ ଚେଷ୍ଟା ଜାରି ରଖିଥିଲା। ଏବେ ରେଜର ପେ ଗେଟଓ୍ବେ ପେମେଣ୍ଟର ସହଭାଗିତା ପରେ ବ୍ୟବସାୟୀଙ୍କୁ ରୁପେ କ୍ରେଡିଟ୍ କାର୍ଡ ଦ୍ବାରା ୟୁପିଆଇ ପେମେଣ୍ଟ ଗ୍ରହଣ କରିବାକୁ ଅନୁମତି ଦେଇଛନ୍ତି।

ରେଜରପେ କହିଛି ଯେ, ଆକ୍ସିସ ବ୍ୟାଙ୍କ ରେଜରପେର ପାର୍ଟନର ରହିଛି। ବ୍ୟବସାୟୀଙ୍କ ଆବଶ୍ୟକତାକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ରୁପେ କ୍ରେଡିଟ୍ କାର୍ଡ ଦ୍ବାରା ବ୍ୟବସାୟୀଙ୍କ ଠାରୁ ରେଜରପେ ଏବଂ ୟୁପିଆଇ ଦ୍ବାରା ଗ୍ରହଣ କରିବ। ଆପଣ ରେଜରପେ ମର୍ଚ୍ଚାଣ୍ଟଙ୍କୁ ପଞ୍ଜାବ ନାସନାଲ୍ ବ୍ୟାଙ୍କ୍, ୟୁନିୟନ ବ୍ୟାଙ୍କ୍ ଏବଂ ଇଣ୍ଡିଆନ ବ୍ୟାଙ୍କ୍, ଏଚଡିଏଫସି ବ୍ୟାଙ୍କରୁ ରୁପେ କ୍ରେଡିଟ୍ କାର୍ଡ ଦ୍ବାରା ଦ୍ବାରା ପେମେଣ୍ଟ କରିବାରେ ଅନୁମତି ଦେବ।

ସୂଚନାଯୋଗ୍ୟ, ପ୍ରାୟ ୨୫୦ ମିଲିୟନ ଭାରତୀୟ ୟୁପିଆଇ ଟ୍ରାଞ୍ଜାକ୍ସନ ହେଉଛି। ଏନପିସିଆଇ ତଥ୍ୟ ଅନୁଯାୟୀ। ଦେଶରେ ୫୦ ମିଲିୟନ ଲୋକେ ଗୋଟିଏରୁ ଅଧିକ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.