ନାରୀ ସୁରକ୍ଷା ନେଇ ଦେଶରେ ହଇଚଇ ଜାରି

Published By : Prameya-News7 Bureau | December 07, 2019 IST

ନୂଆଦିଲ୍ଲୀ ୦୭।୧୨ - ନାରୀ ସୁରକ୍ଷା ନେଇ ଦେଶରେ ହଇଚଇ ଜାରି ରହିଛି। ଦିନକୁ ଦିନ ଦେଶରେ ଦୁଷ୍କର୍ମ ଘଟଣା ଯେମିତି ବଢି ଚାଲିଛି ସେନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ୪୦ ଘଣ୍ଟା ଧରି ମୃତ୍ୟୁ ସହ ସଂଗ୍ରାମ କରି ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ଘଟଣାରେ ଦେଶବ୍ୟାପୀ ଦେଖିବାକୁ ମିଳିଛି ଆକ୍ରୋଶ। ଯେଭଳି ଭାବେ ଦୁଷ୍କର୍ମକାରୀମାନେ ଜାମିନରେ ଆସି ପୀଡିତାଙ୍କୁ ଅମାନୁଷିକ ଭାବେ ପୋଡିଦେଲେ ଏଥିରେ ସାରା ଦେଶ ସ୍ତବ୍ଧ । ସେପଟେ ଏହାକୁ ନେଇ ଉତ୍ତର ପ୍ରଦେଶ ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ….

{"id":195098,"sizeSlug":"large"}

ହାଇଦ୍ରାବାଦ୍ ମହିଳା ଡାକ୍ତର ଦିଶାଙ୍କ ଦୁଷ୍କର୍ମ ଓ ହତ୍ୟାକାରୀଙ୍କୁ ଏନ୍କାଉଣ୍ଟର ଭଳି ଓନ୍ନାଓ ପୀଡିତାଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ମିଳିବ କି ? ଓନ୍ନାଓ ପୀଡିତାଙ୍କ ହତ୍ୟାକାରୀଙ୍କୁ ଯଦି କୋର୍ଟ ଦଣ୍ଡ ଦେବ ତେବେ କେତେଦିନ ଭିତରେ? ଏମିତି ପ୍ରଶ୍ନ ଏବେ ଉଙ୍କି ମାରୁଛି ଲୋକଙ୍କ ମନରେ । ଏହାକୁ ନେଇ ବି ତେଜିଲାଣି ରାଜନୀତି । ଆଜି କଂଗ୍ରେସ ପକ୍ଷରୁ ଲକ୍ଷ୍ମୋ ବିଧାନସଭା ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ହଜାର ହଜାର କଂଗ୍ରେସ କର୍ମୀ ରାସ୍ତାକୁ ଓହ୍ଲାଇଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାରୁ ଧସ୍ତାଧସ୍ତି ହୋଇଥିଲା । ଓ ପରେ ଲାଠି ଚାର୍ଜ କରିଥିଲା ପୋଲିସ । ସେପଟେ ଉନ୍ନାଓ ପୀଡିତାଙ୍କ ପ୍ରତି ସମବେଦନା ଜଣାଇବା ସହ ପୀଡିତାଙ୍କ ପରିବାରର ସଦସ୍ୟଙ୍କୁ ଭେଟିଛନ୍ତି କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି। ବର୍ଷେ ଧରି ପୀଡିତାଙ୍କ ପରିବାର ଉତ୍ପୀଡନ ଶିକାର ହେଉଥିଲେ । ମାମଲାକୁ ଆଗକୁ ନ ବଢାଇବାକୁ ଧମକଚମକ ମିଳୁଥିଲା । ବିଜେପି ନେତାଙ୍କ ଚାପରେ ସେମାନଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିଲା ବୋଲି ଅଭିଯୋଗ କରିଛନ୍ତି ପ୍ରିୟଙ୍କା । ପୀଡିତାଙ୍କୁ କାହିଁକି ରାଜ୍ୟ ସରକାର ସୁରକ୍ଷା ଯୋଗାଇଦେଲେନି ବୋଲି ୟୁପି ସରକାରଙ୍କୁ ସେ ପ୍ରଶ୍ନ କରିଛନ୍ତି । ସେହିପରି ରାହୁଲ ଗାନ୍ଧି କହିଛନ୍ତି ନ୍ୟାୟ ଓ ସୁରକ୍ଷା ଆଶାରେ ଦେଶର ଆଉ ଜଣେ ଝିଅର ଜୀବନ ଚାଲିଗଲା ।

{"id":195099,"sizeSlug":"large"}

ଏହି ଘଟଣାରେ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କୁ ଘେରିଛନ୍ତି ବୁଆ ବବୁଆ। ଆଜିର ଦିନକୁ ରାଜ୍ୟରେ କଳା ଦିବସ ବୋଲି କହିଛନ୍ତି ଅଖିଳେଶ ଯାଦବ । ରାଜ୍ୟରେ ଯେତେଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟର ଗୃହ ସଚିବ ଓ ଡିଜିପି ଇସ୍ତଫା ନ ଦେଇଛନ୍ତି ପୀଡିତାକୁ ନ୍ୟାୟ ମିଳିବିନି ବୋଲି କହିଛନ୍ତି ଅଖିଳେଶ। ପୀଡିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଧାରଣା ଦେଇଛନ୍ତି । ସେହିଭଳି ପୀଡିାତଙ୍କ ପରିବାରକୁ ଯଥାଶୀଘ୍ର ନ୍ୟାୟ ଦେବାକୁ ଦାବି କରିଛନ୍ତି ମାୟାବତୀ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଘଟଣାକୁ ହୃଦ ବିଦାରକ କହିବା ସହ ତଦନ୍ତ ଟିମ୍ ଗଠନ କରି ମାମଲା ଫାଷ୍ଟଟ୍ରାକ କୋର୍ଟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ପୀଡିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଛି ।

{"id":195100,"sizeSlug":"large"}


ନିର୍ଭୟା… ଦିଶା… ଆଉ ଏବେ ଉନ୍ନାଓ ପୀଡିତା । ଦେଶରେ ବଢିଚାଲିଥିବା ଦୁଷ୍କର୍ମ ଘଟଣା ସମାଜର ରୁଗଣ ମାନସିକତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଆଉ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହ ପୀଡିତାଙ୍କ ପରିବାରକୁ ତ୍ବରିତ୍ ନ୍ୟାୟ ପାଇଁ ସାରା ଦେଶରେ ଦାବି ଉଠିଛି । …. ପ୍ରତିଶୋଧପରାୟଣ ହୋଇ ନ୍ୟାୟ ଦିଆଯାଇପାରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.