ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ପିଆଜ ୧୨୦ ଆଳୁ ୨୫ – ପଶ୍ଚିମବଙ୍ଗରେ ଆନ୍ଦୋଳନ ଓଡ଼ିଶାରେ ପ୍ରଭାବ

19/12/2019 at 7:07 PM

ଭୁବନେଶ୍ୱର ୧୯।୧୨ – ହୋଲ୍‌ସେଲ ବଜାରରେ ଆଳୁ ପିଆଜ ଭରା। ହେଲେ ଖୋଲା ବଜାରରେ ଚଢ଼ା ଦରରରେ ବିକ୍ରି ହେଉଛି ଏହି ୨ ଅତ୍ୟାବଶ୍ୟକୀୟ ପରିବା। ପିଆଜ ଲୋକଙ୍କୁ କନ୍ଦାଉଥିବା ବେଳେ ଏବେ ଆଳୁର ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି । ଭୁବନେଶ୍ବରରେ ଖୋଲା ବଜାରରେ ପିଆଜ ଆଜି କିଲୋ ୧୨୦ ରୁ ୧୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଳୁ ପହଞ୍ଚିଛି କିଲୋ ପ୍ରତି ୨୪ରୁ ୨୫ ଟଙ୍କାରେ।

ପିଆଜ ପରେ ଏବେ ଆଳୁ ଦର ଉପର ମୁହାଁ। ଖୋଲା ବଜାରରେ ଗତ ୨ ଦିନରେ ଆଳୁ କିଲୋ ପିଛା ପାଖାପାଖି ୭ରୁ ୮ ଟଙ୍କା ବଢି଼ଛି ।  ଦୁଇ ଦିନ ତଳେ ଖୁଚୁରା ବଜାରରେ ଆଳୁ କିଲୋ ପିଛା ୧୭ରୁ ୧୮ ଟଙ୍କାରେ ମିଳୁଥିବା ବେଳେ ଏବେ ୨୪ରୁ ୨୫ ଟଙ୍କାରେ ବିକ୍ରି ହେଉଛି ।

ଭୁବନେଶ୍ବର ଆଇଗିଣିଆ ହୋଲ୍‌ସେଲ୍‌ ବଜାରେ ପର୍ଯ୍ୟାପ୍ତ ଆଳୁ ମହଜୁଦ ରହିଛି। ଭୁବନେଶ୍ବରରେ ଦୈନିକ ଆବଶ୍ୟକତା ୩୦୦ କ୍ବିଣ୍ଟାଲ ଥିବା ବେଳେ ଆବଶ୍ୟକତା ଠାରୁ ଅଧିକ ଆଳୁ ଆମଦାନୀ ହେଉଛି । ହୋଲ୍‌ସେଲ୍ ବଜାରରେ ଆଳୁ କିଲୋପିଛା ରହିଛି ୧୮ରୁ ୧୯ ଟଙ୍କା।  

ଆଳୁର ଏହି ଦରବୃଦ୍ଧି ପାଇଁ ପଶ୍ଚିମବଙ୍ଗରେ ଚାଲିଥିବା ଆନ୍ଦୋଳନକୁ ଖୁଚୁରା ବ୍ୟବସାୟୀମାନେ ଦାୟୀ କରିଛନ୍ତି ।  ଆଳୁ ପରିବହନ ବାଧାପ୍ର‌ାପ୍ତ ହୋଇଥିବାରୁ ଦର ବଢ଼ିଛି ବୋଲି ବ୍ୟବସାୟୀ ମାନେ କହୁଛନ୍ତି। ସେହିପରି ବର୍ଷା ଯୋଗୁଁ ଅମଳ ଡେରି ହେବା ଓ ବିହାର, ଝାଡ଼ଖଣ୍ଡ ଆସାମରେ ଆଳୁ ଚାହିଦା ବଢିବା ଯୋଗୁଁ ଆଳୁ ଦର ବଢୁଥିବା ଓଡ଼ିଶା ବ୍ୟବସାୟୀ ମହାସଂଘ ଦର୍ଶାଇଛି। 

ଆଳୁ ପରି ହୋଲସେଲ୍ ବଜାରରେ  ପିଆଜ ମଧ୍ୟ ଆବଶ୍ୟକ ପରିମାଣରେ ମହଜୁଦ ରହିଛି। କିଲୋପ୍ରତି ୮୫ ଟଙ୍କାରୁ ୯୦ ଟଙ୍କା ପିଆଜ ହୋଲ୍‌ସେଲ୍ ଦର ରହିଥିବା ବେଳେ  ଖୁଚୁରା ବଜାରରେ ପିଆଜ କିଲୋ  ୧୨୦ ଟଙ୍କା ୧୩୦ ଟଙ୍କା ରହିଛି।

ଆଜିର ଦିନରେ ଆବଶ୍ୟକ ମୁତାବକ ପିଆଜ ରାଜ୍ୟକୁ ଆସୁଛି ହେଲେ ବିକ୍ରି ହେଉଛି ଚଢ଼ା ଦରରେ । ନାସିକ, କର୍ଣ୍ଣାଟକ ଓ ଆନ୍ଧ୍ରରୁ ଖୁବ୍ ଶୀଘ୍ର ଅମଳ ପିଆଜ ବଜରରେ ଆସି ପହଞ୍ଚିବ। ପ୍ରାୟ ଜାନୁଆରୀ ୧୦ ତାରିଖ ସୁଦ୍ଧା ଆଳୁ ଓ ପିଆଜ ଦର ଖସିଆସିବ ବୋଲି ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି।  ।

 ବଜାରରେ ପର୍ଯ୍ୟପ୍ତ ପରିମାଣରେ ମହଜୁଦ ଥାଇ ଆଳୁ ପିଆଜ ପରି  ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି  ସରାକରଙ୍କ ଦରଦାମ ନିୟନ୍ତ୍ରଣ ବ୍ୟବସ୍ଥା  ଓ କଳାବଜାରୀରେ ଅଙ୍କୁଶ ଲଗାଇବାରେ କ୍ଷେତ୍ରରେ ବିଫଳତାକୁ ଦର୍ଶାଉଥିବା ଅଭିଯୋଗ ହେଉଛି।

   Related Posts