ଅଶାନ୍ତ ଶ୍ରୀଲଙ୍କା: ଏବେ ପ୍ରଧାନମନ୍ତ୍ରୀଙ୍କ ଘର ଉପରେ କବଜା, ସିଧା ପ୍ରସାରଣ ବନ୍ଦ, ଜୁଲାଇ ୨୦ରେ ରାଷ୍ଟ୍ରପତି ନିର୍ବାଚନ

Published By : Prameya-News7 Bureau | July 13, 2022 IST

ନୂଆଦିଲ୍ଲୀ: ଜଳୁଛି ସୁନାର ଶ୍ରୀଲଙ୍କା। ବିକ୍ଷୋଭକାରୀଙ୍କ ହିଂସକ ପ୍ରଦର୍ଶନ ଜାରି ରହିଛି। ରାଷ୍ଟ୍ରପତିଙ୍କ ପରେ ଏବେ ପ୍ରଧାନମନ୍ତ୍ରୀ ବାସଭବନକୁ କବଜା କରି ନେଇଛନ୍ତି ପ୍ରଦର୍ଶନକାରୀ। ଦେଶରେ  ଜାରି ହଙ୍ଗାମା ମଧ୍ୟରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ବୁଧବାର ଇସ୍ତଫା ଦେବାକୁ ଯାଉଛନ୍ତି। ଦେଶରେ ଜୁଲାଇ ୨୦ରେ ରାଷ୍ଟ୍ରପତି ନିର୍ବାଚନ ହେବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି। ଅନ୍ୟପଟେ ରାଜନୈତିକ ଏବଂ ଆର୍ଥିକ ସଙ୍କଟର ସବୁଠୁ ଅଧିକ ପ୍ରଭାବ ସ୍ଵାସ୍ଥ୍ୟ ବ୍ୟବସ୍ଥା ଉପରେ ପଡିଲାଣି। ସ୍ଥିତି ଏମିତି ଯେ, ଡାକ୍ତର ରୋଗୀଙ୍କୁ ରୋଗ ହୋଇନଥିବା ପରାମର୍ଶ ଦେଉଛନ୍ତି। ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ସଂପ୍ରତି ଦେଶର ଦାୟିତ୍ଵ କାର୍ଯ୍ୟକାରୀ ରାଷ୍ଟ୍ରପତି ରାନିଲ ବିକ୍ରମାସିଙ୍ଘେଙ୍କ ହାତରେ ରହିଛି। ସେ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି। ପଶ୍ଚିମ ଶ୍ରୀଲଙ୍କାରେ କର୍ଫ୍ୟୁ ଲଗାଯାଇଛି। ହଙ୍ଗାମା ମଧ୍ୟରେ ଦେଶର ସରକାରୀ ଚ୍ୟାନେଲ SLRCର ସିଧା ପ୍ରସାରଣ ଉପରେ ରୋକ୍ ଲଗାଯାଇଛି। ପ୍ରଦର୍ଶନକାରୀ ଚ୍ୟାନେଲ ପରିସରକୁ ଘେରି ନେଇଛନ୍ତି। ଏହା ପରେ ସିଧା ପ୍ରସାରଣ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

wp:html /wp:html

ଶ୍ରୀଲଙ୍କା ସରକାରଙ୍କ ନିକଟରେ ଇନ୍ଧନ ଏବଂ ଭୋଜନ ପରି ଜରୁରୀ  ସାମଗ୍ରୀ କ୍ରୟ ପାଇଁ ଅର୍ଥ ମଧ୍ୟ ନାହିଁ। ଔଷଧର ଅଭାବଜନିତ ସମସ୍ୟା ଦେଇ ଗତି କରୁଛି ଦେଶ। କିଛି ଡାକ୍ତର ଚାନ୍ଦା ଏବଂ ଫଣ୍ଡ ଯୋଗାଡ ପାଇଁ ସାମାଜିକ ଗଣମାଧ୍ୟମର ସାହାରା ନେଇଛନ୍ତି। ଏଥିସହ ଦେଶ ବାହାରେ ରହୁଥିବା ଶ୍ରୀଲଙ୍କାର ଲୋକଙ୍କୁ ସାହାଯ୍ୟ ପାଇଁ ଗୁହାରି କରୁଛନ୍ତି।

ବାଚସ୍ପତି ଅଭୟବର୍ଦ୍ଧନେଙ୍କ ଅନୁଯାୟୀ, ଗୋଟବାୟା ଆଜି ବିଳମ୍ବିତ ରାତ୍ରି ସୁଦ୍ଧା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ। ଜୁଲାଇ ୨୦ ସୁଦ୍ଧା ଦେଶରେ ନୂତନ ରାଷ୍ଟ୍ରପତି ପାଇଁ ନିର୍ବାଚନ ହେବ। ଦେଶରେ ଲଗାତାର ବିଗୁଡୁଥିବା ଅବସ୍ଥାକୁ ମଧ୍ୟରେ ବିକ୍ରମାସିଙ୍ଘେଙ୍କୁ କାମଚଳା ରାଷ୍ଟ୍ରପତି କରାଯାଇଛି। କିନ୍ତୁ ଦେଶବାସୀ ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଚାହାନ୍ତି। କାରଣ ରାଷ୍ଟ୍ରପତି ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ କାମଚଳା ରାଷ୍ଟ୍ରପତି ହୋଇ ଯାଆନ୍ତି। ତେଣୁ ଦୁହିଁଙ୍କୁ ସରକାରରୁ ବାହାରେ ଦେଖିବାକୁ ଚାହାନ୍ତି ଶ୍ରୀଲଙ୍କାବାସୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.