ଏବେ ଗୁଗୁଲ ଟ୍ରାନସଲେଟ୍ରେ ଓଡିଆ
27/02/2020 at 9:27 PM

ନୂଆଦିଲ୍ଲୀ – ଏବେ ଗୁଗୁଲ ଅନୁବାଦ ବା ଟ୍ରାନସଲେଟ୍ରେ ୫ଟି ନୂଆ ଭାଷା ଯୋଡିବା ପାଇଁ ଯାଉଛି । ଏଥି ମଧ୍ୟରେ ଓଡିଆ ରହିଛି । ଓଡିଆ ବ୍ୟତୀତ ଅନ୍ୟ ଭାଷା ଗୁଡିକ ହେଲା ଟାଟର, ତୁର୍କମେନ୍, ଉଇଘର ଓ କିନୟାରଓ୍ୱାଂଡା ।

ଗୁଗୁଲ ଟ୍ରାନସ୍ଲେଟ୍ ସର୍ଭିସ୍ ଓ ସପୋର୍ଟରେ ଏହା ଉପଲବ୍ଧ ହେବ । ଗୁଗୁଲ ଟ୍ରାନସଲେଟ୍ର ସଫ୍ଟଓ୍ୱାର ଇଞ୍ଜିନିୟର ଇସାକ୍ କାସଓ୍ୱେଲ ଏହି ସୂଚନା ଦେଇଛନ୍ତି । ଏନ୍ଡି ଟିଭି ଗ୍ୟାଜେଟ୍ ସହ ବିଭିନ୍ନ ଅନ୍ତର୍ଜାତୀୟ ଓ୍ବେବସାଇଟ୍ରେ ଏହି ସୂଚନା ଦିଆଯାଇଛି । ଓଡିଆ, ଟାଟର, ତୁର୍କମେନ୍, ଉଇଘର ଓ କିନୟାରଓ୍ୱାଂଡା ର ପ୍ରାୟ ୭ କୋଟି ୩୦ ଲକ୍ଷ ଲୋକ ଏଥିଯୋଗୁଁ ଉପକୃତ ହେବେ ବୋଲି କୁହାଯାଇଛି ।
କିନୟାରଓ୍ୱାଂଡା ରଓ୍ୱାଣ୍ଡାର ସରକାରୀ ଭାଷା ।
ଟାଟରକୁ ଋଷ୍ ଓ ୟୁକ୍ରେନରେ ଅନେକ ଲୋକ ବ୍ୟବହାର କରିଥାଆନ୍ତି । ତୁର୍କମେନ୍ , ତୁର୍କମେନୀସ୍ତାନର ସରକାରୀ ଭାଷା ।
ଇଇଘର କୁ ଚୀନ୍ରେ ପ୍ରାୟ ଏକ କୋଟି ୨୦ ଲକ୍ଷ ଲୋକ ବ୍ୟବହାର କରିଥାଆନ୍ତି ।