ନୂଆଦିଲ୍ଲୀ – ଏବେ ସହଜରେ ନକଲି ଔଷଧ ବିଷୟରେ ଜାଣିପାରିବେ । ବିଭିନ୍ନ ଔଷଧ , ଏପିଆଇ ବା ଆକ୍ଟିଭ ଫାର୍ମାସ୍ୟୁଟିକାଲ୍ ଇନ୍ଗ୍ରିଡିଏଣ୍ଟ୍ ଉପରେ ସେପ୍ଟେମ୍ବର ୮ ତାରିଖରୁ କ୍ୟୁଆର୍ କୋଡ ଲଗାଇବା ଅନିବାର୍ଯ୍ୟ ବୋଲି ସରକାର ଘୋଷଣା କରିଛନ୍ତି । ଏବେ ଅସଲି ଓ ନକିଲ ଔଷଧ ଚିହ୍ନିବା ସହଜ ହେବ ।
ଡ୍ରଗ ଟେକନିକାଲ ଉପଦେଷ୍ଟା ପରିଷଦ ଜୁନ୍ମାସରେ ସରକାରଙ୍କୁ ଏହି ପ୍ରସ୍ତାବ ଦେଇଥିଲେ । ଭାରତକୁ ପ୍ରତିବର୍ଷ ୧୩ହଜାର କୋଟି ଟଙ୍କାର ଆକ୍ଟିଭ ଫାର୍ମାସ୍ୟୁଟିକାଲ୍ ଇନ୍ଗ୍ରିଡିଏଣ୍ଟ୍ ଆମଦାନୀ କରାଯାଇଥାଏ ।
ମାତ୍ର ବଜାରରେ ମିଳୁଥିବା ୩ ପ୍ରତିଶତ ଔଷଧରମାନ ନିମ୍ନ ଧରଣରଥିବା ଅଭିଯୋଗ ହୋଇଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ତେଣୁ ଏପିଆଇ ଉପରେ କ୍ୟୁଆର୍ କୋଡ ସହ ଏହାର ନିର୍ମାତା, ଔଷଧର ଏକ୍ସପାରୀ ଓ କେଉଁଠାରୁ ଏହାକୁ ଆମଦାନୀ କରାଯାଇଛି ଏହା ସମସ୍ତ ବିଷୟରେ ଉଲ୍ଲେଖ କରିବାପାଇଁ ନିର୍ଦେଶ ଦିଆଯାଇଛି ।
ଏକ ରିପୋର୍ଟ ଅନୁଯାୟୀ ଭାରତ ବିଭିନ୍ନ ଅଞ୍ଚଳରେ ନକଲି ଔଷଧ ଉପଲବ୍ଧ ହେଉଛି । ବଜାରରେ ୨୦ ପ୍ରତିଶତ ନକଲି ଔଷଧ ମିଳୁଥିବା କଥା ଏଥିରେ ଦର୍ଶାଯାଇଛି । ୩ ପ୍ରତିଶତ ଔଷଧରମାନ ଯାହା ରହିବା କଥା ତାହା ରହୁନାହିଁ ।
{"id":146535,"align":"left"}ଏପିଆଇ କଅଣ –
ଆକ୍ଟିଭ ଫାର୍ମାସ୍ୟୁଟିକାଲ୍ ଇନ୍ଗ୍ରିଡିଏଣ୍ଟ୍ ବା ଏପିଆଇ କହିଲେ ଔଷଧ ବଟିକା ବା ଟାବଲେଟସ୍, କ୍ୟାପସୁଲସ୍, ସିରପ ସହ ଅନ୍ୟ ଔଷଧ ଉପାଦାନକୁ ବୁଝାଇ ଥାଏ ।
କୌଣସି ଔଷଧ ତିଆରି କରିବାରେ ଏପିଆଇ ଏକ ମୁଖ୍ୟ ଭୂମିକା ନେଇଥାଏ। ଭାରତୀୟ କମ୍ପାନୀ ଔଷଧ ତିଆରି କରିବା ପାଇଁ ବହୁ ମାତ୍ରାରେ ଚୀନ୍ କମ୍ପାନୀ ଉପରେ ନିର୍ଭର କରିଥାଆନ୍ତି ।
କ୍ୟୁଆର କୋଡ –
{"id":146536,"align":"right","width":245,"height":245}କ୍ୟୁଆର୍ କୋରଡର ବ୍ୟବହାର ପ୍ରଥମେ ଜାପାନରେ କରାଯାଇଥିଲା । କ୍ୱିଆର୍ ମାନେ କ୍ୱିକ ରେସପନସ୍ ଏହାକୁ କୋଡ ମାଧ୍ୟମରେ ଦ୍ରୁତ ଗତିରେ ପଢିବା ପାଇଁ ଉଦ୍ୟମ କରାଯାଇଥାଏ । ଏହା ବାରକୋଡର ଉନ୍ନତ ଭର୍ସନ । ବାରକୋଡ ଚିରିଗଲେ କିମ୍ବା ଫାଟିଗଲେ କାମ କରୁ ନଥିବାରୁ କ୍ୱିଆର୍ କୋଡ୍ ତିଆରିକରି କରାଯାଇଛି । ଏହା ସାଙ୍କେତିକ ଅର୍ଥକୁ ଶଦ୍ଦରେ ପରିବର୍ତ୍ତନ କରିଥାଏ।
ଔଷଧ ଉପରେ କ୍ୱିଆର କୋଡ ରହିଲେ ଏହା ଅସଲି କି ନକଲି ଜାଣିବାରେ ସହଜ ହେବ ।
ମୋବାଇଲରେ କ୍ୱିଆର୍ କୋଡ୍କୁ ସ୍କାନ କରିବାକୁ ପଡିବା ।
ଏହା ଔଷଧ ବିଷୟରେ ସମସ୍ତ ବିବରଣୀ ଏହାର ବ୍ୟବହାରକାରୀଙ୍କୁ ପ୍ରଦାନ କରିବ ।
କ୍ୱିଆର୍ କୋଡ୍ ସ୍କାନ କଲେ ଏହାକୁ କେଉଁଠାରୁ ଆମଦାନୀ କରାଯାଇଛି ।
କେଉଁଠାରେ ପ୍ରସ୍ତୁତ କରାଯାଇଛି ।
ପ୍ରସ୍ତୁତକାରୀ କମ୍ପାନୀ ଓ କେବେ ଏକ୍ସପାରୀ ହେବ ସେ ବିଷୟରେ ତଥ୍ୟ ପ୍ରଦର୍ଶନ କରିବ ।