ରାଜା ହେଲେ କୁବେର, ଏବେ ୨୦୨୦ ପର୍ଯ୍ୟନ୍ତ ଚମକିବେ ଏହି ୩ ରାଶି

Published By : Prameya-News7 Bureau | October 17, 2019 IST

ଧନପତି କୁବେର ରାଜା ହୋଇସାରିଲେଣି। ଏଣୁ ଏବେ ୩ ଟି ରାଶିର ଭାଗ୍ୟ ଚମକିବ। ଏବେ ଠାରୁ ୨୦୨୦ ମସିହା ପର୍ଯ୍ୟନ୍ତ ଏହି ରାଶିଙ୍କ ପ୍ରତି କୁବେରଙ୍କ ଆଶିର୍ବାଦ ବର୍ଷିବ। ଫଳରେ ଏହି ରାଶି ଜାତକଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବା ସହ ଜୀବନ ପୁଣି ଗତିଶୀଳ ହେବାରେ ଲାଗିବ। ଏହି ଜାତକମାନେ ଅଧିକ ସ୍ଫୁର୍ତ୍ତି ଅନୁଭବ କରିବା ସହ ଏପର୍ଯ୍ୟନ୍ତ ବକେୟା ଥିବା କାମ ଶେଷ କରିବାରେ ସକ୍ଷମ ହେବେ। ତେବେ କେଉଁ ରାଶି ଜାତକ ଲାଭବାନ ହେବେ ଆସନ୍ତୁ ଜାଣିବା।

{"id":171149,"width":577,"height":338}

କନ୍ୟା ରାଶି: କନ୍ୟାରାଶି ଜାତକଙ୍କ ଉପରେ ଏବେ କୁବେର ଖାସ ମେହେରବାନ ହୋଇଛନ୍ତି। ଏଣୁ ଏହି ରାଶି ଜାତକ ନିଜକୁ ଖୁବ୍ ଉର୍ଜାବାନ ଅନୁଭବ କରିବା ସହ ପାରିବାରିକ ଆର୍ଥିକ ସ୍ଥିତି ସୁଧାରରେ ସେମାନଙ୍କ ପ୍ରତ୍ୟେକ ପଦକ୍ଷେପ ସଫଳ ହେବ। ଜୀବନ ଶୈଳୀ ବଦଳାଇବାରେ ପତ୍ନୀଙ୍କ ସହଯୋଗ ଅଧିକ ସହାୟକ ସାବ୍ୟସ୍ତ ହେବ। ପୁରୁଣା ପ୍ରେମ ପ୍ରସଙ୍ଗ ଉଜାଗର ହୋଇପାରେ। ଏଣୁ ପତ୍ନୀଙ୍କ ସହ ସୌହାର୍ଦ୍ଦ୍ୟ ରକ୍ଷା କରିବା ଜରୁରି ।

{"id":171150,"width":577,"height":385}

ତୁଳାରାଶି:  ତୁଳାରାଶି ଜାତକଙ୍କ ଲାଗି ମଧ୍ୟ ସମୟ କୁବେରଙ୍କ ଯୋଗୁ ଅନୁକୁଳ ହୋଇଛି। ଏଣୁ ସହକର୍ମୀଙ୍କ ସହ ମିଳାମିଶାରେ ସତର୍କତା ଅବଲମ୍ବନ କରନ୍ତୁ। ସେମାନଙ୍କ ଚାତୁର୍ଯ୍ୟପୂର୍ଣ୍ଣ କଥାବାର୍ତ୍ତାରେ ଭଳି ନଯାଇ ଠିକ ଭୁଲ ନିର୍ଣ୍ଣୟ ନିଜେ କରନ୍ତୁ। ୨୦୨୦ ଆଗାମନ ପର୍ଯ୍ୟନ୍ତ ଆପଣଙ୍କ ସାମର୍ଥ୍ୟ ବୃଦ୍ଧି ହେବ। ଏହି କ୍ଷମତା ଓ ଶକ୍ତିକୁ ଆପଣ ଅଧାରହିଥିବା କାମ ଶେଷ କରିବାରେ ବିନିଯୋଗ କରନ୍ତୁ। ଅପ୍ରତ୍ୟାସିତ ଖୁସି ଖବରମିଳିବ।

{"id":171152}

ମେଷ ରାଶି:  ଏହି ରାଶି ଜାତକଙ୍କ ଉପରେ ଧନାଧିପତି କୁବେରଙ୍କ ଅଶେଷ ଆଶିର୍ବାଦ ରହିବ। ଏବେ ଠାରୁ ୨୦୨୦ ପର୍ଯ୍ୟନ୍ତ ସମୟ ବେଶ ଅନୁକୂଳ ହେବ। ଯେଉଁମାନେ ନୂଆ କୋର୍ସରେ ଆଡମିଶନ ନେବାକୁ ଚାହାଁନ୍ତି ସେମାନଙ୍କ ଲାଗି ସମୟ ଏବେ ଅନୁକୁଳ। ସାହିତ୍ୟାନୁରାଗୀ ଲୋକଙ୍କୁ ସେମାନଙ୍କ ଦକ୍ଷତା ଲାଗି ପୁରସ୍କୃତ ହେବାର ସମୟ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.