scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏବେ ଇଡି ପଛରେ ପଡିଲା କୋଲକାତା ପୋଲିସ୍, ବଳପୂର୍ବକ ଚାନ୍ଦା ଆଦାୟ ଅଭିଯୋଗରେ ବରିଷ୍ଠ ଅଧିକାରୀଙ୍କୁ ନୋଟିସ୍

8/08/2022 at 9:53 PM

କୋଲକାତା: ଏବେ ମୁହାଁମୁହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବଂ କୋଲକାତା ପୋଲିସ୍।  କୋଲକାତା ପୋଲିସ କଥିତ ଭାବେ ବଳପୂର୍ବକ ଚାନ୍ଦା ଆଦାୟ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ନୋଟିସ୍ ପଠାଇଛି। ଏହି ମାମଲାରେ ପୋଲିସ ଝାଡଖଣ୍ଡର ଜଣେ ଓକିଲଙ୍କୁ ଗିରଫ କରି ସାରିଛି ପୋଲିସ୍। ପଶ୍ଚିମବଙ୍ଗ ପୋଲିସ୍‌ ଇଡି ଅଧିକାରୀଙ୍କୁ ଏହି ନୋଟିସ୍ ଏମିତି ସମୟରେ ପଠାଇଛି, ଯେଉଁ ସମୟରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ପଶ୍ଚିମବଙ୍ଗରେ କୋଟି କୋଟି ଟଙ୍କାର ଶିକ୍ଷକ ନିଯୁକ୍ତି ଦୁର୍ନୀତିର ଯାଞ୍ଚ କରୁଛି। ଏହି ମାମଲାରେ ରାଜ୍ୟର ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରି ସାରିଛି।

କୋଲକାତା ପୋଲିସ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଭୁବନେଶ୍ଵର ସ୍ଥିତ ସଂଘୀୟ ଏଜେନ୍ସିର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ କୁମାରଙ୍କୁ ନୋଟିସ୍ ପଠାଯାଇଛି। ସୁବୋଧ କୁମାର ୨୦୧୬ରୁ ୨୦୨୨ ମଧ୍ୟରେ ରାଞ୍ଚିରେ କାର୍ଯ୍ୟରତ ଥିଲେ। କିଛି ମାସ ପୂର୍ବେ ତାଙ୍କର ବଦଳି ଓଡିଶାକୁ ହୋଇଛି। କୋଲକାତା ପୋଲିସ ଝାଡଖଣ୍ଡର ଜଣେ ଓଲିକ ରାଜୀବ କୁମାରଙ୍କୁ ସହରର ଜଣେ ବ୍ୟବସାୟୀଙ୍କୁ ଚାନ୍ଦା ସଂଗ୍ରହ କରିବା ଅଭିଯୋଗରେ ଗିରଫ କରିଥିଲା।ଓକିଲଙ୍କ ନିକଟରୁ ୫୦ ଲକ୍ଷ ନଗଦ ରାଶି ଜବତ କରାଯାଇଥିଲା।

କୋଲକାତା ପୋଲିସର ଗୁଇନ୍ଦା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅଭିଯୁକ୍ତ ବ୍ୟବସାୟୀ ୨୦୨୧ରେ ରାଞ୍ଚି ଉଚ୍ଚ ନ୍ୟାୟାଳୟରେ ଜନସ୍ଵାର୍ଥ ମାମଲା ଦାଖଲ କରିଥିଲା। ଏଥିରେ କୋଲକାତାର ଜଣେ ବ୍ୟବସାୟୀଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ଜନସ୍ଵାର୍ଥ ମାମଲାରେ ବ୍ୟବସାୟୀଙ୍କ ନାମକୁ ହଟାଇବା ପାଇଁ ୧୦ କୋଟି ଟଙ୍କା ଦାବି କରାଯାଇଥିଲା। ଓକିଲ ଏହା ମଧ୍ୟ ଧମକ ଦେଇଥିଲେ ଯେ, ଯଦି ସେ ଏମିତି ନକରନ୍ତି ତେବେ ଇଡି ବ୍ୟବସାୟୀଙ୍କ ଘର ଉପରେ ଚଢାଉ କରିପାରେ। ଆଲୋଚନା ପରେ ବ୍ୟବସାୟୀ ରାଶିକୁ ୪ କୋଟି ହ୍ରାସ କରିଥିଲା ଏବଂ ଶେଷରେ କଥା କୋଟିଏ ଟଙ୍କାରେ ଛିଣ୍ଡିଥିଲା। ଓକିଲ ଜଣ ୫୦ ଲକ୍ଷ ଟଙ୍କା ନେବା ପାଇଁ କୋଲକାତା ଆସିଥିଲେ।

ଅଭିଯୁକ୍ତି ଓକିଲ ହେଉଛନ୍ତି ରାଜୀବ କୁମାର। ସେ ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟରେ ଓକିଲାତି କରୁଛନ୍ତି। ସେ ଜନସ୍ଵାର୍ଥ ମାମଲା ଦାୟର କରିବାରେ ପ୍ରସିଦ୍ଧ। ସେ ବର୍ତ୍ତମାନ ଶିବ ଶଙ୍କର ଶର୍ମାଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ଦାଖଲ ଦୁଇଟି ଜନସ୍ଵାର୍ଥ ଆବେଦନର ଓକିଲ ଅଛନ୍ତି।

କୋଲକାତା ପୋଲିସ ନିକଟରେ ରାଞ୍ଚିରେ କିଛି ସ୍ଥାନରେ ଚଢାଉ କରିଥିଲା ଏବଂ ଦାବି କରିଥିଲା ଯେ, ଅଭିଯୂକ୍ତଙ୍କ ନିକଟରେ ରାଞ୍ଚି, ନୋଏଡା ଏବଂ ଦିଲ୍ଲୀରେ ଫ୍ଲାଟ୍, କାର୍ଯ୍ୟାଳୟ ଏବଂ ଫାର୍ମହାଉସ୍ ସହିତ ଅନେକ ସଂପତ୍ତି ରହିଛି। କୋଲକାତା ପୋଲିସର ଜଣେ ଅଧିକାରୀ କହିଛନ୍ତି, ପଚରା ଉଚୁରା ସମୟରେ ଇଡି ଅଧିକାରୀଙ୍କ ନାମ ସାମ୍ନାକୁ ଆସିଛି। ଅଭିଯୁକ୍ତର କଲ୍ ହିଷ୍ଟ୍ରୀରୁ ଜଣା ପଡିଛି ଯେ, ସେ ଅନେକ ଅଧିକାରୀଙ୍କ ସହିତ କଥା ହୋଇଛନ୍ତି। ଇଡି ଅଧିକାରୀ କୁମାରଙ୍କୁ ଜେରା କରିବା ପାଇଁ ପୋଲିସର ଏକ ଦଳ ମଙ୍ଗଳବାର ଭୁବନେଶ୍ଵର ପହଞ୍ଚିବାର ଆଶା କରାଯାଉଛି।

ଏହା ପୂର୍ବରୁ କୋଲକାତା ପୋଲିସ ଅଡିଓ ଟେପ୍ ଲିକ୍ ମାମଲାରେ ଇଡିର ତିନି ଅଧିକାରୀଙ୍କୁ ତଲବ୍ କରିଥିଲା। ପୋଲିସ ଜଣେ ବ୍ୟବସାୟୀଙ୍କ ବିରୋଧରେ ମାମଲାର ଯାଞ୍ଚ କରୁଥିଲା। ଏଥିରେ ଏକ କଥିତ ଅଡିଓ କ୍ଲିପରେ ଇଡି ଅଧିକାରୀଙ୍କୁ ଗୋ ଚାଲାଣ ଏବଂ କୋଇଲା ଦୁର୍ନୀତି ପରି ବିଷୟରେ ଆଲୋଚନା କରୁଥିବା ଶୁଣିବାକୁ ମିଳିଥିଲା। ଏହା ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଲିକ୍ ହୋଇଥିଲ।

   Related Posts