ଭୟଙ୍କର କରୋନା ସ୍ଥିତି, କିନ୍ତୁ ମାନୁନି ଚୀନ୍‌ : ଭାଇରାଲ ଭିଡିଓରେ ରୋଗୀ ଓ ମୃତଦେହଙ୍କ ନାରଖାର ଅବସ୍ଥା ଭୟ ବଢାଉଛି

Published By : Prameya-News7 Bureau | February 12, 2020 IST

ନୂଆଦିଲ୍ଲୀ ୧୨।୦୨:   କରୋନା ଭାଇରସ ଯାହାକି ଏବେ କୋଭିଡ ୧୯ ଭାବେ ପରିଚିତ ହୋଇଛି ତାହା ଏବେ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲିଟିଲାଣି । ଚୀନ୍‌ରେ ପ୍ରତିଦିନ ୧ ହଜାର ଲୋକ ପ୍ରାଣ ହରାଉଛନ୍ତି। ମୃତ୍ୟୁ ସଂଖ୍ୟା ୧୧୦୦ରେ ପହଞ୍ଚିଥିବା ବେଳେ  ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ଟପିଛି । ଏମିତି ସ୍ଥିତିରେ କରୋନା ଭାଇରସ୍ ନିୟନ୍ତ୍ରଣ ପାଇଁ ଚୀନ୍‌ରେ ନିଆଯାଉଥିବା କେତେକ ପଦକ୍ଷେପର ଚିତ୍ର ସାମ୍ନାକୁ ଆସିଛି ଯାହାକି ଚମକାଇ ଦେବା ଭଳି ।

{"id":221671,"sizeSlug":"large"}

ଚୀନରେ କରୋନାରେ ପ୍ରତିଦିନ ଶହେ  ଜଣ ପ୍ରାଣ ହରାଉଛନ୍ତି । ୧୧ ତାରିଖରେ ମୃତ୍ୟୁ ସଂଖ୍ୟା ହୋଇଛି ୧୧ଶହ । ଏହା ସତ୍ତ୍ବେ ବି ଚୀନ କିନ୍ତୁ କହୁଛି ଯେ ଆକ୍ରାନ୍ତଙ୍କ ହାର କମି କମି ଆସୁଛି। ଗ୍ଲୋବାଲ ନ୍ୟୁଜର ଏକ ରିପୋର୍ଟ ଆଧାରରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଗତ ଚାରି ପାଞ୍ଚ ଦିନ ହେଲାଣି କରୋନା ଆକ୍ରାନ୍ତଙ୍କ ହାର କମିବାରେ ଲାଗିଛି ବୋଲି ଏଥିରେ କୁହାଯାଇଛି । ତେଣୁ ଯାହା ହେବ ଏଥର କମି କମି ଯିବ ବୋଲି ଚୀନ ଆଶା ପ୍ରକାଶ କରୁଛି। ମଙ୍ଗଳବାର ଠାରୁ  ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ତଳକୁ ଖସିଲାଣି ବୋଲି ଚୀନ କହୁଛି । ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାର ଛୁଇଁଲାଣି। ସ୍ଥିତି ଯେ ସାଂଘାତିକ ତାହା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଉଦ୍‌ବେଗରୁ ସ୍ପଷ୍ଟ ହେଉଛି। ମଙ୍ଗଳବାର ସ୍ଥିତିର ସମୀକ୍ଷା କରିଥିଲା ବିଶ୍ବା ସ୍ବାସ୍ଥ୍ୟ ସଂଗଠନ। ୨୭ଟି ଦେଶକୁ ଡେଇଁ ସାରିଲାଣି ଏହି ଭାଇରସ।

{"id":85760,"sizeSlug":"large"}

ଚୀନର ହସ୍ପିଟାଲରୁ ସେୟାର ହୋଇଥିବା ଭିଜୁଆଲରେ ଲୋକମାନେ କ୍ଷୋଭ ପ୍ରକାଶ କରୁଛନ୍ତି । ଯେ ତାଙ୍କ ଆଖି ଆଗରେ ଜଣଙ୍କ ପରେ ଜଣେ ପ୍ରାଣ ହରାଉଛନ୍ତି । ଆଉ  ଗୋଟିଏ ଆମ୍ବୁଲାନ୍ସରେ ନିଆଯାଉଛି ଏକାଧିକ ମୃତଦେହ । କରୋନାରେ ପୀଡ଼ିତ ବ୍ୟକ୍ତିଙ୍କର ମୃତ୍ୟୁ ପରେ ସେମାନଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଉନାହିଁ ବରଂ ସରକାରୀ ଭାବେ ପୋଡ଼ି ଦିଆଯାଉଛି

{"id":223756,"sizeSlug":"large"}

ସେହିପରି ମୃତକଙ୍କୁ ରଖାଯିବାକୁ ଥିବା ପ୍ୟାକେଟ୍‌ରେ କରୋନାରେ ଆକ୍ରାନ୍ତ ମୃତ ଶିଶୁ ମାନଙ୍କୁ ରଖାଯାଉଛି ।ପରିସ୍ଥିତି ଏପରି ହୋଇଛି ଯେ ଗୋଟିଏ ପ୍ୟାକେଟରେ ଏକାଧିକ ଶିଶୁଙ୍କୁ ରଖି ବାନ୍ଧି ଦିଆଯାଉଛି । ଯାହାକି ଏକ ପ୍ରକାରରେ ସନ୍ଦେହ ସୃଷ୍ଟି କରୁଛି ଯେ ମୃତଦେହକୁ ପ୍ୟାକ କରିବା ଲାଗି ଆବଶ୍ୟକ ସଂଖ୍ୟକ ପ୍ୟାକେଟ ସଂଭବତଃ ନାହିଁ।  କରୋନା ଯେତିକି ଭୟ ସୃଷ୍ଟି କରିଛି ଚୀନର କମୁନିଷ୍ଟ ସରକାରଙ୍କ ସେନ୍‌ସରସିପ୍‌ ସେତିକି ଆତଙ୍କ ଖେଳାଉଛି।  ସବୁଠି ରହିଛି ପୋଲିସ ଭୟ।  ଗୁଆଙ୍ଗଝୁ ଓ ସେନ୍‌ଝେନ୍‌ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସାଧାରଣ ଲୋକଙ୍କର ସଂପତ୍ତି ଜବତ କରିବା ପାଇଁ ସ୍ଥାନୀୟ ସରକାର ଆଇନ୍‌ ପାସ୍‌ କରିଛନ୍ତି । ଏହାଦ୍ବାରା କରୋନା ନିୟନ୍ତ୍ରଣ ପାଇଁ ଯେ କୌଣସି ବ୍ୟକ୍ତିଙ୍କର ସଂପତ୍ତି ସରକାର ନିଜ ଅକ୍ତିୟାରକୁ ନେଇପାରିବେ ।

{"id":223757,"sizeSlug":"large"}

ସେହିପରି ଆଉ ଏକ ଦୃଶ୍ୟରେ ସହର ସାରା ବଡ଼ ବଡ଼ ଟ୍ରକ୍‌ରେ କରୋନା ପ୍ରତିଷେଧକ ସ୍ପ୍ରେୟର ରଖାଯାଇ ସହର ସାରା ସ୍ପ୍ରେ କରାଯାଉଛି । ସବୁଠୁ ଅଧିକ ଆକ୍ରାନ୍ତ ଉହାନ୍‌ ସହରକୁ ସ୍ପ୍ରେ ଭର୍ତ୍ତି ହୋଇଥିବା ଟ୍ରକ୍ ପଠାଯାଉଛି । ଅନ୍ୟ ଏକ ଦୃଶ୍ୟରେ ଦେଖିବାକୁ ମିଳିଛି ଯେ ଅଫିସ୍ ଯାଉଥିବା ଲୋକଙ୍କୁ କରୋନା ପ୍ରତିଷେଧକ ସ୍ପ୍ରେ କରାଯାଉଛି । ଏପରିକି ତାଙ୍କ ମୁହଁର ମାସ୍କ ମଧ୍ୟ ବଦଳାଇବାକୁ ପଡ଼ୁଛି । ସେହିଭଳି କେହି ଆକ୍ରାନ୍ତ ଲିଫ୍ଟର ସ୍ବିଚ୍‌କୁ କାଳେ ଛୁଇଁ ଦେଲେ ଏହାଦ୍ବାରା କରୋନା ଭାଇରସ୍‌ ସଂକ୍ରମଣ ହେବାର ଆଶଙ୍କା ଦେଖାଦେବ ସେଥିପାଇଁ ଲିଫ୍ଟ ନିକଟରେ ଗୋଟିଏ ଷ୍ଟାଣ୍ଡରେ କିଛି କାଠି ରଖାଯାଇଛି । ଲିଫ୍ଟର ଯାତ୍ରୀ ଗୋଟିଏ କାଠି ନେଇ ଲିଫ୍ଟ ସ୍ବିଚ୍‌ ଟିପିବା ପରେ ଏହାକୁ ଅନ୍ୟସ୍ଥାନରେ ରଖିଦେଉଛନ୍ତି।

ସେପଟେ ଜାପାନ ଓ ଚୀନ ଉପକୂଳରେ ଥିବା ଦୁଇଟି କ୍ରୁସର ଯାତ୍ରୀଙ୍କ ମଧ୍ୟରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ ବଢ଼ି ୧୭୫ ଧରିଲାଣି। ସେପଟେ ଆଉ ଏକ କ୍ରୁଜର ଯାତ୍ରୀଙ୍କୁ ଏବେ ଓହ୍ଲାଇ ଦିଆଯାଉନାହିଁ। ଯଦିଓ ସେଥିରେ କେହି ରୋଗୀ ନାହାନ୍ତି କିନ୍ତୁ ଏହି କ୍ରୁଜକୁ ବନ୍ଦର ମଧ୍ୟରେ ପ୍ରବେଶ କରାଇଦିଆଯାଉନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.