ଏବେ ଏହି ପ୍ଲାଟଫର୍ମରେ ଦେଖି ପାରିବେ IPL, ଆଗାମୀ ୫ ବର୍ଷ ପାଇଁ ମିଡିଆ ରାଇଟ୍ସ ହାତେଇଲା ଏହି ଚ୍ୟାନେଲ୍

Published By : Prameya-News7 Bureau | June 13, 2022 IST

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ସିଧା ପ୍ରସାରଣର ମିଡିଆ ରାଇଟ୍ସ କାହାକୁ ମିଳିବ ତାକୁ ନେଇ ଦୁଇ ଦିନ ଧରି କଳ୍ପନା ଜଳ୍ପନା ଲାଗି ରହିଥିଲା । କ୍ରିକେଟ୍ ପ୍ରେମୀ ମଧ୍ୟ ଜାଣିବାକୁ ଚାହୁଁଥିଲେ ଯେ, ସେମାନେ ଆଗାମୀ ପାଞ୍ଚ ବର୍ଷ କେଉଁ ଚ୍ୟାନେଲ ଏବଂ କେଉଁ ଓଟିଟି ପ୍ଲାଟଫର୍ମରେ ଆଇପିଏଲର ମଜା ଉଠାଇବେ । ଏହା ଉପରୁ ଏବେ ପରଦା ହଟିଛି । ଆଇପିଏଲର ଆଗାମୀ ପାଞ୍ଚ ବର୍ଷ ପାଇଁ ଭାରତୀୟ ଉପ ମହାଦ୍ୱୀପର ଟିଭି ରାଇଟ୍ସ ଡିଜନୀ ଷ୍ଟାର କିଣିଛି । ଭାରତର ଡିଜିଟାଲ୍ ରାଇଟ୍ସକୁ ଭାୟକମ୧୮ ରିଲାଏନ୍ସ କିଣିବାରେ ସଫଳ ହୋଇଛି । ଏହି ପରି କ୍ରିକେଟ୍ ପ୍ରେମୀ ପୂର୍ବପରି ଟିଭିରେ ଷ୍ଟାର ସ୍ପୋର୍ଟ୍ସ ଚ୍ୟାନେଲରେ ଆଇପିଏଲର ମଜା ଉଠାଇପାରିବେ । ଡିଜିଟାଲରେ ଅଲଗା ଆପରେ ଆଇପିଏଲ ଦେଖିବାକୁ ମିଳିବ ।

ଆଇପିଏଲ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ଟିଭି ରାଇଟ୍ସକୁ ଷ୍ଟାର ୨୩,୫୭୫ କୋଟି ଟଙ୍କାରେ କିଣିଥିବା ବେଳେ ଡିଜିଟାଲ୍ ରାଇଟ୍ସ ପାଇଁ ଭୟକମ୧୮(ରିଲାଏନ୍ସ)କୁ ୨୦,୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ଭାରତରେ ଆଇପିଏଲ ଦେଖିବା ପାଇଁ ହେଲେ ଷ୍ଟାର ସ୍ପୋର୍ଟ୍ସ ନେଟୱର୍କ ଯିବାକୁ ପଡିବ । ମାତ୍ର ଗତ ଅନେକ ବର୍ଷ ପରି ଯେଉଁଭଳି ଆମେ ହଟଷ୍ଟାରରେ ଆଇପିଏଲ ଦେଖିବାକୁ ପାରୁଥିଲେ ଆଗାମୀ ସିଜିନରେ ତାହା ଆଉ ଦେଖିବାକୁ ମିଳିବ ନାହିଁ ।

ଭାୟକମ୧୮ ଆଇପିଏଲର ଡିଜିଟାଲ ରାଇଟ୍ସ ପାଇଁ ମ୍ୟାଚ୍ ପିଛା ୫୦ କୋଟି ଟଙ୍କା ଦେବାକୁ ଘୋଷଣା କରିଛି । ଏମିତିରେ ଏବେ ଦର୍ଶକ ଆଇପିଏଲ ମ୍ୟାଚ୍ ଜିଓ ଟିଭିରେ ଦେଖି ପାରିବେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷ ସୁଦ୍ଧା ରିଲାଏନ୍ସ ନୂତନ ଆପ୍ ଲଞ୍ଚ କରି ପାରେ । ଏଠାରେ ଆପଣ ଆଇପିଏଲର ଲାଇଭ୍ ମ୍ୟାଚ୍ ଦେଖି ପାରିବେ । ଟିଭି ରାଇଟ୍ସ ପାଇଁ ଷ୍ଟାରକୁ ମ୍ୟାଚ୍ ପିଛା ୫୭.୫ କୋଟି ଖର୍ଚ୍ଚ କରିବାକୁ ପଡିଛି । ଏହା ବ୍ୟତୀତ ୱାର୍ଲଡ ରାଇଟ୍ସ ଭାୟକମକୁ ମିଳିଛି । ଅଷ୍ଟ୍ରେଲିଆ ଏବଂ ୟୁରୋପୀୟ ଦେଶଗୁଡିକରେ ଡିଜିଟାଲ ଭାବେ ଭାୟକମରେ ଆଇପିଏଲ ମ୍ୟାଚ୍ ଦେଖି ପାରିବେ । ହେଲେ ବିସିସିଆଇ ତରଫରୁ ଏ ଯାଏଁ ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.