ତାଳଚେରରୁ ଉଦ୍ଧାର ହୋଇ ନନ୍ଦନକାନନ ଆସିଲା ହିମାଲୟାନ ଗ୍ରିଫନ ପ୍ରଜାତିର ଶାଗୁଣା

Published By : Prameya-News7 Bureau | December 15, 2018 IST

ଭୁବନେଶ୍ବର୧୫|୧୨: ଆଜି ନନ୍ଦନକାନନକୁ ନୂଆ ଅତିଥି ଆସିଛି । ଗତ ୧୦ ତାରିଖରେ ତାଳଚେର ରେଞ୍ଜରୁ  ବିରଳ ହିମାଳୟାନ ଗ୍ରୀଫନ ପ୍ରଜାତିର ଶାଗୁଣାକୁ ବନବିଭାଗ ଉଦ୍ଧାର କରିଥିଲା । ଆଜି ତାକୁ ନନ୍ଦନକାନନରେ ଛଡାଯାଇଛି। ତେବେ ଏହା ପୂର୍ବରୁ ଏଠାରେ ଏହି ପ୍ରଜାତିର ଦୁଇଟି ଶାଗୁଣା ସହ ନନ୍ଦନକାନନରେ ସମୁଦାୟ ୧୮ଟି ଶାଗୁଣା ଥିଲେ।

{"id":64095}

ଉଦ୍ଧାର ଶାଗୁଣାଟି ତରଳ ଝାଡ଼ା ହୋଇ ଦୁବର୍ଳ ଥିବାବେଳେ ଗତ ୪ ଦିନ ଧରି ଉପବାସ ଥିଲା । ଗତ କାଲି ତାଳଚେର ପ୍ରାଣୀଚିକିତ୍ସାଳୟରେ କିଛି ଖାଦ୍ୟ ଖାଇଥିଲା। ଆଜି  ଏଠାକୁ ଆସିଲା ପରେ ଶାଗୁଣା କୁ ଗ୍ଲୁକୋଜ ପାଣି ଦିଆ ଯାଇ ଅନ୍ୟାନ୍ୟ ଚିକିତ୍ସା କରାଯାଇଛି। ଶାଗୁଣାଟିକୁ ଏବେ ନନ୍ଦନାକନନର ପ୍ରାଣୀଚିକିତ୍ସାଳୟର କୂରେନଟାଇନର ଅବଜରଭେସନରେ ରଖାଯାଇଛି।  ତେବେ ଶାଗୁଣାଟି ଶୀଘ୍ର ସୁସ୍ଥ ହୋଇଯିବ ବୋଲି  ନନ୍ଦନକାନନ ବରିଷ୍ଠ ପ୍ରାଣିଚିକିତ୍ସକ ଡା ଆଲୋକ କୁମାର ଦାସ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.