ଏବେ ପର୍ସନାଲ ଲୋନ୍ ଓ କ୍ରେଡିଟ୍‌ କାର୍ଡ ପାଇବା ହେବ କଠିନ, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | November 16, 2023 IST

ମୁମ୍ବାଇ ୧୬।୧୧: ଆଗାମୀ ଦିନମାନଙ୍କରେ କ୍ରେଡିଟ କାର୍ଡ ନେବା ବା କଞ୍ଜ୍ୟୁମର ଲୋନ କରିବା ଲୋକଙ୍କୁ ଏତେ ସହଜ ହୋଇ ନପାରେ। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କ ଓ ନନ୍ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ (ଏନବିଏଫସି)ଙ୍କ କଞ୍ଜ୍ୟୁମର କ୍ରେଡିଟ୍ ଲୋନର ରିସ୍କ ୱେଟେଜ୍ ୨୫ ପ୍ରତିଶତ  ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ଅର୍ଥାତ ଅନସିକ୍ୟୋର୍ଡ ଲୋନ ବୁଡିଯିବାର ଆଶଙ୍କାକୁ ଦେଖି ବ୍ୟାଙ୍କମାନେ ଏବେ ପୂର୍ବାପେକ୍ଷା ଅଧିକ ୨୫ ପ୍ରତିଶତ ପ୍ରୋଭିଜନିଂ କରିବେ। ତେବେ ଏହା ପୂର୍ବରୁ ବ୍ୟାଙ୍କ ଅଥବା ଏନବିଏଫସିଙ୍କ ନିମନ୍ତେ ଏପର୍ଯ୍ୟନ୍ତ କଞ୍ଜ୍ୟୁମର କ୍ରେଡିଟ୍ ରିସ୍କ ୱେଟେଜ୍ ୧୦୦ ପ୍ରତିଶତ ଥିଲା। ଏବେ ଏହା ୧୨୫ ପ୍ରତିଶତ ହୋଇଯାଇଛି।

ଏହା ପୂର୍ବରୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗତ ଅକ୍ଟୋବରରେ ଅନୁଷ୍ଠିତ ମନିଟାରୀ ପଲିସି ବୈଠକରେ କଞ୍ଜ୍ୟୁମର କ୍ରେଡିଟ୍‌ର ଅନେକ ସେଗମେଣ୍ଟରେ ହେଉଥିବା ଅଭିବୃଦ୍ଧିକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଏଣୁ ବ୍ୟାଙ୍କମାନଙ୍କୁ ସେମାନଙ୍କ ଅନ୍ତରିଣ ଯାଞ୍ଚ ପ୍ରକ୍ରିୟାକୁ ମଜଭୁତ କରିବା ପାଇଁ, ଅଥବା କୌଣସି ରିସ୍କ ହେଉଥିଲେ ଏହାକୁ ଦୂର କରିବା ପାଇଁ ଅତିରିକ୍ତ ସୁରକ୍ଷା ଉପାୟ  ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏ ନେଇ ଜାରି ସର୍କୁଲାରରେ କମର୍ସିଆଲ ବ୍ୟାଙ୍କମାନଙ୍କ କଞ୍ଜ୍ୟୁମର ଲୋନ ରିସ୍କ ୱେଟେଜ୍ ବୃଦ୍ଧିରେ ପର୍ସନାଲ ଲୋନ ମଧ୍ୟ ସାମିଲ ବୋଲି କହିଥିଲେ।

{"id":870687,"width":840,"height":631,"sizeSlug":"full","linkDestination":"none"}

ତେବେ ଏଥିରେ ହୋମଲୋନ, ଏଜୁକେସନ ଲୋନ, ଭେଇକଲ ଲୋନ ଓ ଗୋଲ୍ଡ ଲୋନ ଭଳି ଅନ୍ୟ ସୁରକ୍ଷିତ ଲୋନକୁ ସାମିଲ କରାଯାଇ ନାହିଁ। ଏଥିରେ ଏନବିଏଫସି ଲାଗି ରିସ୍କ ୱେଟେଜରେ କରାଯାଇଥିବା ବୃଦ୍ଧିରେ ରିଟେଲ ଲୋନକୁ ସାମିଲ କରାଯାଇଛି। ତେବେ ଏଥିରୁ ହୋମଲୋନ, ଏଜୁକେସନ ଲୋନ, ଭେଇକଲ ଲୋନ, ଗୋଲ୍ଡ ଲୋନ ଓ ମାଇକ୍ରୋଫାଇନାନ୍ସ ଲୋନକୁ ବାହାରେ ରଖାଯାଇଛି। ଆରବିଆଇ କମର୍ସିଆଲ ବ୍ୟାଙ୍କ ଓ ଏନବିଏଫସିଙ୍କ କ୍ରେଡିଟ କାର୍ଡ ରିସିଭେବଲ୍ସ ଉପରେ ମଧ୍ୟ ରିସ୍କୱେଟ୍ ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି।

ଏପର୍ଯ୍ୟନ୍ତ କ୍ରେଡିଟା କାର୍ଡ ରିସିଭେବଲ୍ସ ନିମନ୍ତେ କମର୍ସିଆଲ ବ୍ୟାଙ୍କମାନଙ୍କ ରିସ୍କ ୱେଟେଜ୍ ୧୨୫ ପ୍ରତିଶତ ଥିଲା ଓ ଏନବିଏଫସିଙ୍କ ନିମନ୍ତେ ୧୦୦ ପ୍ରତିଶତ ଥିଲା। ତେବେ ଏହି ପରିବର୍ତ୍ତନ ପରେ ବ୍ୟାଙ୍କ ଓ ଏନବିଏଫସି ନିମନ୍ତେ ଏହି ୱେଟେଜ୍ ଯଥାକ୍ରମେ ୧୫୦ ଓ ୧୨୫ ପ୍ରତିଶତ ହୋଇଯାଇଛି।

ବଜାଜ ଫାଇନାନ୍ସକୁ ଉପରେ ଆର୍‌ବିଆଇ ଛାଟ; ଇକମ ଓ ଇନଷ୍ଟା ଇଏମ୍‌ଆଇ କାର୍ଡରେ ଋଣ ଦେବା ବନ୍ଦ କରିବାକୁ କମ୍ପାନୀକୁ ନିର୍ଦ୍ଦେଶ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.