ଚୀନରେ କରୋନା ଭୟରେ କୁକୁର ବିଲେଇ ବି ପିନ୍ଧୁଛନ୍ତି ମାସ୍କ

Published By : Prameya-News7 Bureau | February 14, 2020 IST

ବେଜିଂ ୧୪।୦୨ - ଏବେ ଚୀନ୍‌ରେ କୋରନା ଭୟଙ୍କର ରୂପ ଧାରଣ କରିଛି । ଏଥିରେ ୧୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ୬୫ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ।

{"id":224381,"sizeSlug":"large"}

ସାରା ଦୁନିଆଁରେ ଏବେ କରୋନା ଆତଙ୍କ ଖେଳିଯାଇଛି । ଏବେ ଚୀନ୍‌ରେ ଏତେ ଲୋକ ଡରିଯାଇଛନ୍ତି ଯେ ନିଜର ଗୃହ ପାଳିତ ଜୀବ ଜନ୍ତୁଙ୍କୁ ମାସ୍କ ପିନ୍ଧାଇଛନ୍ତି ।

{"id":224380,"sizeSlug":"large"}

ଏବେ କରୋନା ଭାଇରସ୍‌ରୁ ନିଜକୁ ଓ ନିଜ ଜୀବ ଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ସେମାନଙ୍କ ମାଲିକମାନେ ମାସ୍କ ପିନ୍ଧାଇଛନ୍ତି । ଲୋକମାନେ ନିଜର କୁକୁର ବିଲେଇମାନଙ୍କୁ ବୁଲାଇବା ପାଇଁ ନେବା ବେଳେ ମାସ୍କ ପିନ୍ଧାଉଛନ୍ତି ।

{"id":224378,"sizeSlug":"large"}

ଗୃହ ପାଳିତ କୁକୁର ବିଲେଇବି ମାଲିକଙ୍କ କଥାମାନି ମାସ୍କ ପିନ୍ଧୁଛନ୍ତି । ସେମାନେ ଏହାକୁ କାଢୁ ନାହାନ୍ତି ।

{"id":224377,"sizeSlug":"large"}

କିଛି ଦିନ ତଳେ ଚୀନ୍‌ର ଲୋକମାନେ ଏତେ ଡରିଯାଇଥିଲେ ଯେ ନିଜର ଗୃହ ପାଳିତ ଜୀବ ଜନ୍ତୁଙ୍କୁ ମାରି ଗଳିରେ ଫିଙ୍ଗି ଦେଉଥିଲେ । ମାତ୍ର ପରେ ସେମାନେ ଏହାକୁ ବନ୍ଦ କରିଥିଲେ ।

{"id":224376,"sizeSlug":"large"}

କିଛି ଲୋକ ମାନବିକତାକୁ ଭୁଲି ନଥିଲେ । ନିଜର ଜୀବଜନ୍ତୁଙ୍କୁ ମାସ୍କ ପିନ୍ଧାଇ ବୁଲିବା ପାଇଁ ବାହାରକୁ ଛାଡିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.