ପୂର୍ବାପେକ୍ଷା ଅଧିକ ସଂକ୍ରାମକ ହେଲା Covidର ଡେଲ୍ଟା ଭାରିଆଣ୍ଟ, ସଂକ୍ରମଣରେ ଆଲଫା, ବିଟା ଓ ଗାମାକୁ ଛାଡିଲା ପଛରେ

Published By : Prameya-News7 Bureau | September 23, 2021 IST

ନୂଆଦିଲ୍ଲୀ ୨୩।୯: କରୋନାର ଡେଲ୍ଟା ଭାରିଆଣ୍ଟ ସମୟ ସହ ଆହୁରି ମଜଭୁତ ହୋଇଛି। ଯାହା ଏବେ ବିଶ୍ୱ ଜନସ୍ୱାସ୍ଥ୍ୟ ଲାଗି ବିପଦଜନକ ବୁଝା ଯାଉଥିବା ବିଶ୍ୱା ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ଙ୍କ ବୈଷୟିକ ମୁଖ୍ୟ ଡା.ମାରିଆ ଭାନ କିରଖୋବ ଏକ କାର୍ଯ୍ୟକ୍ରମରେ କହିଛନ୍ତି। କରୋନାର ବିଭିନ୍ନ ପ୍ରକାରକୁ ଡବ୍ଲୁଏଚଓ ଆଲଫା, ବିଟା, ଗାମା ସମେତ ଇଟା, ଆୟୋଟା ଓ କପ୍ପା ନାମରେ ନାମିତ କରିଛନ୍ତି। ତେବେ ଏହି ସବୁ ଭୂତାଣୁ ପ୍ରାକରର ସଂକ୍ରମଣ ଏବେ ୧ ପ୍ରତିଶତରୁ ବି କମ ରହୁଥିବା ବେଳେ ଡେଲ୍ଟାର ତୀବ୍ର ପ୍ରସାର ହେଉଛି।

ଯଦିଓ କରୋନା ଭାଇରସର ଏହା ଶେଷ ପ୍ରକାର ନୁହେଁ ତେବେ ଏହା ଟିକାକରଣ କରାଇଥିବା ଓ ନ କରିଥିବା ଲୋକଙ୍କ ଉପରେ ସମାନ ପ୍ରକୋପ କରୁଛି। ସଂକ୍ରମିତ ଡାକ୍ତରଖାନାରେ ଭର୍ତ୍ତି ହେବା ସହ ମୃତ୍ୟୁମୁଖରେ ମଧ୍ୟ ପଡୁଛନ୍ତି। ବିଶ୍ୱର ୧୮୫ଟି ଦେଶରେ ଏବେ ଭୂତାଣୁର ଡେଲ୍ଟା ପ୍ରକାର ପ୍ରକୋପ କରୁଥିବା ବେଳେ ଡବ୍ଲୁଏଚଓ  ଆଲଫା, ବିଟା, ଗାମା, ଇଟା, ଆୟୋଟା ଓ କପ୍ପା ନେଇ ସତର୍କତାକୁ ତଳେଇ ଦେଇଛନ୍ତି। ତେବେ ଡେଲ୍ଟା ନେଇ ଉଚ୍ଚ ସତର୍କତା ଅବଲମ୍ବନ ଲାଗି ପରାମର୍ଶ ଦେଇଛନ୍ତି।

wp:embed {"url":"https://twitter.com/WHO/status/1437474720736288771","type":"rich","providerNameSlug":"twitter","responsive":true}
https://twitter.com/WHO/status/1437474720736288771
/wp:embed

ଭୂତାଣୁର ଏହି ପ୍ରକାର ଚଳିତବର୍ଷ ମାର୍ଚ୍ଚରୁ ଜୁନ ପର୍ଯ୍ୟନ୍ତ ଭାରତରେ ପ୍ରକୋପ କରିଥିଲା। ମେ ଓ ଜୁନ ମାସରେ ସଂକ୍ରମଣ ପିକ୍‌କୁ ଛୁଇଁଥିବା ବେଳେ ଦେଶରେ ମୃତ୍ୟୁର ତାଣ୍ଡବ ରଚିଥିଲା। ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ହସ୍ପିଟାଲ ବେଡ୍ ଏହି ଭୂତାଣୁ ସଂକ୍ରମଣ ଆଗରେ ଅଭାବପଡିଯାଇଥିଲା। ଲୋକେ ଅକ୍ସିଜେନ ଲାଗି ଛଟପଟ ହୋଇ ମରିଥିଲେ।

ଭାରତରେ ଏବେ ଭୂତାଣୁର ଆର-ଭାଲ୍ୟୁ ଏବେ ପ୍ରସମିତ ହୋଇଛି। ତେବେ କେସ୍ ଲୋଡ କମି ନାହିଁ। ବିଶ୍ୱରେ ଡେଲ୍ଟା ଭାରିଆଣ୍ଟ ଲାଗି କଡ଼ା ସତର୍କତା ଅବଲମ୍ବନ ନିମନ୍ତେ ଡା. କିରଖୋଭ ପରାମର୍ଶ ଦେଇଛନ୍ତି। ଜନଗହଳିକୁ ପ୍ରଶୟ ନଦେବା, ପରୀକ୍ଷଣ ବଢାଇବା ଓ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଚିହ୍ନଟ ପୂର୍ବ ଭଳି ଜାରି ରଖିବା ସହ ଯୁଦ୍ଧକାଳୀନ ଟିକାକରଣ କରିବାକୁ ଡା.କିରଖୋଭ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.