ବିବାହ ପୂର୍ବରୁ ଜାତକ ବଦଳରେ ବର କନ୍ୟା କରୁଛନ୍ତି ଏହି ପରୀକ୍ଷା

Published By : Prameya-News7 Bureau | January 12, 2020 IST

ପୂର୍ବରୁ ବିବାହ ପାଇଁ ବର କନ୍ୟାଙ୍କର ଜାତକ ମେଳକ କରାଯାଉଥିଲା। ରାଶି , ନକ୍ଷତ୍ର ଗୋତ୍ର ଅନୁସାରେ ବିବାହର ନିଷ୍ପତ୍ତି କରାଯାଉଥିଲା। ହେଲେ ସମୟ ପରିବର୍ତ୍ତନ ଅନୁସାରେ ଏହି ପରମ୍ପରାରେ ବି ପରିବର୍ତ୍ତନ ହୋଇଛି । ଏବେ ଜୀବନସାଥୀ ଭାବନାତ୍ମକ ସ୍ତରରେ କେତି ଶକ୍ତ ଓ ଜୀବନକୁ କେତେ ଭଲ ଭାବରେ ଅତିବାହିତ କରିପାରିବେ ତାହାର ଯାଞ୍ଚ କରାଯାଉଛି ।

{"id":210162,"sizeSlug":"large"}

ଏବେ ପର୍ସନାଲିଟି ଟେଷ୍ଟର ଟ୍ରେଣ୍ଡ ଆରମ୍ଭ ହୋଇଛି । ଏଥିରେ ଯୁବକମାନେ ନିଜର ଭବିଷ୍ୟତର ଜୀବନସାଥୀକୁ ବାଛିବା ପାଇଁ ପର୍ସନାଲିଟୀ ଟେଷ୍ଟ କରୁଛନ୍ତି । ଭାରତର ଅନେକ ମେଟ୍ରୋରେ ଏବେ ଏହି ଟ୍ରେଣ୍ଡ ଆରମ୍ଭ ହୋଇଛି । ଏବେ ମନୋବିଜ୍ଞାନୀ ଓ ବିଭିନ୍ନ ହସପିଟାଲ୍‌ରେ ଏବେ ଏହି ଟେଷ୍ଟ କରାଯାଉଛି । ବିବାହ କରିବାକୁ ଯାଉଥିବା ପୁଅ ଝିଅ ଏବେ ଏବେ ଏହି ଟେଷ୍ଟ କରୁଛନ୍ତି ।

{"id":210163,"width":591,"height":393,"sizeSlug":"large"}

କମେତି ହୁଏ ପର୍ସନାଲିଟି ଟେଷ୍ଟ
ଏମ୍‌ଏମ୍‌ପିଆଇ ବା ମିନ୍ନେସୋଟା ମଲ୍ଟିଫୋସିକ୍‌ ପର୍ସନାଲିଟି ଇଭେଣ୍ଟରୀ ରେ ଜଣେ ବ୍ୟକ୍ତିଙ୍କ ବିଷୟରେ ବିଭିନ୍ନ ସୂଚନା ସଂଗ୍ରହ କରାଯାଇଥାଏ । କେତକ ବିଷୟକେ ତାଙ୍କର ସହମତି ଓ ରାୟ ବିଷୟରେ ବି ତଥ୍ୟ ସଂଗ୍ରହ କରାଯାଇଥାଏ ।

ରୋସର୍ଚ୍ଚ ଇଂକବ୍ଲେଟ ଟେଷ୍ଟ - ଏଥିରେ ବିଭିନ୍ନ ପ୍ରକାରର ଚିତ୍ର ଦେଖାଯାଇ ସେ ବିଷୟରେ ରାୟ ମଗାଯାଇଥାଏ ।

ଥେମେଟିକ୍‌ ଏପ୍ରିସିଏସନ୍‌ ଟେଷ୍ଟ - ଏହି ଟେଷ୍ଟରେ ବ୍ୟକ୍ତି ଜଣକ କେତେ ଭାବନାତ୍ମକ ବୋଲି ସେ ବିଷୟରେ ଜଣା ପଡିଥାଏ ।

ଏବେ ଏହି ଟେଷ୍ଟମାନଙ୍କର ଚାହିଦା ବୃଦ୍ଧି ପାଉଛି । ବିବାହ ପୂର୍ବୁର ବରକନ୍ୟା ଏହି ଟେଷ୍ଟ କରିବା ଫଳର କିଏ କେତେ ଭଲ ଭାବରେ ଏକାଠି ଜୀବନ ଅତିବାହିତ କରିପାରିବେ ସେ ବିଷୟରେ ଜଣା ପଡୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.