scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଉତ୍ତରାଖଣ୍ଡ ସଂଲଗ୍ନ LACରେ ଦ୍ରୁତ ଗତିରେ ଗାଁ ଗଢି ଚାଲିଛି ଚୀନ, ସୈନ୍ୟ ଶିବିର ବି ନିର୍ମାଣ କରୁଛି

27/05/2023 at 6:43 PM

ବେଜିଂ:  ଭାରତ ସଂଲଗ୍ନ ସୀମା ନିକଟରେ ଚୀନ ଲଗାତାର ନିଜର ଭିତ୍ତିଭୂମି ସୁଦୃଢ କରିବାରେ ଲାଗିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ ଚୀନ ବର୍ତ୍ତମାନ ଉତ୍ତରାଖଣ୍ଡ ସନ୍ନିକଟ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ନିଜ ପାର୍ଶ୍ଵରେ ଦ୍ରୁତ ଗତିରେ ଗାଁ ନିର୍ମାଣ କରିବାରେ ଲାଗିଛି। ଏହା ବ୍ୟତୀତ ସେଠାରେ ଡ୍ରାଗନ ସୈନ୍ୟ ଶିବିର ମଧ୍ୟ ନିର୍ମାଣ କରୁଛି। ଉତ୍ତରାଖଣ୍ଡରେ ବାଡ଼ାହୋତୀ ନିକଟସ୍ଥ ସୀମାର ଠିକ୍ ସାମ୍ନାରେ ପଡ଼ୋଶୀ ଦେଶ ୩୦୦-୪୦୦ ଘର ତିଆରି କରୁଛି। ଏହି ସବୁ ଘର ବହୁମହଲା ବିଶିଷ୍ଟ ରହିଛି। ଏହି କାରଣରୁ ୨୦୨୧ ଅଗଷ୍ଟରେ ଚୀନ ସେନା ସହିତ ଭାରତୀୟ ସେନାଙ୍କ ସଂଘର୍ଷ ଘଟି ସାରିଛି। ସେହି ସମୟରେ ୧୦୦ରୁ ଅଧିକ ଚୀନ ସୈନିକ ଭାରତୀୟ ସୀମାରେ ୪-୫ କିଲୋମିଟର ପର୍ଯ୍ୟନ୍ତ ଭିତରକୁ ପଶି ଆସିଥିଲେ ଏବଂ କିଛି ସମୟରେ ଫେରି ଯାଇଥିଲେ।

China Has Built Village In Arunachal Pradesh, Show Satellite Images:  Exclusive

ଗୁଇନ୍ଦା ସୂତ୍ର ଅନୁଯାୟୀ, ବାଡ଼ାହୋତୀରେ ଚୀନର ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ)ର ପାଟ୍ରୋଲିଂ ବଢି ଯାଇଛି। ପ୍ରଥମେ ୩-୪ ମାସରେ ଚୀନ ଏହି ଅଞ୍ଚଳରେ ଥରୁଟିଏ ପାଟ୍ରୋଲିଂ କରୁଥିଲା। କିନ୍ତୁ ଏବେ ୧୫ ଦିନ କିମ୍ବା ସେଥିରୁ କମ ସମୟ ଭିତରେ ଡ୍ରାଗନ ସେନା ପାଟ୍ରୋଲିଂ କରୁଛନ୍ତି। ମାଣା, ନୀତି ଏବଂ ଥଙ୍ଗଲା ଅଞ୍ଚଳରେ ମଧ୍ୟ ଚୀନର ଛୋଟ ଛୋଟ ପାଟ୍ରୋଲିଂ ଟିମ୍‌କୁ ଦେଖିବାକୁ ମିଳୁଛି। ସୂତ୍ର ଅନୁସାରେ ଏଲଏସି ସୀମାରେ ଚୀନ ନିର୍ମାଣ କରୁଥିବା ଗାଁଗୁଡ଼ିକ ଉତ୍ତରାଖଣ୍ଡ ସଂଲଗ୍ନ ସୀମାଠୁ ମାତ୍ର ୧୧ କିଲୋମିଟର ଦୂରରେ ରହିଛି। ଏଠାରେ ଗାଁ ସହିତ ସୈନ୍ୟ ପରିସର ମଧ୍ୟ ନିର୍ମାଣ ଚାଲିଥିବା ଦେଖିବାକୁ ମିଳିଛି।

Second China-Constructed Enclave In Arunachal, Show New Satellite Images

ସୂତ୍ର ଅନୁଯାୟୀ, ଚୀନର ଗାଁ ଗୁଡ଼ିକରେ କୋଠା ନିର୍ମାଣ ପୂରା ହୋଇ ସାରିଛି। ଉତ୍ତରାଖଣ୍ଡ ଏବଂ  ହିମାଚଳ ସହ ସଂଲଗ୍ନ ଏଲଏସି ନିକଟରେ ସାରଙ୍ଗ ଏବଂ ପୋଲିଙ୍ଗ ଜିନ୍ଦରେ ହେଲିପ୍ୟାଡ ମଧ୍ୟ ନିର୍ମାଣ କରୁଛି। ୧୯୬୨ରେ ଭାରତ-ଚୀନ ଲଢେଇ ପରଠୁ ନୀତି ଦରାରେ ଚଳାଚଳ ବନ୍ଦ ରହିଛି। ଅରୁଣାଚଳ ପ୍ରଦେଶର କମାଣ୍ଡ କ୍ଷେତ୍ରର ଠିକ୍ ସାମ୍ନାରେ କୁନାରେ ୨ଟି ଗାଁ ନିର୍ମାଣ କରାଯାଉଛି। ଏହି ଗାଁ ଗୁଡ଼ିକରେ ୟୁନିଟ୍, ଗ୍ରୀନହାଉସ୍ ଏବଂ ସୋଲାର ଲାଇଟ୍‌ ବନ୍ଦୋବସ୍ତ କରାଯାଇଛି। ଏହିପରି ଭାରତ ସଂଲଗ୍ନ ଏଲଏସି ନିକଟସ୍ଥ ନିଜ ପାର୍ଶ୍ଵରେ ୭୦୦ ଗାଁ ନିର୍ମାଣ କରୁଛି।

ଏ ଖବର ପଢନ୍ତୁ- ବିଧାୟକଙ୍କ ଉପସ୍ଥିତିରେ ଯନ୍ତ୍ରୀଙ୍କୁ ମାଡ଼ ମାରିଲେ ସରପଞ୍ଚ; ତଦନ୍ତ କରୁଛି ପୋଲିସ

   Related Posts