ଏବେ ଏସସିବିରେ ରକ୍ତ ପରୀକ୍ଷାରୁ ହେବ କ୍ୟାନ୍ସର ଚିହ୍ନଟ: ଦରକାର ହେବନି ବାୟୋପ୍ସି, ଆରମ୍ଭ ହେଲା ମିଲିକ୍ୟୁଲାର ଜେନୋମିକ୍ ଲ୍ୟାବ୍ଷ…

Published By : Prameya-News7 Bureau | July 31, 2019 IST

କଟକ୩୧|୭: କର୍କଟ ଚିହ୍ନିବା ପାଇଁ ଆଉ ବାୟୋପ୍ସିର ଆବଶ୍ୟକତା ହେବ ନାହିଁ। କଷ୍ଟଦାୟକ ଭାବରେ ଦେହରୁ ମାଂସ ନିଆଯିବା ପରିବର୍ତ୍ତେ ଅଳ୍ପ କିଛି ରକ୍ତରୁ କର୍କଟ ରୋଗ ଚିହ୍ନଟ କରାଯାଇପାରିବ। ଏଥିପାଇଁ କଟକ ଏସସିବି ମେଡିକାଲର ବାୟୋ କେମେଷ୍ଟ୍ରି ବିଭାଗରେ ଆଜିଠାରୁ ଆରମ୍ଭ ହୋଇଛି ମିଲିକ୍ୟୁଲାର ଜେନୋମିକ୍ ଲ୍ୟାବ୍ଷ। ସାରା ପୂର୍ବ ଭାରତରେ ସରକାରୀ ସଂସ୍ଥାଗୁଡିକ ମଧ୍ୟରେ ଏହା ପ୍ରଥମ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି କରାଯାଇଛି।

{"id":139433,"width":549,"height":415}

ସର୍ଭାଇକାଲ ଓ ଲଙ୍ଗସ୍ କ୍ୟାନସର ସମେତ ମ୍ୟାଲେରିଆ, ଟିବି ଓ ଜେନେଟିକ ସଂକ୍ରମଣ ଭଳି ରୋଗଗୁଡିକର ଚିହ୍ନଟ ପାଇଁ କଟକ ଏସସିବି ମେଡିକାଲରେ ଗୁରୁବାର ଠାରୁ ମଲିକ୍ୟୁଲାର ଜେନୋମିକ୍ ଲ୍ୟାବ୍ ଆରମ୍ଭ କରାଯାଇଛି। ପାଖାପାଖି ୪ କୋଟି ଟଙ୍କାର ମେସିନ୍ ଏହି ଲାବରେ ଲଗାଯାଇଛି।

 ମହିଳାମାନଙ୍କ କ୍ଷେତ୍ରରେ ଦେଖାଦେଉଥିବା ସର୍ଭାଇକାଲ କ୍ୟାନସର ଏହା ସହାୟତାରେ ପୂର୍ବାବସ୍ଥାରେ ଚିହ୍ନଟ କରାଯାଇପାରିବ। ଏନେଇ ଏଚପିବି ସ୍କ୍ରିନିଂ କରାଯିବ।

{"id":139434,"width":559,"height":424}

ଯୌନ ସଂକ୍ରମଣ ରୋଗ ସମ୍ବନ୍ଧୀୟ ସିଟିଏନଜି ପରୀକ୍ଷା ଏହି ଲ୍ୟାବରେ କରାଯାଇପାରିବ। ଆଜିକାଲି ବ୍ୟାକ୍ଟେରିୟା ସଂକ୍ରମଣରେ ଆଇସିୟୁରେ ଅନେକ ରୋଗୀଙ୍କ ମୃତ୍ୟୁ ହେଉଥିବା ବେଳେ ରୋଗୀଙ୍କ ରକ୍ତ ନମୂନାରୁ ଏହା ନିରୁପଣ କରାଯାଇପାରିବ। ବୁଧବାର ଏହାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଉଦଘାଟନ କରିଥିବା ସହ ଏଭଳି ଅତ୍ୟାଧୁନିକ ମେସିନ୍ ଓ ଲ୍ୟାବ୍ ପୂର୍ବ ଭାରତରେ କୌଣସି ସରକାରୀ ମେଡିକାଲରେ ପ୍ରଥମ ବୋଲି ଦାବି କରିଛନ୍ତି।

ଲ୍ୟାବରେ ପରୀକ୍ଷା କରିବା ପାଇଁ କର୍ମଚାରୀଙ୍କୁ ଆବଶ୍ୟକ ଟ୍ରେନିଂ ଦିଆଯାଇଛି। ମେସିନ ପ୍ରଦାନ କରିଥିବା କମ୍ପାନୀ ପକ୍ଷରୁ ମଧ୍ୟ ଏହାର ବୈଷୟିକ ଅଧୀକାରୀମାନେ  ଏହାର ବ୍ୟବହାର ଉପରେ ତାଲିମ ପ୍ରଦାନ କରିଛନ୍ତି। ଏନେଇ ଡାକ୍ତରୀ ଛାତ୍ର ଓ ଅନ୍ୟ ଡାକ୍ତରମାନଙ୍କ କର୍ମଶାଳା ମଧ୍ୟ କରାଯାଇଛି।ତେ​‌ବେ ଏହି ମେସିନ ସହାୟତାରେ ବାୟୋପ୍ସି ପରିବର୍ତ୍ତେ ରକ୍ତ ପରୀକ୍ଷାରେ କର୍କଟ ନିରୂପଣ କରାଯିବ ବୋଲି ଏସସିବି ଅଧିକ୍ଷକ କହିଛନ୍ତି। ଏହା ସହିତ ସ୍ପଣ୍ଡିଲାଇଟିସ୍ ଜେନେଟିକ ପରୀକ୍ଷଣରୁ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଏହି ଲାବଟି ଗତ ମେ ମାସରୁ ଖୋଲାଯାଇଥିଲେ ସୁଦ୍ଧା ଏସସିବି କତ୍ତୃପକ୍ଷଙ୍କୁ ଏହା ବୁଧବାର ହସ୍ତାନ୍ତର କରାଯାଇଛି ବୋଲି ସେ କହିଛନ୍ତି।

{"id":139435,"width":565,"height":429}

ରୋଗୀମାନେ ଏସସିବି ମେଡିକାଲର ପଞ୍ଜିକରଣ ସହ ଏହି ଲ୍ୟାବରେ ପରୀକ୍ଷା କରାଇପାରିବେ। ସେହିପିରି ରାଜ୍ୟ ସରକାରଙ୍କ ନିଦାନ ଯୋଜନା ଅଧୀନରେ ରୋଗୀଙ୍କ ପାଇଁ ଏଠାରେ ସମସ୍ତ ପରୀକ୍ଷା ମାଗଣାରେ କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି।

{"id":139436,"width":571,"height":429}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.