Gold ଭଳି ଏବେ Silverରେ ହୋଇପାରିବ ନିବେଶ, ସେପ୍ଟେମ୍ବର ପହିଲାରୁ ମିଳିବ ଟ୍ରେଡିଂର ନୂଆ ସୁବିଧା
24/08/2020 at 6:15 PM

ନୂଆଦିଲ୍ଲୀ ୨୪।୮ : ନିବେଶ ଲାଗି ଆଗ୍ରହୀ ଲୋକଙ୍କ ନିମନ୍ତେ ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ଆଣୁଛନ୍ତି ନୂଆ ସୁଯୋଗ। ୧ ସେପ୍ଚେମ୍ବର ୨୦୨୦ରୁ ଏନଏସଇ କମୋଡିଟି ଡେରିଭେଟିବସ୍ରେ ‘ସିଲଭର’ ଅପ୍ସନରେ ଟ୍ରେଡିଂର ସୁବିଧା ପ୍ରଦାନ କରିବେ। ଏଥିଲାଗି ଏନଏସଇଙ୍କୁ ପ୍ରତିଭୂତି ବିନିମୟ ବୋର୍ଡ (ବିଏସଇ)ଙ୍କ ଅନୁମତି ମିଳିଥିବା ନେଇ ଏକ ସର୍କୁଲାରେ ସୂଚିତ କରିଛନ୍ତି।

ଏନଏସଇଙ୍କ ଏହି ପଦକ୍ଷେପ ପରେ କମୋଡିଟି ବଜାରରେ ନିବେଶକଙ୍କୁ ଆୟର ନୂଆ ମାର୍ଗ ମିଳିବ ବୋଲି ଆଶା କରାଯାଉଛି। ଏଥିରୁ ମାର୍କେଟ ଇକୋ ସିଷ୍ଟମ ମଧ୍ୟ ପୂର୍ବାପେକ୍ଷା ଅଧିକ ଗଭିର ହେବ ବୋଲି ମଧ୍ୟ ଆଶା କରାଯାଏ। ଏ ନେଇ ଏନଏସଇ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏବେ ଗୁଡସ୍ କଣ୍ଟ୍ରାକ୍ଟରେ ସିଲଭର ସ୍ପଟ୍ ପ୍ରାଇସର ମଧ୍ୟ ଅପ୍ସନ ରହିବେ ବୋଲି ସୂଚିତ କରିଛନ୍ତି।

କମୋଡିଟି ଡେରିଭେଟିଭ ସେଗମେଣ୍ଟରେ ଟ୍ରେଡିଂ ଲାଗି ସେପ୍ଟେମ୍ବର ୧ ତାରିଖରୁ ଏହି ସୁବିଧା ଉପଲବ୍ଧ ହେବ।ଏହା ପୂର୍ବରୁ ଜୁନ ୮ ତାରିଖରେ ଏନଏସଇ ଗୋଲ୍ଡ ମିନି ଅପସନ୍ ଲଞ୍ଚ କରିଥିଲେ। ଅପ୍ସନ କଣ୍ଟ୍ରାକ୍ଟ କ୍ରେତାଙ୍କୁ ଏକ ନିର୍ଦ୍ଧାରିତ ଅବଧି ପର୍ଯ୍ୟନ୍ତ ନିର୍ଦ୍ଧାରିତ ଦରରେ ନିଜର ହୋଲ୍ଡିଂ ବା ଆସେଟ୍କୁ ବିକିବା ଲାଗି ବିକଳ୍ପ ଥାଏ।