ଶାହରୁଖ୍ ଖାନ୍ଙ୍କୁ ଟାର୍ଗେଟ୍ କଲା ଏନ୍ସିପି, କହିଲା-ଏବେ ତାଙ୍କ ଫିଲ୍ମକୁ ଆଉ ବ୍ୟାନ୍ କରିବନି ବିଜେପି
29/05/2023 at 8:25 AM

ମୁମ୍ଵାଇ ୨୯।୦୫: ବଲିଉଡ ଅଭିନେତା ଶାହରୁଖ ଖାନ। ବର୍ତ୍ତମାନ ସେ ନୂଆ ସଂସଦ ଭବନର ଉଦଘାଟନକୁ ନେଇ ଏକ ଭିଡିଓ ସେୟାର କରି ଖୁସି ବ୍ୟକ୍ତ କରିଛନ୍ତି। ହେଲେ ଏବେ କିଙ୍ଗ ଖାନଙ୍କ ଏହି ଭିଡିଓକୁ ନେଇ ବର୍ତ୍ତମାନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଏହା ଉପରେ ଜବାବ ଦେଇଛନ୍ତି। ସେ କହିଛି ଯେ ମହାରାଷ୍ଟ୍ରର ବିଜେପି ନେତାମାନେ ଶାହରୁଖ ଖାନଙ୍କ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିବେ ନାହିଁ। ଗୋଟିଏ ଦିନ ପୂର୍ବରୁ ଅଭିନେତା ଶାହରୁଖ ଏକ ଭିଡିଓ ସହ ଟ୍ଵିଟ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନୂଆ ସଂସଦ ଭବନ ଉଦଘାଟନୀ ଉତ୍ସବକୁ ନେଇ ଖୁସି ବ୍ୟକ୍ତ କରିଥିଲେ ।
ନିକଟରେ ଶାହରୁଖ ଟ୍ୱିଟ କରିଥିଲେ କି , ‘ଏହି ମହାନ ରାଷ୍ଟ୍ରର ପ୍ରତ୍ୟେକ ନାଗରିକଙ୍କୁ ପ୍ରତିନିଧିତ୍ୱ କରୁଥିବା ଲୋକଙ୍କ ପାଇଁ ଚମତ୍କାର ନୂଆ ଭବନ । ନରେନ୍ଦ୍ର ମୋଦୀ ଜୀ । ଭାରତର ଗୌରବ ବର୍ଷ ବର୍ଷର ପୁରୁଣା ସ୍ଵପ୍ନକୁ ପୁରା କରିଥିବା ନୂଆ ସଂସଦ। କଜୟ ହିନ୍ଦ, ମୋର ସଂସଦ, ମୋର ଗର୍ବ’। ଏନସିପି ସମେତ ପ୍ରାୟ ୨୯୦ ଟି ବିରୋଧୀ ଦଳ ରାଷ୍ଟ୍ରପତି (ଦ୍ରୌପଦୀ ମୁର୍ମୁ) ଙ୍କ ବଦଳରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂତନ ସଂସଦ ଗୃହର ଉଦଘାଟନୀ ଉତ୍ସବକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ।
ଏବେ ଏହାକୁ ନେଇ ଏନସିପି ଜାତୀୟ ମୁଖପାତ୍ର କ୍ଲାଇଡ କ୍ରେଷ୍ଟୋ ଟ୍ୱିଟ କରି କହିଛନ୍ତି ଯେ ବର୍ତ୍ତମାନ ଶାହରୁଖ ନୂତନ ସଂସଦ ଭବନକୁ ସମର୍ଥନ କରିଛନ୍ତି । ତେଣୁ ଆମେମାନେ ଖୁବ ଶୀଘ୍ର ମହାରାଷ୍ଟ୍ର ବିଜେପିର ନେତାଙ୍କୁ ତାଙ୍କ ଆଗରେ ପ୍ରଣାମ କରୁଥିବାର ଦେଖିବୁ । ଆଉ ବିଜେପି ନେତାମାନେ ଶାହରୁଖଙ୍କ ଚଳଚ୍ଚିତ୍ର ଉପରେ ବ୍ୟାନ ଲଗାଇବାକୁ ଦାବି କରିବେ ନାହିଁ ।
You Can Read: