suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଖୁସି ଖବର, ଏବେ ୧୧ ଦିନରେ ମିଳି ପାରୁଛି ପାସପୋର୍ଟ

11/07/2019 at 6:32 PM

ନୂଆଦିଲ୍ଲୀ:  ଏବେ ଲୋକଙ୍କୁ ଆଉ ପାସପୋର୍ଟ ନିମନ୍ତେ ଦିନ ଦିନ ଅପେକ୍ଷା କରିବାକୁ ପଡୁନାହିଁ । ଆବେଦନ କରିବାର ମାତ୍ର ୧ ୧ଦିନ ମଧ୍ୟରେ ସେମାନଙ୍କୁ ପାସପୋର୍ଟ ମିଳିଯାଉଛି। କେନ୍ଦ୍ରସରକାର ଲୋକସଭାରେ ଏହି ସୂଚନା ଦେଇଛନ୍ତି। ସଂସଦରେ ପ୍ରଶ୍ନକାଳ ଚାଲିଥିବା ବେଳେ ବିଦେଶ ରାଷ୍ଟ୍ରମନ୍ତ୍ରୀ  ମୂରଲୀ ଧରନଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ସାଧାରଣ ପରିସ୍ଥିତିରେ ୧୧ ଦିନ ଓ ତତ୍କାଳରେ ଦିନକ ମଧ୍ୟରେ ପାସପୋର୍ଟ ପ୍ରଦାନର ବ୍ୟାବସ୍ଥା ହୋଇଥିବା କହିଛନ୍ତି।

ଏଥି ନିମନ୍ତେ ଆବେଦକଙ୍କ ପୋଲିସ ଭେରିଫିକେସନ ନିମନ୍ତେ ଏକ ସ୍ୱତନ୍ତ୍ର ମୋବାଇଲ ଆପ ଲ଼ଞ୍ଚ କରାଯାଇଛି। ପ୍ରଥମ ଥର ୭୩୧ଟି ପୋଲିସ ଜିଲ୍ଲା ପାଇଁ  କାର୍ଯ୍ୟକାରୀ ହୋଇଥିବା ଏହି ଆପ ସୂଚନାର ସତ୍ୟାପନ ଓ ଭ୍ରଷ୍ଟାଚାରକୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥିବା ମନ୍ତ୍ରୀ ଗୃହକୁ କହିଛନ୍ତି। ସେହିପରି ଦେଶରେ ଏବେ ୩୬ଟି ପାସପୋର୍ଟ କାର୍ଯ୍ୟାଳୟ ଥିବା ବେଳେ ୯୩ଟି ପାସପୋର୍ଟ ସେବା କେନ୍ଦ୍ର ଓ ୪୧୨ଟି ପୋଷ୍ଟ ଅଫିସ ସେବା କେନ୍ଦ୍ର ମାଧ୍ୟମରେ ଲୋକଙ୍କୁ ପାସପୋର୍ଟ ସେବା ପ୍ରଦାନ କରାଯାଉଥିବା ନେଇ ଗୃହକୁ ସୂଚିତ କରିଛନ୍ତି।

ପାସପୋର୍ଟ ପ୍ରଦାନ ନିମନ୍ତେ କେତେ ସମୟ ଲାଗୁଥିବା ନେଇ କଂଗ୍ରେସ ସାଂସଦ ମନିଷ ତିୱାରୀ ଏକ ପ୍ରଶ୍ନ କରିଥିଲେ। ଏହାର ଜବାବରେ ମନ୍ତ୍ରୀ ଏବେ ଆଗ ଭଳି ଆଉ ପାସପୋର୍ଟ କରିବାକୁ ବିଳମ୍ବ ହେଉ ନଥିବା ଓ ଏଥିନିମନ୍ତେ ଗ୍ରହଣ କରାଯାଇଥିବା ଉଚ୍ଚ ବୈଷୟିକ ଜ୍ଞାନ କୌଶଳ ସମ୍ପର୍କରେ ମନ୍ତ୍ରୀ ଗୃହରେ ରଖିଥିବା ଉତ୍ତରରେ ଜଣାଇଥିଲେ।

   Related Posts