scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଦିତ୍ୟ ଠାକରେଙ୍କ ସଦସ୍ୟତା ଉପରେ ସଙ୍କଟ ! ହ୍ଵିପ୍ ବିରୋଧରେ ଯିବା ପଡିପାରେ ମହଙ୍ଗା

4/07/2022 at 4:38 PM

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ସୋମବାର ଏକନାଥ ସିନ୍ଦେ ସରକାର ବହୁମତ ସାବ୍ୟସ୍ତ କରିଛନ୍ତି। ଆସ୍ଥା ଭୋଟ୍ ସମୟରେ ସରକାରଙ୍କ ସପକ୍ଷରେ ୧୬୪ ଏବଂ ବିପକ୍ଷରେ ୯୯ ଭୋଟ୍ ପଡିଛି। ସିନ୍ଦେ ସରକାରଙ୍କ ବିରୋଧରେ ପଡିଥିବା ଭୋଟ୍ ମଧ୍ୟରୁ ଗୋଟିଏ ହେଉଛି ଆଦିତ୍ୟ ଠାକରେଙ୍କ। ଏବେ ଆଦିତ୍ୟ ଠାକରେଙ୍କ ସଦସ୍ୟତା ଉପରେ ସଙ୍କଟ ଦେଖା ଦେଇଛି। ହ୍ଵିପ୍ ବିରୋଧରେ ଯିବା ତାଙ୍କୁ  ମହଙ୍ଗା ପଡିପାରେ। ତାଙ୍କୁ ଅଯୋଗ୍ୟତା କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡିପାରେ। ଶିବସେନାର ମୁଖ୍ୟ ସଚେତକ ଭରତ ଗୋଗାଓ୍ଵାଲେ ସିନ୍ଦେ ସରକାରଙ୍କ ସପକ୍ଷରେ ଭୋଟ୍ ଦେବାକୁ ହ୍ଵିପ୍ ଜାରି କରିଥିଲେ।

ଅନ୍ୟପକ୍ଷେ ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ପକ୍ଷରୁ ସୁନୀଲ ପ୍ରଭୁ ସରକାରଙ୍କ ବିପକ୍ଷରେ ମତଦାନ କରିବାକୁ କୁହାଯାଇଥିଲା। ଏହି କ୍ରମରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ୧୫ ବିଧାୟକ ସିନ୍ଦେ ସରକାର ବିରୋଧରେ ଭୋଟିଂ କରିଥିଲେ। ଏଥିରେ ଉଦ୍ଧବ ଠାକରେ ମଧ୍ୟ ସାମିଲ୍। ତେବେ ବାଚସ୍ପତି ସିନ୍ଦେ ଗୋଷ୍ଠୀର ମୁଖ୍ୟ ସଚେତକଙ୍କୁ ମାନ୍ୟତା ଦେଇଥିଲେ। ଏମିତିରେ ଆଦେଶର ଉଲ୍ଲଂଘନ ଉପରେ ଆଦିତ୍ୟ ଠାକରେ ଏବଂ ଶିବସେନାର ଅନ୍ୟ ୧୪ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।

ଉଲ୍ଲେଖନୀୟ ସୁପ୍ରିମକୋର୍ଟ ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ପକ୍ଷରୁ ଦାଖଲ ଆବେଦନ ଉପରେ ଜୁଲାଇ ୧୧ରେ ଶୁଣାଣି କରିବେ। ଉପ ବାଚସ୍ପତିଙ୍କ ପକ୍ଷରୁ ଏକନାଥ ସିନ୍ଦେ ଏବଂ ଅନ୍ୟ ୧୫ ବିଧାୟକଙ୍କୁ ଅଯୋଗ୍ୟତା ଘୋଷିତ ପାଇଁ ନୋଟିସ୍ ଜାରି କରାଯାଇଥିଲା। ଏହାକୁ ନେଇ ଶିବସେନା ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛି। ଉଦ୍ଧବ ଠାକରେ ଗୋଷ୍ଠୀ ଦାବି କରିଥିଲେ ଯେ ପର୍ଯ୍ୟନ୍ତ ବିଧାୟକଙ୍କ ଅଯୋଗ୍ୟତା ନୋଟିସ୍ ଉପରେ ନିଷ୍ପତ୍ତି  ହୋଇ ନାହିଁ ସେ ପର୍ଯ୍ୟନ୍ତ ଆସ୍ଥା ଭୋଟର ଅନୁମତି ଦିଆଯାଇ ପାରିବ ନାହିଁ। ହେଲେ ଅଦାଲତ ଅସ୍ଥା ଭୋଟ୍ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଥିଲେ।

   Related Posts