ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଝଟକା; କମିଲା ଇପିଏଫ ସୁଧ ହାର

Published By : Prameya-News7 Bureau | June 03, 2022 IST

ନୂଆଦିଲ୍ଲୀ: ୨୦୨୧-୨୨ ପାଇଁ କେନ୍ଦ୍ର ସରକାର ଇପିଏଫ ଉପର ସୁଧ ହାର ହ୍ରାସ କରିଛନ୍ତି। ୨୦୨୧-୨୨ ପାଇଁ ଇପିଏଫ ଉପରେ ସୁଧ ହାର ୮.୧କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ମଞ୍ଜୁରୀ ପରେ ଏବେ ସୁଧ ହାର ସୂଚୀତ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚରେ କର୍ମଚାରୀଙ୍କ ଇପିଏଫଓ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କର୍ମଚାରୀଙ୍କୁ ପିଏଫ ଫଣ୍ଡ ଉପରେ ସୁଧ ବାର ଗତ ଚାରି ଦଶନ୍ଧିର ସର୍ବନିମ୍ନ ସ୍ତର 8.୧ ପ୍ରତିଶତ କରିଥିଲେ, ଯାହା ପୂର୍ବ ବର୍ଷ ୮.୫ ପ୍ରତିଶତ ଥିଲା। ୧୯୭୭-୭୮ ପରେ କର୍ମଚାରୀଙ୍କ ଦ୍ୱାରା ନିଜର ଅବସର ପାଣ୍ଠିରେ ଜମା କରାଯାଇଥିବା ସବୁଠୁ କମ ସୁଧ ହାର। ଆଲୋଚ୍ୟ ବର୍ଷରେ ଇପିଏଫ ସୁଧ ହାରା ୮ ପ୍ରତିଶତ ରହିଥିଲା।

ଉଲ୍ଲେଖଯୋଗ୍ୟ ଯେ, ଇପିଏଫଓ ବାର୍ଷିକ ଆଧାରରେ ଇପିଏଫ ଯୋଜନା ପାଇଁ ସୁଧ ହାର ନିର୍ଦ୍ଧାରିତ କରିଥାଏ। ବଜାର ସ୍ଥିତି ଉପରେ ସୁଧ ହାର ନିର୍ଭର କରିଥାଏ ଏବଂ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଏହାର ସମୀକ୍ଷା କରାଯାଇଥାଏ। ଇପିଏଫଓ ନିଜର ବାର୍ଷିକ ହିସାବର ୮୫ ପ୍ରତିଶତ ସରକାରୀ ସିକ୍ୟୁରିଟିଜ୍ ଏବଂ ବଣ୍ଡ ସହ ବକେୟା ଉପକରଣରୁ ଏବଂ ୧୫ ପ୍ରତିଶତ ଇଟିଏଫ ମାଧ୍ୟମରେ ଇକ୍ୱିଟିରେ ନିବେଶ କରିଥାଏ। ଡେବିଟ୍ ଏବଂ ଇକ୍ୱିଟି ଉଭୟରୁ ହୋଇଥିବା ଆୟରୁ ବିନିଯୋଗ କରି ସୁଧ ଦିଆଯାଇଥାଏ।

ଉଲ୍ଲେଖଯୋଗ୍ୟ ଯେ, ଜଣେ କର୍ମଚାରୀଙ୍କ ବେସିକ୍ ସାଲାରୀ ଏବଂ ମହଙ୍ଗା ଭତ୍ତାକୁ ମିଶିବା ପରେ ଯେଉଁ ରାଶି ହୋଇଥାଏ, ତାହାର ୧୨ ପ୍ରତିଶତ ଅଂଶ ତାଙ୍କ ପିଏଫ ଖାତାରେ ଜମା କରାଯାଇଥାଏ। କମ୍ପାନିର ୧୨ ପ୍ରତିଶତରୁ ୩.୬୭ ପ୍ରତିଶତ କର୍ମଚାରୀଙ୍କ ପିଏଫ ଆକାଉଣ୍ଟ(ଇପିଏଫ)ରେ ଜମା ହୋଇଥାଏ ଏବଂ ବଳକା ୮.୩୩ ପ୍ରତିଶତ କର୍ମଚାରୀଙ୍କ ପେନସନ ସ୍କିମ (ଇପିଏସ)ରେ ଜମା ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.