Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଚୀନ ସୀମାରେ ସୁରକ୍ଷା ବଢ଼ାଇଲା ଭାରତ: ଏଲ୍‌ଏସିକୁ ସୁରକ୍ଷା ଦେବେ ୯,୪୦୦ ଯବାନ

15/02/2023 at 4:27 PM

ନୂଆଦିଲ୍ଲୀ: ଚୀନ ସୀମାରେ ସୁରକ୍ଷା ବଢ଼ାଇଲେ ଭାରତ ସରକାର। ଭାରତ-ଚୀନ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଅଧିକ ସୁରକ୍ଷା କର୍ମୀ ମୁତୟନ କରିବାକୁ ଭାରତ ସରକାର ଅନୁମତି ଦେଇଛନ୍ତି। ଏଥିପାଇଁ ବୁଧବାର ୭ ନୂଆ ବାଟାଲିଅନ ସହ ଏକ ଅପରେସନାଲ ବେସ୍ ପାଇଁ ଅନୁମତି ମିଳିଛି। ପ୍ରାୟ ୯,୪୦୦ ଯବାନ ମୁତୟନ ହେବେ। ଏନେଇ ଆଇଟିବିପି ପକ୍ଷରୁ ସୂଚନା ଦିଆଯାଇଛି।

ଏନେଇ ବୁଧବାର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କ୍ୟାବିନେଟ୍ ବୈଠକ ହୋଇଥିଲା। ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା କରିବା ପରେ ଯାଇ ଅନୁମତି ଦେଇଥିଲେ କେନ୍ଦ୍ର ସରକାର। ଅନୁମୋଦିତ ହୋଇଥିବା ପ୍ରସ୍ତାବ ଅନୁସାରେ, ଏହି ଯବାନମାନେ ୪୭ ନୂଆ ବର୍ଡର ପୋଷ୍ଟ ଓ ୧୨ରୁ ସେନା ବେସ୍‌ରେ ନିୟୋଜିତ ହେବେ।     

India China border LAC

ସୂଚନା ଥାଉକି, ୨୦୨୦ ଠାରୁ ଲଦାଖରେ ଥିବା ଚୀନ ସୀମାରେ ଉଭୟ ପକ୍ଷରୁ ସେନା ମୁହାଁମୁହିଁ ହୋଇ ରହିଛନ୍ତି। ସୀମା ସେପଟେ ଚୀନ ନିର୍ମାଣ ଜାରି ରଖିଥିବା  ବେଳେ ଭାରତ ବି ଏପଟେ ନିର୍ଣାଣ ଜାରି ରଖିବା ସେନା ସେନା ଶକ୍ତି ବଢ଼ାଉଛି।     

   Related Posts