ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଖରାପ ହେଲା ଗୋଟିଏ ପେପର, ଫାଶୀ ଲଗାଇ ଆତ୍ମହତ୍ୟା କଲେ ନବୋଦୟ ଛାତ୍ର

7/03/2020 at 8:53 PM

ଭଦୋହୀ ୦୭।୦୩- ଉତ୍ତର ପ୍ରଦେଶର ଭଦୋହୀ ଜିଲ୍ଲାରେ  ଜବାହର ନବୋଦୟ ବିଦ୍ୟାଳୟରେ ପଢୁଥିବା ଜଣେ ଯୁକ୍ତ ୨ର ଛାତ୍ର ଶୌଚାଳୟରେ ନିଜକୁ ବନ୍ଦ କରି ଫାଶୀ ଲଗାଇ ଆତ୍ମହତ୍ୟା କରିଛି। ତାର ମୁହଁରୁ ଏକ ଶିଶି ମଧ୍ୟ ମିଳିଛି। ଶନିବାର ସକାଳେ ପୋଲିସ ଶୌଚାଳୟରୁ ପିଲାର ଶବ ବାହାର କରିଛି। ପୋଲିସ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରିଛି।

ପୋଲିସ ଅନୁଯାୟୀ, ମୃତକର ନାମ ଅମିତ୍ କୁମାର ବିନ୍ଦ। ସେ ଜିଲ୍ଲା ମୁଖ୍ୟାଳୟ ଜ୍ଞାନପୁର ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଦ୍ଵାଦଶ ଶ୍ରେଣୀର ଛାତ୍ର ଥିଲା। ସେ ଆରାବଳୀ ହୋଷ୍ଟେଲରେ ରହୁଥିଲେ। ଶନିବାର ସକାଳେ ତାର ଶବ ଆରାବଳୀ ହୋଷ୍ଟେଲର ଶୌଚାଳୟରୁ ଜବତ କରାଯାଇଛି। ନାୟଲନର ନୂଆ ରଶିରେ ବେକରେ ଫାଶୀ ଲଗାଇ ପିଲାଟି ଆତ୍ମହତ୍ୟା କରିଛି।

ଫିଜିକ୍ସ ପେପର ଖରାପ ହେବାରୁ କଲେ ଆତ୍ମହତ୍ୟା

ଛାତ୍ର ନିକଟରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ମିଳିଛି। କୁହାଯାଉଛି ଯେ, ଫେବୃଆରୀ ୪ରେ ପଦାର୍ଥ ବିଜ୍ଞାନ ପେପର ଖରାପ ହେବା  କାରଣରୁ ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଛି। ମାତ୍ର ପୋଲିସ ଲାଗି କୌଣସି ନିଷ୍କର୍ସରେ ପହଞ୍ଚିବା ତରବରିଆ ହେବ। ଜ୍ଞାନପୁର କୋତବାଲୀ ପୋଲିସ ଛାତ୍ର ଶବ ଓ ସୁଇସାଇଡ ନୋଟ୍ ଜବତ କରି ତଦନ୍ତରେ ଜୁଟି ଯାଇଛି। ଛାତ୍ରର ମୁହଁରେ ଏକ ଶିଶି ଭରାଯାଇଥିଲା, ଯାହା ହତ୍ୟା ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି।
ଏହି ବିଷୟରେ ବିଦ୍ୟାଳୟର ଶିକ୍ଷକ ସିଏମ ସିଂହ କହିଛନ୍ତି ଯେ, ଛାତ୍ର ଅମିତ୍ ବିନ୍ଦ  ଜିଲ୍ଲାର ପକରୀ ଖୁର୍ଦର ନିବାସୀ ଥିଲା। ସେ ଗତକାଲି ଅଚାନକ ଗାଏବ ହୋଇ ଯାଇଥିଲା। ତାର ସନ୍ଧାନ ଜାରି ରହିଥିଲା। କିଛି ସମୟ ପରେ କର୍ମଚାରୀ ଓ କିଛି ଛାତ୍ର ଶୌଚାଳୟରେ ଫାଶୀରେ ଝୁଲୁଥିବା ଅବସ୍ଥାରେ ତାକୁ ଦେଖିବାକୁ ପାଇଥିଲେ। ତତ୍କାଳ ପୋଲିସକୁ ସୂଚନା ଦିଆଯାଇଥିଲା। ସଂପ୍ରତି ପୋଲିସର ଯାଞ୍ଚ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରିବ। ପୋଲିସ ଶବକୁ ନିଜ କବଜାକୁ ନେଇ ଶବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି।

   Related Posts