ଆସନ୍ତା କାଲି ଶୁକ୍ର କରିବେ ରାଶି ପରିବର୍ତ୍ତନ, ଏହି ସବୁ ରାଶିର ଲୋକଙ୍କୁ ହେବ ଫାଇଦା

Published By : Prameya-News7 Bureau | November 20, 2019 IST

ପ୍ରେମ, କଳା, ସୌନ୍ଦର୍ଯ୍ୟ, କାମ-ବାସନା ଓ ଐଶ୍ବର୍ଯ୍ୟର କାରକ ଗ୍ରହ ଶୁକ୍ର ଆସନ୍ତା କାଲି ତଥା ନଭେମ୍ବର ମାସ ୨୧ ତାରିଖରେ ଧନୁ ରାଶିରେ ଗୋଚର କରିବେ। ଶୁକ୍ରଙ୍କର ଏହି ଗୋଚରର ପ୍ରଭାବ କିଛି ରାଶିର ଲୋକଙ୍କ ଉପରେ ପଡିବ। ଏହି ପ୍ରଭାବ ଉଭୟ ଭଲ ଓ ଖରାପ ହୋଇପାରେ। ତେବେ ଏହି ୫ଟି ରାଶିର ଲୋକଙ୍କ ଉପରେ ଶୁକ୍ରଙ୍କ ଗୋଚର ଦ୍ବାରା ଭଲ ପ୍ରଭାବ ପଡିବ।

{"id":187026,"width":558,"height":564,"sizeSlug":"large"}

ମେଷ ରାଶିର ଲୋକଙ୍କ ଭାଗ୍ୟରେ ଶୁକ୍ରଙ୍କ ଗୋଚରର ସକାରତ୍ମକ ପ୍ରଭାବ ପଡିବ। ଏଥିପାଇଁ ଏହି ରାଶିର ଲୋକଙ୍କ ଭାଗ୍ୟରେ ଅନେକ ଜିନିଷର ବୃଦ୍ଧି ହେବ। କାର୍ଯ୍ୟରେ ସଫଳତା ହାସଲ କରିବା ସହ ଆର୍ଥିକ ସ୍ଥିତି ମଜବୁତ ହେବ। ନୂଆ ଯୋଜନାର ଆରମ୍ଭ ହୋଇପାରେ। ବ୍ୟବସାୟରେ ଫାଇଦା ହେବ।

{"id":187027,"width":511,"height":570,"sizeSlug":"large"}

ମିଥୁନ ରାଶିର ଲୋକଙ୍କ ପାଇଁ ସପ୍ତମ ଭାବକ ଶୁକ୍ରଙ୍କ ଚଳନ ଶୁଭପ୍ରଦ ହେବ। ବୈବାହିକ ଜୀବନରେ ଅନେକ ଭଲ ପରିବର୍ତ୍ତନ ହେବ। ସମସ୍ତ ପରିବାର ଲୋକେ ଖୁସିରେ ରହିବେ। ଜୀବନ ସୁଖମୟ ହେବ। ଏହି ରାଶିର ଲୋକେ ପ୍ରେମ ବିବାହରେ ସଫଳ ହେବେ। ଏଥିରେ ଘର ଲୋକ ଓ ସାଙ୍ଗ ସାଥୀଙ୍କର ଭରପୁର ସହଯୋଗ ମିଳିବ। ଚାକିରୀରେ ସଫଳତା ମିଳିବ।

{"id":187028,"width":536,"height":549,"sizeSlug":"large"}

ସିଂହ ରାଶିର ଲୋକଙ୍କ ଭାଗ୍ୟରେ ଶୁକ୍ର ପଞ୍ଚମ ଭାବରେ ପ୍ରବେଶ କରିବେ। ଶୁକ୍ରଙ୍କର ଏହି ପ୍ରବେଶ ସିଂହ ରାଶିର ଲୋକଙ୍କ ପାଇଁ କୌଣସି ବରଦାନଠୁ କମ ହେବ ନାହିଁ। ଜୀବନରେ ସବୁ ଅସଫଳ କାର୍ଯ୍ୟ ସଫଳ ହେବ। କାର୍ଯ୍ୟସ୍ଥାନରେ ମାନ ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଫାଇଦା ହେବା ସହ ଘରେ ସୁଖ, ଶାନ୍ତିର ପରିବେଶ ରହିବ।  

{"id":187029,"width":552,"height":564,"sizeSlug":"large"}

ଧନୁ ରାଶିର ଲୋକଙ୍କ ଜୀବନରେ ଶୁକ୍ରଙ୍କ ଗୋଚର ଧନ, ବୈଭବ ଓ ସମୃଦ୍ଧି ନେଇ ଆସିବ। ଏହାର ପ୍ରଭାବ କାର୍ଯ୍ୟ, ବ୍ୟବସାୟରେ ଉନ୍ନତି ହେବା ସହ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ଛାତ୍ର ଛାତ୍ରୀଙ୍କ ପାଇଁ ଏହି ପରିବର୍ତ୍ତନ ଲାଭଦାୟକ ହେବ।

{"id":187030,"width":554,"height":372,"sizeSlug":"large"}

କୁମ୍ଭ ରାଶିର ଲୋକଙ୍କ ପାଇଁ ଶୁକ୍ରଙ୍କ ଗୋଚର ଅନେକ ଫାଇଦା ନେଇ ଆସିବ। ଆମଦାନୀରେ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ମଜବୁତ ହେବ। ନୂଆ ଦମ୍ପତ୍ତିଙ୍କୁ ସନ୍ତାନ ସୁଖ ମିଳିପାରେ। ଜୀବନ ସୁଖମୟ ହେବା ସହ ଅନେକ ସ୍ଥିତିରେ ପରିବର୍ତ୍ତନ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.