ମାଝୀ ୧୦।୨: ବିହାର ରାଜ୍ୟକୁ ମଦମୁକ୍ତ ଘୋଷଣା କରିଛନ୍ତି ସରକାର। ହେଲେ ଚୋରା ଲୁଚାରେ କିନ୍ତୁ ଚାଲିଛି ମଦକାରବାର। ଶନିବାର ମାଝୀ ପୋଲିସ ସନ୍ଦେହରେ ଏକ ପାଣି ଟ୍ୟାଙ୍କରକୁ ଅଟକାଇ ଯାଞ୍ଚ କରିବା ବେଳେ ସେଥିରେ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଭର୍ତ୍ତି ଥିବା ଦେଖାଯାଇଥିଲା। ମାମଲାରେ ପୋଲିସ ମଦ ସହ ଟ୍ୟାଙ୍କର ଓ ଏହାକୁ ଏସ୍କର୍ଟ କରି ନେଉଥିବା ଗାଡିକୁ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି।
{"id":222820,"sizeSlug":"large"}
ଗିରଫ ୨ ଜଣଙ୍କୁ ପୋଲିସ କୁନାଲ କୁମାର ସିଂହ ଓ ସୋନୁ କୁମାର ନାମରେ ଚିହ୍ନଟ କରିଛି। ସେମାନେ ପାଣି ଟ୍ୟାଙ୍କରରେ ୩୩୦ କାର୍ଟୁନ ଭାରତ ତିଆରି ବିଦେଶୀ ମଦ ଓ ହରିୟାଣାରେ ପ୍ରସ୍ତୁତ ୪୦୦ ପ୍ୟାକେଟ୍ ପାଉଚ୍ ନେଇ ଯାଉଥିଲେ। ଏହି ସବୁ ମଦକୁ ସେମାନେ ବିହାରର ଶିୱାନ ଓ ଶାରଣ ଜିଲ୍ଲାରେ ଚୋରା ମଦ କାରବାର କରୁଥିବା ବେପାରୀଙ୍କ ନିକଟକୁ ପହଞ୍ଚାଇଥାନ୍ତେ।
{"id":222822,"width":578,"height":317,"sizeSlug":"large"}
ଟ୍ୟାଙ୍କର ଡ୍ରାଇଭର ସୋନୁ ଇନ୍ଦିରା କଲୋନୀ ଅଲିଗଡର ବାସିନ୍ଦା। ଆଗକୁ ହୋଲି ଥିବାରୁ ମଦର ଚାହିଦାକୁ ଦୃଷ୍ଟିରେ ରଖି ଚୋରା ବେପାରୀଙ୍କୁ ଦେବାକୁ ମଦ ନେଉଥିଲେ। ବିହାରକୁ ସରକାର ମଦ ମୁକ୍ତ ଘୋଷଣା କରିଥିଲେ ବି ମଦ କାରବାର ଆଗରୁ ଯେମିତି ଚାଲିଥିଲା ଏବେବି ସେମିତି ଚାଲିଛି। ଲୋକେ କେବଳ ପାଣି ଟ୍ୟାଙ୍କର ନୁହେଁ ଅନ୍ୟାନ୍ୟ ଉପାୟରେ ରାଜ୍ୟକୁ ଚୋରାମଦ ଆଣି ବିକ୍ରୟ କରୁଥିବା ଏବେ ପୋଲିସ ସନ୍ଦେହ କରୁଛି।
{"id":222823,"width":583,"height":381,"sizeSlug":"large"}
ଏହି ସବୁ ମଦ ପଞ୍ଜାବ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଆଦି ରାଜ୍ୟରୁ ଆଣି ଏଠାରେ ଚୋରାରେ ବିକ୍ରି କରାଯାଉଛି। ରାଜ୍ୟରେ ପ୍ରଥମ ଥର ବିପୁଳ ପରିମାଣରେ ମଦ ଜବତ ହେବା ପରେ ଏବେ ସୀମାରେ ସବୁ ଗାଡିର ଯାଞ୍ଚ କଡାକଡି କରିବା ଲାଗି ଏସପି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଯୋଗ୍ୟଯେ ବିହାର ଏକ୍ସାଇଜ ଏଣ୍ଡ ପ୍ରହିବେଶନ ଆକ୍ଟ ୨୦୧୬ ଅନୁସାରେ ରାଜ୍ୟରେ ମଦ ପ୍ରସତୁତି ଅଥବା ବିକ୍ରୟ ଧର୍ତ୍ତବ୍ୟ ଅପରାଧ ଘୋଷଣା କରାଯାଇଛି।