କ୍ୟାରିୟରର ୧୦ମ ଅଷ୍ଟ୍ରେଲିଆନ ଓପନ ଟାଇଟଲ ଜିତିଲେ ନୋଭାକ୍ ଜୋକୋଭିଚ୍
29/01/2023 at 9:33 PM

ମେଲବର୍ଣ୍ଣ: ଅଷ୍ଟ୍ରେଲିଆନ ଓପନ ଟାଇଟଲ ଜିତି ଇତିହାସ ଦୋହରାଇଲେ ସର୍ବିଆର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ୍। ଏହି ବିଜୟ ସହ ୧୦ଥର ଅଷ୍ଟ୍ରେଲିଆନ ଓପନ ଟାଇଟଲ ଜିତିବାରେ ସକ୍ଷମ ହୋଇଛନ୍ତି ଜୋକୋଭିଚ୍।
ଏପରି କରି ସେ ସ୍ପେନ୍ର କିମ୍ବଦନ୍ତୀ ଟେନିସ ପ୍ଲେୟାର ରାଫେଲ ନାଡାଲଙ୍କ ସମକକ୍ଷ କହିଛନ୍ତି। ଏହା ପୂର୍ବରୁ ନାଡାଲ ମଧ୍ୟ ୧୦ଟି ଅଷ୍ଟ୍ରେଲିଆନ ଓପନ ଟାଇଟଲ ଜିତିସାରିଛନ୍ତି।
ଆଜି ମେଲବର୍ଣ୍ଣରେ ଖେଳାଯାଉଥିବା ଅଷ୍ଟ୍ରେଲିଆନ ଓପନ ଟାଇଟଲର ଫାଇନାଲ୍ ମ୍ୟାଚ୍ରେ ଜୋକୋଭିଚ୍ଙ୍କ ମୁକାବିଲା ଗ୍ରୀସର ସିତ୍ସିପାସ ସହ ହୋଇଥିଲା। ଜୋକୋଭିଚ୍ ସିତପିତାସଙ୍କୁ ୬-୩, ୭-୬, ୭-୬ରେ ପରାସ୍ତ କରିଥିଲେ। ଏହି ବିଜୟକୁ ମିଶାଇଲ ଜୋକୋଭିଚ୍ ନିୟ ନେଟିସ୍ କ୍ୟାରିୟରରେ ୨୨ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ ଜିତିସାରିଛନ୍ତି। ଆଜିର ଅଷ୍ଟ୍ରେଲିଆନ ଓପନ ଟାଇଟଲ ଜିତି ଜୋକୋଭିଚ୍ ବିଶ୍ୱର ନମ୍ବର ୱାନ୍ ଟେନିସ ଖେଳାଳି ହୋଇଛନ୍ତି।
ସୂଚନା ଥାଉକି ୨୦୨୧ ଚାମ୍ପିୟନ ଜୋକୋଭିଚ୍ ୨୦୨୨ ସଂସ୍କରଣ ଖେଳିପାରି ନଥିଲେ। ଅଷ୍ଟ୍ରେଲିଆରେ କୋଭିଡ୍ ନିୟମ ଯୋଗୁ ସେ ଏଥିରେ ଭାଗ ନେଇପାରି ନଥିଲେ। ପ୍ରତିଯୋଗିତାରେ ଭାଗ ନେବାକୁ ହେଲେ ଟିକା ନେବା ବାଧ୍ୟତାମୁଳକ କରାଯାଇଥିଲା। ଆଉ ଜୋକୋଭିଚ୍ ଟିକାକରଣ ରିପୋର୍ଟ ସାର୍ବଜନିନ କରିବାକୁ ଇଚ୍ଛା ପ୍ରକାଶ କରି ନଥିଲେ। ଏଥିପାଇଁ ସେ ୨୦୨୨ ସଂସ୍କରଣରେ ଭାଗ ନେଇପାରି ନଥିଲେ।
ଆଜିର ମ୍ୟାଚ୍ରେ ଚତୁର୍ଥ ସିଡ୍ରେ ଜୋକୋଭିଚ୍ ଗ୍ରୀସର ସିତ୍ସିପାସଙ୍କୁ ସିଧା ସେଟ୍ ହରାଇଥିଲେ। ପ୍ରଥମ ସେଟ୍କୁ ଡୋକୋଭିଚ୍ ୬-୩ରେ ସହଜରେ ଜିତି ନେଇଥିଲେ। ଏହାପରେ ଦ୍ୱିତୀୟ ଓ ତୃତୀୟ ସେଟ୍ ପାଇଁ ଜୋକୋଭିଚ୍ଙ୍କୁ କଡ଼ା ପରିଶ୍ରମ କରିବାକୁ ପଡ଼ିଥିଲା। ଏହି ଦୁଇ ସେଟ୍ ଟାଇବ୍ରେକର ହୋଇଥିଲା। ଦ୍ୱିତୀୟ ସେଟ୍ରେ ୭(୭)-୬ (୪) ଓ ତୃତୀୟ ସେଟ୍ ୭(୭)-୬(୫)ରେ ସିତ୍ସିପାସଙ୍କୁ ହରାଇ ଟାଇଟଲ ନିଜ ନାଁରେ କରିନେଇଥିଲେ।