ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ଆମେରିକାରେ ଜୋକୋଭିଚ୍‌ଙ୍କୁ ନୋ ଏଣ୍ଟ୍ରି, କରୋନା ଟିକା ନେଇ ନଥିବାରୁ ଖେଳି ପାରିବେନି ମିୟାମୀ ଓପନ

18/03/2023 at 11:01 PM

ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ୱର ଟେନିସ ଖେଳାଳିଙ୍କୁ କରୋନା ଟିକା ନ ହେବା ପୁଣି ଥରେ ମହଙ୍ଗା ପଡ଼ିଛି । ଟେନିସ ଷ୍ଟାର ନୋଭାକ ଜୋକୋଭିଚ୍ ଆମେରିକାର ଫ୍ଲୋରିଡାରେ ହେବାକୁ ଥିବା ଏଟିପି ଟୁର୍ଣ୍ଣାମେଣ୍ଟ ମିୟାମୀ ଓପନରେ ଭାଗ ନେଇପାରିବେ ନାହିଁ । ଶନିବାର ଟୁର୍ଣ୍ଣାମେଣ୍ଟର ଆୟୋଜକ ଏହି ସୂଚନା ଦେଇଛନ୍ତି । ଡୋକୋଭିଚ୍ କରୋନା ଟିକା ନେଇ ନାହାନ୍ତି, ଏହି କାରଣରୁ ତାଙ୍କୁ ଆମେରିକାରେ ପ୍ରବେଶ ଅନୁମତି ନାହିଁ । ଏହା ପୂର୍ବରୁ କାଲିଫୋର୍ଣ୍ଣିଆରେ ମାର୍ଚ୍ଚ ୬ରୁ ୧୯ ମଧ୍ୟରେ ହେବାକୁ ଥିବା ଇଣ୍ଡିୟନ ୱେଲ୍ସରୁ ମଧ୍ୟ ଜୋକୋଭିଚ୍ ନିଜ ନାଁ ଫେରାଇ ନେଇଥିଲେ ।

ଆମେରିକାର ନିୟମ ଅନୁସାରେ କରୋନା ଟିକା ନେଇ ନଥିବା ବ୍ୟକ୍ତିଙ୍କୁ ୟୁଏସରେ ପ୍ରଦେଶ ଦିଆଯିବ ନାହିଁ । ଜୋକୋଭିଚ୍ ଆମେରିକା ଅଧିକାରୀଙ୍କୁ ଦେଶରେ ପ୍ରବେଶ ପାଇଁ ସ୍ୱତନ୍ତ୍ର ଅନୁମତି ଦେବାକୁ ନିବେଦନ କରିଥିଲେ, କିନ୍ତୁ ତାଙ୍କ ଅନୁରୋଧକୁ ଅସ୍ୱୀକାର କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ମିୟାମୀ ଓପନ ମାର୍ଚ୍ଚ ୨୧ରୁ ଏପ୍ରିଲ ୨ ଯାଏ ଖେଳାଯିବ ।

ମିୟାମୀ ଓପନ ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେଶକ ଜେମ୍ସ ବ୍ଲେକ କହିଛନ୍ତି, ‘ମିୟାମୀ ଓପନ ଦୁନିଆର ପ୍ରମୁଖ ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ଗୋଟିଏ, ଆମେ ଚାହୁଁ ଯେ ଏହି ଟୁର୍ଣ୍ଣାମେଣ୍ଟରେ ଦୁନିଆ ସର୍ବଶ୍ରେଷ୍ଠ ଖେଳାଳି ଭାଗ ନିଅନ୍ତୁ । ଆମ ହାତରେ ଯାହା ଥିଲା ଆମେ ସବୁ କରିଛୁ । ଆମେ ସରକାରଙ୍କ ସହ ଆଲୋଚନା କରିବାକୁ ପ୍ରୟାସ କରିଥିଲୁ, କିନ୍ତୁ ଜୋକୋଭିଚଙ୍କୁ ଅନୁମତି ମିଳିଲା ନାହିଁ’।

ସର୍ବିଆର ଟେନିସ ଷ୍ଟାର କରୋନା ଟିକା ନନେବା କାରଣରୁ ଗତ ବର୍ଷ ଅଷ୍ଟ୍ରେଲିଆ ଓପନ ଏବଂ ୟୁଏସ ଓପନ ଖେଳି ପାରି ନଥିଲେ । ଗତ ବର୍ଷ ଆରମ୍ଭରେ କରୋନା ସାର୍ଟିଫିକେଟ୍ ନଥିବା କାରଣରୁ ତାଙ୍କୁ ଅଷ୍ଟ୍ରେଲିଆ ଓପନ ମଝିରୁ ଦେଶରୁ ବାହାର କରି ଦିଆ ଯାଇଥିଲା । ଭ୍ୟାକ୍ସିନ ନେଇ ନଥିବା କାରଣରୁ ୟୁଏସ ଓପନ ମଧ୍ୟ ଖେଳି ପାରି ନଥିଲେ ।

   Related Posts