ଗୋଟିଏ ଦିନରେ ବାପ ପୁଅଙ୍କ ଅନନ୍ୟ ସଫଳତା; ଜୋକୋଭିକ ଜିତିଲେ ଇଟାଲିଆନ ଓପନ୍, ପୁଅ ଜିତିଲା ଟୁର୍ଣ୍ଣାମେଣ୍ଟ

Published By : Prameya-News7 Bureau | May 17, 2022 IST

ନୂଆଦିଲ୍ଲୀ ୧୭/୦୫ : ନୋଭାକ ଜୋକୋଭିକ କହିଛନ୍ତି ତାଙ୍କ ସାତ ବର୍ଷର ପୁଅ ଷ୍ଟିଫେନ ସେହିଦିନ ପ୍ରଥମ ଟୁର୍ଣ୍ଣାମେଣ୍ଟ ଜିତିଛି ଯେଉଁଦିନ ସେ ଇଟାଲିଆନ୍‌ ଓପନ୍‌ରେ ୬ ମାସ ପରେ ବିଜୟ ହାସଲ କରି ପ୍ରଥମ କ୍ରାଉନକୁ ହାତେଇଛନ୍ତି। ଏହାକୁ ସେ ‘’ଦୁଇଟି ସୂର୍ଯ୍ୟ ଚମକ’’ ବୋଲି କହିଛନ୍ତି।    

ରବିବାର ଡିଜୋକୋଭିକ ରୋମରେ ଷ୍ଟିଫାନସ ସିଟ୍ସିପାସଙ୍କୁ ୬-୦, ୭-୬(୫)ଙ୍କୁ ହରାଇ ମେ ୨୨ ରେ ଆରମ୍ଭ ହେବାକୁଥିବା   ଫ୍ରେଞ୍ଚ ଓପନ ପୂର୍ବରୁ ବିଶ୍ୱର ଏକ ନମ୍ବର ଖେଳାଳୀଙ୍କ ପାଇଁ ଏକ ସୁନିଶ୍ଚିତ ସପ୍ତାହ ସୁନିଶ୍ଚିତ କରିଛନ୍ତି । କିନ୍ତୁ ୨୦ ଥରର ଗ୍ରାଣ୍ଡ ସ୍ଲାମ୍‌ର ବିଜେତା ସମାନ ଭାବେ ତାଙ୍କ ପୁଅ ପାଇଁ ସମାନ ଭାବେ ଖୁସି ଅଛନ୍ତି।   

ଡିଜୋକୋଭିକ କହିଛନ୍ତି ‘’ଯାତ୍ରା ସଫଳ ଭାବେ ଆରମ୍ଭ ହୋଇଛି। ମୋ ପୁଅ ଆଜି ଟୁର୍ଣ୍ଣାମେଣ୍ଟ ଜିତିଛି।ଏହାକୁ ସେ ଦୁଇଟି ସୂର୍ଯ୍ୟ ଚମକ ବୋଲି କହିଛନ୍ତି। ସ୍ମଲ କ୍ଲବରେ ଟୁର୍ଣ୍ଣାମେଣ୍ଟରେ ତାଙ୍କ ପୁଅ ଜିତିବାର ମୁହୁର୍ତ୍ତ ତାଙ୍କର ସବୁବେଳେ ମନେରହିବ ବୋଲି ସେ କହିଛନ୍ତି’’।    

‘’ମୁଁ ଚାହୁଁଛି ସେ କୋଟରେ ଏହାକୁ ଉପଭେଗ କରୁ। ତାକୁ ମୋର ବାପା-ମା, ମୋର ସ୍ତ୍ରୀଙ୍କ ବାପା-ମା ଓ ସମସ୍ତେ ସମର୍ଥନ କରୁଛନ୍ତି। ଏହା ବହୁତ ଭଲ’’।

ଡିଜୋକୋଭିକ କହିଛନ୍ତି ଯଦି ତାଙ୍କ ପୁଅ ଟେନିସକୁ କ୍ୟାରିଅର କରିବା ପାଇଁ ଚାହୁଁଛି ତାହେଲେ ତାହେଲେ ସେ ତାକୁ ପୁରା ସମର୍ଥନ କରିବେ।

ଡିଜୋକୋଭିକ କହିଛନ୍ତି ତାର ମାତ୍ର ୭ ବର୍ଷ ସେ ଏବେ ପର୍ଯ୍ୟନ୍ତ କୌଣସି ଚାପ କିମ୍ୱା  ଆଶା ଅନୁଭବ କରିନାହିଁ। ତଥାପି ସେ ଯାଉଛି କାରଣ ଏହା ତାର ପରିବାରର ଅଂଶ। ସେ ଯଦି ଆମ ଦେଶରେ ଟେନିସ ଖେଳିବ ତାହେଲେ ସେ ଅନେକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିବାକୁ ଯାଉଛି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.