AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଛାତ୍ର ସଂସଦ ନିର୍ବାଚନ ନେଇ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

1/10/2018 at 11:45 AM

ଭୁବନେଶ୍ବର ୧|୧୦: ଅକ୍ଟୋବର ୧୧ରେ ହେବ ଛାତ୍ର ସଂସଦ ନିର୍ବାଚନ । ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ବିଜ୍ଞପ୍ତି ପ୍ରକାଶ ପାଇବାପରେ ଲିଙ୍ଗଡୋ କମିଶନଙ୍କ ନିୟମ ଲାଗୁ ହେବ । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୫ ପର୍ଯ୍ୟନ୍ତ ଯେକୌଣସି ସମୟରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିବେ । ୩ ତାରିଖ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ଭିତରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ । ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନ ଯାଞ୍ଚ ହେବ । ଅକ୍ଟୋବର ୪ରେ ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା । ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଅପରାହ୍ନ ୫ଟାରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ୧୦ ତାରିଖରେ ମୁଁ କାହିଁକି ପ୍ରାର୍ଥୀ ହୋଇଛି ବୈଠକ ହେବ । ୧୧ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । ଅପରାହ୍ନ ୨ଟାରୁ ଭୋଟଗଣତି ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ ପାଇବ । ୧୨ ତାରିଖ ପୂର୍ବାହ୍ନ ୧୧ଟାରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ହେବ । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ସମସ୍ତ କଲେଜ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି । ନିର୍ବାଚନ ପାଇଁ ରାଜ୍ୟର ତିନିଟି ଛାମୁଆ ସଂଗଠନ ନିଜକୁ ପ୍ରସ୍ତୁତ କରିନେଇଛନ୍ତି ।

   Related Posts