ଭୁବନେଶ୍ବର ୧୮|୬: ଆଜି ପ୍ରକାଶ ପାଇବ ରାଜ୍ୟସଭା ଉପନିର୍ବାଚନ ବିଜ୍ଞପ୍ତି । ରାଜ୍ୟର ଖାଲି ପଡିଥିବା ତିନୋଟି ଆସନ ପାଇଁ ଆସନ୍ତା ଜୁଲାଇ ୫ ତାରିଖରେ ଉପନିର୍ବାଚନ ହେବ । ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ଚଳିତ ମାସ ୨୫ ରହିଥିବା ବେଳେ ୨୬ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଜୁନ୍ ୨୮ ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଜୁଲାଇ ୫ ତାରିଖ ଦିନ ବିଧାନସଭା ପରିସରରେ ସକାଳ ୯ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ସେହିଦିନ ଅପରାହ୍ନ ୫ଟା ବେଳେ ଫଳାଫଳ ଘୋଷଣା କରାଯିବ। ପ୍ରତାପ ଦେବ, ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ଅଚ୍ୟୁତ ସାମନ୍ତ ଗତ ସାଧାରଣ ନିର୍ବାଚନରେ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଇଥିବାରୁ ତିନୋଟି ଆସନ ଖାଲି ପଡ଼ିଛି । ଏବେ ରାଜ୍ୟସଭା ରେସରେ ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଅରୂପ ପଟ୍ଟନାୟକ, ଅମର ପଟ୍ଟନାୟକ, ଆକାଶ ଦାସ ନାୟକ, ଅନଙ୍ଗ ଉଦୟ ସିଂଦେଓ, ରବୀନ୍ଦ୍ର ଜେନାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ବିହାର ଓ ଗୁଜରାଟରେ ଖାଲିପଡିଥିବା ୩ ଆସନ ପାଇଁ ମଧ୍ୟ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୋହନ ମାଝୀ,...