ରାଜ୍ୟସଭା ଉପନିର୍ବାଚନ ପାଇଁ ଜାରି ହେଲା ବିଜ୍ଞପ୍ତି, ଜୁଲାଇ ୫ରେ ହେବ ନିର୍ବାଚନ
15/06/2019 at 7:30 PM

ଭୁବନେଶ୍ୱର ୧୫।୬: ରାଜ୍ୟସଭାରେ ରିକ୍ତ ହୋଇଥିବା ଓଡିଶାର ୩ଟି ଆସନ ନିମନ୍ତେ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଜୁଲାଇ ୫ ତାରିଖ ଦିନ ରାଜ୍ୟସଭା ନିମନ୍ତେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଜୁଲାଇ ୯ ତାରିଖ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି।
ରାଜ୍ୟସଭା ସାଂସଦ ପଦରୁ ସୌମ୍ୟରଞ୍ଜନ ପଟ୍ଟନାୟକ, ଡ.ଅଚ୍ୟୁତ ସାମନ୍ତ ଓ ପ୍ରତାପ ଦେବ ନିକଟରେ ଇସ୍ତଫା ଦେଇଥିଲେ। ବିଜେଡିର ଏହି ୩ ନେତାଙ୍କ ମଧ୍ୟରୁ ଡ. ସାମନ୍ତ ଗତ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ଆସନରୁ ବିଜୟୀ ହୋଇଥିବା ବେଳେ ସୌମ୍ୟ ଓ ପ୍ରତାପ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏଣୁ ସାମ୍ବିଧାନିକ ଦାୟିତ୍ୱ ଦୃଷ୍ଟିରେ ସେମାନେ ରାଜ୍ୟସଭାରୁ ଇସ୍ତଫା ଦେଇଥିବା ବେଳେ ଉପନିର୍ବାଚନ ଜରୁରି ହୋଇପଡିଛି।